World Cup 2023: ଭାରତରେ ବିଶ୍ୱକପ ଖେଳିବାକୁ ନେଇ ପାକିସ୍ତାନର ହଙ୍ଗାମା, ବର୍ତ୍ତମାନ ରଖିଲା ଆଉ ଏକ ନୂଆ ସର୍ତ୍ତ
Advertisement
Article Detail0/zeeodisha/odisha1747661

World Cup 2023: ଭାରତରେ ବିଶ୍ୱକପ ଖେଳିବାକୁ ନେଇ ପାକିସ୍ତାନର ହଙ୍ଗାମା, ବର୍ତ୍ତମାନ ରଖିଲା ଆଉ ଏକ ନୂଆ ସର୍ତ୍ତ

ICC ODI World Cup 2023: ଭାରତରେ ଚଳିତ ବର୍ଷ ହେବାକୁ ଥିବା ଦିିନିକିଆ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ୱାର୍ମ ଅପ୍ ମ୍ୟାଚକୁ ନେଇ ଏକ ନୂଆ ଦାବି ରଖିଛି । ଏଥିରେ ସେ ଆଫଗାନିସ୍ତାନ ସହ ଖେଳିବାକୁ ମନା କରି ଦେଇଛି ।

ସୌ: ସୋସିଆଲ ମିଡିଆ

World Cup 2023: ପାକିସ୍ତାନ କ୍ରିକେଟ୍ ବୋର୍ଡ (Pakistan Cricket Board) ଚଳିତ ବର୍ଷ ଶେଷରେ ଭାରତ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ (World Cup 2023) ନେଇ ନୂଆ ନୂଆ ଦାବି କରି ଆସୁଛି । ପିସିବି ବର୍ତ୍ତମାନ ଆଫଗାନିସ୍ତାନ ସହିତ ଏକଦିବସୀୟ ବିଶ୍ୱକପରେ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ମନା କରିଦେଇଛି । PCB  କହିଛି ଯେ ସେ ଦିନିକିଆ ବିଶ୍ୱକପରେ ଏକ ଅଣ ଏସୀୟ ଦଳ ସହିତ ଏହାର ୱାର୍ମ ଅପ୍ ମ୍ୟାଚ୍ (warm-up match) ଖେଳିବାକୁ ଚାହୁଁଛି । ଏସିଆ କପ୍ ୨୦୨୩ ରେ ପାକିସ୍ତାନ ଆଫଗାନିସ୍ତାନ ବିପକ୍ଷରେ ଖେଳିବାର ସୁଯୋଗ ପାଇବ । ଜିଓ ନ୍ୟୁଜ୍ ଅନୁଯାୟୀ, ଏଭଳି ପରିସ୍ଥିତିରେ ସେ ଦିନିକିଆ ବିଶ୍ୱକପରେ ଏସିଆ ବାହାରେ ଥିବା ଦଳ ସହିତ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଚାହୁଁଛି । ପାକିସ୍ତାନୀ ବୋର୍ଡରୁ ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ (International Cricket Council) ଏକ ଚିଠି ମଧ୍ୟ ଲେଖାଯାଇଛି ।

ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସହିତ ମ୍ୟାଚ୍ ସ୍ଥାନ ପରିବର୍ତ୍ତନ କରିବାକୁ ଚାହୁଁଛି PCB 
ଏହାପୂର୍ବରୁ ଆଇସିସି (ICC) ଦ୍ୱାରା ପଠାଯାଇଥିବା ଡ୍ରାଫ୍ଟ ସୂଚୀରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ସହ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଦାବି କରାଯାଇଥିଲା । ଇଏସପିଏନ କ୍ରିକିନଫୋ ଖବର ଅନୁଯାୟୀ ପାକିସ୍ତାନ ଏହି ଦୁଇଟି ମ୍ୟାଚର ସ୍ଥାନ ପରିବର୍ତ୍ତନ ବିଷୟରେ କହିଛି । ଡ୍ରାଫ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ପାକିସ୍ତାନକୁ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ଓ ଚେନ୍ନାଇରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡ଼ିବ ।

୫ ଅକ୍ଟୋବରରେ ଦିନିକିଆ ବିଶ୍ୱକପ୍ ୨୦୨୩ ଆରମ୍ଭ ହୋଇପାରେ । ଏଥିରେ ୧୫ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାନ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ । ଏଥି ସହିତ ଚେନ୍ନାଇ ଗ୍ରାଉଣ୍ଡରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳାଯାଇପାରେ । ଏହି ବିଷୟରେ ଆଇସିସି ଦ୍ୱାରା ୨୭ ଜୁନରେ ଅଧିକାରୀକ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ । ଏହି ଦିନଠାରୁ ବିଶ୍ୱ କପ୍ ଆରମ୍ଭ ହେବାକୁ କେବଳ ୧୦୦ ଦିନ ବାକି ରହିବ ।

ଆଫଗାନିସ୍ତାନ ସହ ଚେନ୍ନାଇରେ ଏଥିପାଇଁ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ 
ପାକିସ୍ତାନ କ୍ରିକେଟ୍ ବୋର୍ଡ ଅନୁଯାୟୀ ଚେନ୍ନାଇ ପିଚ୍‌ରେ ଟର୍ଣ୍ଣ ରହିଛି । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନର ସ୍ପିନ୍ ଲାଇନ୍ ଅପ୍ ସାମ୍ନାରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ସ୍ୱଇଙ୍ଗ ବୋଲର ଅଛନ୍ତି, ଯେଉଁମାନେ ଚେନ୍ନାଇ ପିଚରେ ହଇଚଇ ସୃଷ୍ଟି କରିପାରିବେ । ପାକିସ୍ତାନ ମଧ୍ୟ ଭୟ କରୁଛି ଯେ ଆଫଗାନିସ୍ତାନ ବୋଲରମାନେ ସେମାନଙ୍କର ଶକ୍ତି ଓ ଦୁର୍ବଳତା ବିଷୟରେ ଭଲ ଭାବରେ ଜାଣିଛନ୍ତି । କିନ୍ତୁ, ପାକିସ୍ତାନର ଏହି ଚିନ୍ତାଧାରାକୁ ଅଣଦେଖା କରି ବିସିସିଆଇ ଏହାର ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି ।

ବିସିସିଆଇ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ମଧ୍ୟ ସୁରକ୍ଷାର କାରଣ ଦର୍ଶାଇ ୨୦୧୬ ଟି-୨୦ ବିଶ୍ୱକପ ସମୟରେ ସ୍ଥାନ ପରିବର୍ତ୍ତନ କରିବାକୁ ଦାବି କରିଥିଲା । ବର୍ତ୍ତମାନ ତାଙ୍କର ଏହା ନୂ୍ଆ ଆଳାପ । ଯଦି କୌଣସି ଦଳର ଶକ୍ତି ଏବଂ ଦୁର୍ବଳତା ଦେଖିବା ପରେ କାର୍ଯ୍ୟସୂଚୀ ପ୍ରସ୍ତୁତ ହୁଏ, ତେବେ ଫାଇନାଲ କେବେ ହେବ ନାହିଁ ।

ଏହା ବି ପଢ଼ନ୍ତୁ: Sikandar Raza Century: ସିକନ୍ଦର ରାଜା ରଚିଲେ ଇତିହାସ; ଦ୍ରୁତତମ ଶତକ କରି ଜିମ୍ବାୱେକୁ ଦେଲେ ସବୁଠୁ ବଡ଼ ବିଜୟ  

ଏହା ବି ପଢନ୍ତୁ: ICC ODI World Cup 2023: ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ଝଟକା ଦେଲା ଭାରତ