IPL 2022 Qualifier 2 : ୧୪ ବର୍ଷ ପରେ ଫାଇନାଲରେ ରାଜସ୍ଥାନ, ବେଙ୍ଗାଲୋର ନେଲା ବିରାଟ ବିଦାୟ
Advertisement
Article Detail0/zeeodisha/odisha1199306

IPL 2022 Qualifier 2 : ୧୪ ବର୍ଷ ପରେ ଫାଇନାଲରେ ରାଜସ୍ଥାନ, ବେଙ୍ଗାଲୋର ନେଲା ବିରାଟ ବିଦାୟ

ଲଗାତର ୧୩ ଥର ଟସ ହାରିବା ପରେ IPL 2022 Qualifier 2ରେ ସଞ୍ଜୁ ସାମସନ ସେହି ଟ୍ରେଣ୍ଡରେ ବ୍ରେକ୍ ଲଗାଇଥିଲେ। ବାଙ୍ଗାଲୋର (Royal Challengers Bangalore) ବିପକ୍ଷରେ ପ୍ରଥମ ଚସ୍ ଜିତି ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରଜତ ପଟିଦାରଙ୍କ ଅର୍ଦ୍ଧଶତ (୫୮ ରନ୍) କରି ଲାଇମଲାଇଟକୁ ଆସିଥିଲା। 

ସୌ- ସୋସିଆଲ ମିଡିଆ
IPL 2022 Qualifier 2 : ଶୁକ୍ରବାର ଖେଳାଯାଇଥିବା ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ସାତ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ରାଜସ୍ଥାନ ୧୪ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି। ଜୋସ୍ ବଟଲର୍ ଦଳ ପାଇଁ ଏକ ବଡ଼ ଇନିଂସ ଖେଳିଥିଲେ। ଧୂଆଁଧାର ବ୍ୟାଟିଂ କରି ସେ ଶତକ ହାସଲ କରିଛନ୍କି। ରାଜସ୍ଥାନର ବୋଲିଂ ଲାଇନରେ ପ୍ରସିଦ୍ଧ କୃଷ୍ଣ ଏବଂ ଓବେଡ ମ୍ୟାକକାୟ ଚମତ୍କାରୀ ପ୍ରଦର୍ଶନ କରିଥିଲେ। ଏହି ଉଭୟ ବୋଲରମାନେ ତିନୋଟି ଲେଖାଏୱ ୱିକେଟ୍ ନେଇଥିଲେ। ରାଜସ୍ଥାନ ରବିବାର ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ।
 
ଲଗାତର ୧୩ ଥର ଟସ ହାରିବା ପରେ IPL 2022 Qualifier 2ରେ ସଞ୍ଜୁ ସାମସନ ସେହି ଟ୍ରେଣ୍ଡରେ ବ୍ରେକ୍ ଲଗାଇଥିଲେ। ବାଙ୍ଗାଲୋର (Royal Challengers Bangalore) ବିପକ୍ଷରେ ପ୍ରଥମ ଚସ୍ ଜିତି ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରଜତ ପଟିଦାରଙ୍କ ଅର୍ଦ୍ଧଶତ (୫୮ ରନ୍) କରି ଲାଇମଲାଇଟକୁ ଆସିଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଠଟି ୱିକେଟ୍ ପାଇଁ ଆରସିବି ୧୫୭ ରନ୍ କରିଥିଲା। ପଟିଦାର ଷଷ୍ଠ ଓଭରରେ ପାଇଥିବା ଜୀବନ ଦାନର ସମ୍ପୂର୍ଣ୍ଣ ଫାଇଦା ଉଠାଇ ୪୨ ବଲର ଇନିଂସରେ ଚାରି ଚୌକା ଓ ତିନି ଛକା ମାରିଥିଲେ। କ୍ୟାପଟେନ ଫ୍ଲାଫ ଡୁପଲେସିସ୍ ୨୫ ଏବଂ ଗ୍ଲେନ ମ୍ୟାକ୍ସୱେଲ ୨୪ ରନ କରିଥିଲେ। ବିରାଟ କୋହଲି ମାତ୍ର ୭ ରନ କରିଛନ୍ତି।
 
