Pakistan vs England 2nd Test: ଇଂଲଣ୍ଡ ରଚିଲା ଇତିହାସ, ୨୨ ବର୍ଷ ପରେ ପାକିସ୍ତାନରେ ଜିତିଲା ଟେଷ୍ଟ ସିରିଜ୍
Advertisement

Pakistan vs England 2nd Test: ଇଂଲଣ୍ଡ ରଚିଲା ଇତିହାସ, ୨୨ ବର୍ଷ ପରେ ପାକିସ୍ତାନରେ ଜିତିଲା ଟେଷ୍ଟ ସିରିଜ୍

Pakistan vs England 2nd Test: ମୁଲତାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୨୬ ରନରେ ପରାସ୍ତ କରିଛି । ଏହା ସହ ଇଂଲଣ୍ଡ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅପରାଜିତ ୨-୦ରେ ଆଗୁଆ ରହିଛି ।

Pakistan vs England 2nd Test: ଇଂଲଣ୍ଡ ରଚିଲା ଇତିହାସ, ୨୨ ବର୍ଷ ପରେ ପାକିସ୍ତାନରେ ଜିତିଲା ଟେଷ୍ଟ ସିରିଜ୍

Pakistan vs England 2nd Test: ଇଂଲଣ୍ଡ କ୍ରିକେଟ୍ ଦଳ (England Cricket Team) ପାକିସ୍ତାନ (Pakistan) ମାଟିରେ ଇତିହାସ ସୃଷ୍ଟି କରିଛି । ପ୍ରକୃତରେ ବେନ ଷ୍ଟୋକ୍ସ (Ben Stokes) ଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରିକେଟ୍ ଦଳ ୨୨ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ସିରିଜ୍ (PAK vs ENG Test Series) ଜିତିଛି । ମୁଲତାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ (Pakistan vs England 2nd Test) ରେ ଇଂଲଣ୍ଡ ପାକିସ୍ତାନ (Pakistan Team) କୁ ୨୬ ରନରେ ପରାସ୍ତ କରିଛି । ଏହା ସହ ଇଂଲଣ୍ଡ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅପରାଜିତ ୨-୦ରେ ଆଗୁଆ ରହିଛି ।

ଏହି ସିରିଜର ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯିବାର ଅଛି । ଡିସେମ୍ବର ୧୭ରୁ କରାଚିରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ମୁଲତାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୧ ରନ୍ ସଂଗ୍ରହ କରିଥିଲା । ଏହା ପରେ ପାକିସ୍ତାନ ଦଳ ପ୍ରଥମ ଇନିଂସରେ ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୭୫ ରନ୍ ସଂଗ୍ରହ କରି ପାକିସ୍ତାନ ସମ୍ମୁଖରେ ୩୫୫ ରନର ଲକ୍ଷ୍ୟ ରଖିଥିଲା ।

୩୫୫ ରନର ଲକ୍ଷ୍ୟର ଜବାବରେ ପାକିସ୍ତାନର ଦଳ ମ୍ୟାଚର ଚତୁର୍ଥ ଇନିଂସରେ ୩୨୮ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଇଂଲଣ୍ଡ ୨୬ ରନରେ ମ୍ୟାଚ୍ ଜିତି ସିରିଜ୍ ଜିତିଥିଲା । ବର୍ତ୍ତମାନର ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ୨-୦ରେ ଆଗୁଆ ଅଛି । ଇଂଲଣ୍ଡ କ୍ରିକେଟ୍ ଦଳ ୨୨ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ସିରିଜ୍ ଜିତିଛି । ଏହାପୂର୍ବରୁ ୨୦୦୦-୨୦୦୧ ମସିହାରେ ପାକିସ୍ତାନର ମାଟିରେ ଶେଷ ଥର ପାଇଁ ଇଂଲଣ୍ଡ ଟେଷ୍ଟ ସିରିଜକୁ ୧-୦ରେ ଜିତି ଥିଲା ।

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି

ଏହା ବି ପଢ଼ନ୍ତୁ:-ଇଶାନ କିଶନଙ୍କ ଦ୍ୱିଶତକକୁ ନେଇ ଦୀନେଶ କାର୍ତ୍ତିକ ଦେଲେ ବଡ଼ ବୟାନ, କହିଲେ-ଏକ ଉଜ୍ଜ୍ୱଳ କ୍ୟାରିୟରର ହୋଇପାରେ ଦୁଃଖଦ ଅନ୍ତ

ଏହା ବି ପଢ଼ନ୍ତୁ:-ମଙ୍ଗଳ ଯିବା ରାସ୍ତାରେ ସେକ୍ସ ବନ୍ଦ କରିବାକୁ NASA କଲା ଖାସ୍ ପ୍ଲାନ୍! ନାଲି ଗ୍ରହକୁ ଯାତ୍ରା କରିବାକୁ ଲାଗିବ ଦେଢ଼ ବର୍ଷ