Advertisement
photoDetails0hindi

Shaheen Afridi Marriage: ଆଫ୍ରିଦିଙ୍କ ଝିଅକୁ ବିବାହ କଲେ ଶାହିନ, ସାକ୍ଷୀ ରହିଲେ ବାବର, ଦେଖନ୍ତୁ ଫଟୋ

Shaheen Shah Afridi Marriage: ଦୁଇ ବର୍ଷ ପୂର୍ବେ ଶାହିନ୍ ଶାହା ଆଫ୍ରିଦି ଓ ଅଂଶା ଆଫ୍ରିଦିଙ୍କ ବିବାହକୁ ନେଇ ପ୍ରଥମେ ଘୋଷଣା ହୋଇ ସାରିଥିଲା କିନ୍ତୁ ଅଂଶାଙ୍କ ଅଧ୍ୟୟନ ଯୋଗୁଁ ବିବାହକୁ ବିଳମ୍ବ କରିବାକୁ ପଡିଥିଲା ।

1/5

Shaheen Shah Afridi Marriage Photos: ପାକିସ୍ତାନ କ୍ରିକେଟ୍ ଦଳର ଷ୍ଟାର ଖେଳାଳିଙ୍କ ପାଇଁ ନୂଆ ବର୍ଷ ଏକ ଭଲ ଖବର ଆଣିଛି । ପ୍ରଥମେ ହରିସ୍ ରୌଫ, ପରେ ଶାଦବ ଖାନ ଓ ଶାନ ମାସୁଦ ଓ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳର ଷ୍ଟାର ଫାଷ୍ଟ ବୋଲର ଶାହିନ୍ ଶାହା ଆଫ୍ରିଦି ମଧ୍ୟ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ।

2/5

୨୨ ବର୍ଷୀୟ ଯୁବ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଶୁକ୍ରବାର ଦିନ ଅର୍ଥାତ ୩ ଫେବୃଆରୀରେ କରାଚିରେ ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର ସହିଦ ଆଫ୍ରିଦିଙ୍କ ଝିଅକୁ ବିବାହ କରିଛନ୍ତି । ଶାହିନ୍ ଆଫ୍ରିଦି କରାଚିର ଜାକରିଆ ମସଜିଦ୍ ଠାରେ ୨୨ ବର୍ଷୀୟା ଅଂଶା ଆଫ୍ରିଦିଙ୍କ ସହିତ ବିବାହ ସମାରୋହ ସମାପ୍ତ ହୋଇଛି ।

3/5

ଦୁଇ ବର୍ଷ ପୂର୍ବେ ଉଭୟଙ୍କ ବିବାହକୁ ନେଇ ଘୋଷଣା କରାଯାଇଥିଲା, କିନ୍ତୁ ଅଂଶାଙ୍କ ଅଧ୍ୟୟନ ଯୋଗୁଁ ଏହା ସମୟ ନେଇଥିଲା । ପାକିସ୍ତାନ କ୍ରିକେଟରେ ଏହି ବିବାହକୁ ଅତି ଉତ୍ସାହର ସହିତ ଅପେକ୍ଷା କରିଥିଲେ ।

4/5

ଷ୍ଟାର ବୋଲରଙ୍କ ବିବାହ ପରେ ଏକ ରିସେପ୍ସନ୍ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ, ସରଫରାଜ ଅହମ୍ମଦ, ଶାଦବ ଖାନ, ମହମ୍ମଦ ହାଫିଜ ଦ ପୂର୍ବତନ କୋଚ ସାକଲେନ ମୁଶ୍ତାକଙ୍କ ପରି ବଡ ତାରକା ମଧ୍ୟ ଉପସ୍ଥିତ ଥିଲେ ।

5/5

ଯଦିଓ ବିବାହ ପରେ ମଧ୍ୟ ଶାହିନ୍ ତୁରନ୍ତ ତାଙ୍କ ପତ୍ନୀଙ୍କ ସହ ରହିପାରିବେ ନାହିଁ । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଂଶା ଆଫ୍ରିଦିଙ୍କ ଶାଶୁ ଘରକୁ ବିଦା ହେବା କିଛି ଦିନ ପରେ ହେବ ଓ ଶାହିନଙ୍କୁ ସେ ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କ ବିନା ବଞ୍ଚିବାକୁ ହେବ ।