 
 
ରାଜସ୍ଥାନ ରୟାଲ୍ସ ପାଇଁ ପ୍ରସିଦ୍ଧ କୃଷ୍ଣ ଚମତ୍କାର ବୋଲିଂ କରି ଚାରି ଓଭରରେ ୨୨ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ସେଥିରେ ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକଙ୍କ ୱିକେଟ୍ ରହିଥିଲା। ତାଙ୍କ ବ୍ୟତୀତ ଓବେଡ ମ୍ୟାକକାୟ ଚାରି ଓଭରରେ ୨୩ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ଏବଂ ଆର ଅଶ୍ୱିନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ଆରସିବି କୋହଲିଙ୍କ ୱିକେଟ୍ ହରାଇଥିଲା। ପରେ ଡୁପ୍ଲେସିସ୍ ଏବଂ ପାଟିଦାର ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ୍ ସଂଗ୍ରହ କରିଥିଲେ। ଆରସିବି ଶେଷ ପାଞ୍ଚ ଓଭରରେ ୩୪ ରନ ପାଇଁ ପାଞ୍ଚଟି ୱିକେଟ ହରାଇଥିଲା।
 
ଜୋସେ ବଟଲର (Jos Buttler) ଙ୍କ ଶତକ ଯୋଗୁଁ ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଆଇପିଏଲ କ୍ୱାଲିଫାୟର ୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରକୁ ସାତ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ରବିବାର ଅର୍ଥାତ୍ ମେ ୨୯ରେ ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିବ। ଶୁକ୍ରବାର ପରାସ୍ତ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଚଳିତ ଆଇପିଏଲ ସିଜିନରୁ ବିଦା ହୋଇଛି। ମ୍ୟାନ ଅଫ ଦ ମ୍ୟାଚ ପାଇଥିବା ବଟଲର ୬୦ ବଲରେ ଅପରାଜିତ ୧୦୬ ରନ କରିଛନ୍ତି। ଯଶସ୍ୱୀ ୨୧ ଓ ସଞ୍ଜୁ ସାମସନ ୨୩ ରନ କରିଥିବା ବେଳେ ଦେବଦତ୍ତ ୯ ରନ କରି କ୍ୟାଚ୍ ଆଉଟ ହୋଇଥିଲେ। ବଟଲରଙ୍କ ସହ ଶିମରୋନ ହିଟମେୟର ୨ ରନ କରି ଅପରାଜିତ ଥିଲେ।
 
 
ସୂଚନାଯୋଗ୍ୟ, IPLର ପ୍ରଥମ ସିଜିନରେ ରାଜସ୍ଥାନ ( Rajasthan Royals) ଫାଇନାଲରେ ପ୍ରବେଶ କରିଥିଲା। କେବଳ ପ୍ରବେଶ କରିନଥିଲା ଚେନ୍ନାଇ (Chennai Super Kings) କୁ ହରାଇ ଆଇପିଏଲର ପ୍ରଥମ ଚମ୍ପିଅନ ମଧ୍ୟ ହୋଇଥିଲା। ଏହାପରେ ରାଜସ୍ଥାନ କେବେ ଫାଇନାଲ ଖେଳିବାର ସୁଯୋଗ ପାଇନାହିଁ। କିନ୍ତୁ ୧୪ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ରବିବାର ଦ୍ୱିତୀୟ ଟାଇଟଲ ପାଇଁ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ମୁକାବିଲା କରିବ। ଗୁଜୁରାଟର ଏହା ଡେବ୍ୟୁ ସିରିଜ, ତେଣୁ ନୂଆ ଟିମ ବିପକ୍ଷରେ ରାଜସ୍ଥାନ କିପରି ରଣନୀତି ଆପଣାଇବ ତାହା ଉପରେ ସସ୍ତଙ୍କ ନଜର ରହିଛି।