Advertisement
Photo Details/zeeodisha/odisha1596269
photoDetails0hindi

IND Vs AUS: ରାହୁଲ ଦ୍ରାବିଡ ନେବାକୁ ଯାଉଛନ୍ତି ଏକ କଠିନ ନିଷ୍ପତ୍ତି, ଚତୁର୍ଥ ଟେଷ୍ଟରୁ ବାଦ ପଡିବେ ଏହି ଚାମ୍ପିଅନ୍ ଖେଳାଳି!

Ahmedabad Test: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବୋର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଟିମ୍ ଇଣ୍ଡିଆରେ ଏଭଳି ପ୍ରତିଯୋଗିତା ଚାଲିଛି ଯେ ଚାମ୍ପିୟନ ଖେଳାଳିମାନଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳୁନାହିଁ । ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଦଳର ପରାଜୟକୁ ନେଇ କୋଚ୍ ରାହୁଲ ଦ୍ରାବିଡ଼ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ନିଶ୍ଚିତ ଭାବରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବେ । ଏହି ପରିବର୍ତ୍ତନ ପରେ ଦଳରେ ବଡ଼ ଖେଳାଳିଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନର ଯାଗା ମିଳିବ କଷ୍ଟକର ।

1/5

India vs Australia: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ନିଷ୍ପତ୍ତି କରିବ ଯେ ଏହି ସିରିଜ୍ ଡ୍ରରେ ଶେଷ ହେବ ନା ଭାରତ ନାମରେ ରହିବ । ଗତ ତିନୋଟି ସିରିଜରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରି କ୍ରମାଗତ ଭାବେ ଏହାକୁ କବଜା କରିଛି । ଅହମ୍ମଦାବାଦରେ ଟେଷ୍ଟ ଭାରତ ପାଇଁ ହେବ କର କିମ୍ବା ମର ମ୍ୟାଚ୍ । ଯଦି ଦଳ ଏଠାରେ ଜିତିବ, ତେବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତ ସ୍ଥାନ ପାଇବ । ଯଦି ପରାଜୟ ହୁଏ, ତେବେ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲର ଦ୍ୱିତୀୟ ଦଳ ଚୟନ କରିବ ।

2/5

ଇନ୍ଦୋର ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଯେପରି ପରାଜିତ ହୋଇଛି, ସେଥିପାଇଁ କୋଚ୍ ରାହୁଲ ଦ୍ରାବିଡ ଅତ୍ୟଧିକ ରାଗିଛନ୍ତି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୧୦୯ ରନ୍କୁ ଅଲ୍ ଆଉଟ୍ ହୋଇଥିବାବେଳେ, ଦ୍ୱିତୀୟ ଇନିଂସରେ କେବଳ ୧୬୩ ରନ୍ କରିଥିଲା । ଏଥି ସହିତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍ ସଂଗ୍ରହ କରି ୮୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ନେଇଥିଲା । ଦ୍ୱିତୀୟ ଇନିଂସରେ ୭୬ ରନ୍‌ର ସାମାନ୍ୟ ଟାର୍ଗେଟକୁ ପିଛା କରି ୧ ୱିକେଟ୍ ହରାଇ ହାସଲ କରି ନେଇଥିଲା ।

3/5

କୋଚ୍ ରାହୁଲ ଦ୍ରାବିଡ ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିପାରନ୍ତି, ଯଦିଓ ସୌରାଷ୍ଟ୍ରକୁ ଚାମ୍ପିୟନ କରିଥିବା ଅଧିନାୟକ ଜୟଦେବ ଉନାଦକଟଙ୍କୁ ସୁଯୋଗ ମିଳିବା କଷ୍ଟକର । କୋଚଙ୍କ ଆଗରେ କଠିନ ସମୟ ଅଛି । ମହମ୍ମଦ ସିରାଜଙ୍କୁ ଏକ ସୁଯୋଗ ଦିଆଯିବା ଉଚିତ କିମ୍ବା ଅଭିଜ୍ଞ ମହମ୍ମଦ ଶାମିଙ୍କ ସହିତ ଯିବା ଉଚିତ୍, ତାହା ପ୍ରଶ୍ନବାଚି । ଉମେଶ ଯାଦବ ଇନ୍ଦୋରରେ ଚମତ୍କାର ବୋଲିଂ କରିଥିଲେ, ତେବେ ନିଶ୍ଚିତ ଭାବରେ ତାଙ୍କ ସ୍ଥାନ ମିଳିପାରେ ।

4/5

ବାଂଲାଦେଶ ଗସ୍ତରେ ଜୟଦେବ ଉନାଦକଟଙ୍କୁ ଚୟନ କରାଯାଇଥିଲା । ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ସେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ପାଇଲେ । ଫ୍ଲାଇଟ୍ ମିସ୍ କାରଣରୁ ସେ ପ୍ରଥମ ମ୍ୟାଚ୍ ହରାଇଥିଲେ, କିନ୍ତୁ ଦ୍ୱିତୀୟ ମ୍ୟାଚ୍ ରେ ଖେଳିବାର ସୁଯୋଗ ପାଇଲେ । ଚୟନକର୍ତ୍ତାମାନେ ଅଷ୍ଟ୍ରେଲିଆ ବିପକ୍ଷରେ ଜୟଦେବ ଉନାଦକଟଙ୍କୁ ମଧ୍ୟ ଚୟନ କରିଥିଲେ କିନ୍ତୁ ଏବେ ଯାଏଁ ମ୍ୟାଚ୍ ଖେଳିବାକୁ ପାଇ ନାହାନ୍ତି । ଦିଲ୍ଲୀ ଟେଷ୍ଟ ପୂର୍ବରୁ ରଣଜୀ ଟ୍ରଫି ଫାଇନାଲ ଖେଳିବାକୁ ତାଙ୍କୁ ରିଲିଜ୍ କରାଯାଇଥିବାରୁ, ସେ ନାଗପୁର ଟେଷ୍ଟରେ ଖେଳି ପାରି ନଥିଲେ ।

5/5

୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୟଦେବ ଉନାଦକଟ୍ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ । ଏହା ପରେ, ୧୨ ବର୍ଷ ଅପେକ୍ଷା କରିବା ପରେ, ୨୦୨୨ ମସିହାରେ, ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ଯାଇଥିଲେ । ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଦଳରେ ସ୍ଥାନ ପାଇଛି, କିନ୍ତୁ ପ୍ରଥମ ତିନୋଟି ମ୍ୟାଚରେ ପ୍ଲେଇଁ ଇଲେଭେନରେ ସୁଯୋଗ ପାଇ ପାରି ନାହାଁନ୍ତି । ଚତୁର୍ଥ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଓ ଏହି କଷ୍ଟଦାୟକ ମ୍ୟାଚରେ କୋଚ୍ ରାହୁଲ ଦ୍ରାବିଡ କେବଳ ସେହି ଖେଳାଳିଙ୍କ ଉପରେ ବାଜି ଲଗାଇବେ, ଯେଉଁମାନଙ୍କ ପାଖରେ ଅଧିକ ଅଭିଜ୍ଞତା ରହିଛି ।