କ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍ ୨୦୨୨ କ୍ୱାଲିଫାୟର୍ ୨ରେ ରାଜସ୍ଥାନ ରୟାଲ୍ସ (RR) ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖୋଲିଥିଲେ। ଲୋକମାନେ ଏହି ମ୍ୟାଚରେ ରାସି ଭାନ ଦେର ଦୁସେନଙ୍କ ପତ୍ନି ଲାରାଙ୍କୁ ଜୋସ ବଟଲରଙ୍କ ପତ୍ନୀ ଭାବି ଥିଲେ।
Trending Photos
RR vs RCB : ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍ Rassie van der Dussenଙ୍କ ପତ୍ନୀ ଲାରା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି! ସେ Jos Buttlerଙ୍କୁ ତାଙ୍କ 'ପୋଷ୍ୟ' ଦ୍ୱିତୀୟ ପତି ବୋଲି କହିଛନ୍ତି। ଲାରାଙ୍କ ଉତ୍ସାହ ଦେଖି ଲୋକେ ତାଙ୍କୁ ବଟଲରଙ୍କ ପତ୍ନୀ ଭାବି ଥିଲେ। ଲୋକଙ୍କ ଭ୍ରାମକୁ ଦୂର କରିବାକୁ ଯାଇ ଲାରା କୌତୁହଳରେ ଏପରି କହିଛନ୍ତି।
ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍ ୨୦୨୨ କ୍ୱାଲିଫାୟର୍ ୨ରେ ରାଜସ୍ଥାନ ରୟାଲ୍ସ (RR) ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖୋଲିଥିଲେ। ଲୋକମାନେ ଏହି ମ୍ୟାଚରେ ରାସି ଭାନ ଦେର ଦୁସେନଙ୍କ ପତ୍ନି ଲାରାଙ୍କୁ ଜୋସ ବଟଲରଙ୍କ ପତ୍ନୀ ଭାବି ଥିଲେ। ଆଉ କିଛି ସମୟ ପାଇଁ ଲାରା ମିଡିଆ ସେନସେସନ୍ ପାଲଟି ଯାଇଥିଲେ। ଆଉ ଲାରା ଲୋକଙ୍କୁ ସେ ଦକ୍ଷିଣ ଆଫ୍ରିକା ଖେଳାଳି ରାସିଙ୍କ ପତ୍ନୀ ବୋଲି କହିବା ସହ କୌତୁହଳରେ Jos Buttler ତାଙ୍କ 'ପୋଷ୍ୟ' ଦ୍ୱିତୀୟ ପତି ବୋଲି କହିଛନ୍ତି।
Also Read: କୋରିଆରେ କମାଲ କଲେ ଓଡ଼ିଆ ଝିଅ Sriya Lenka, ବନିଲେ ଭାରତର ପ୍ରଥମ K-Pop Star
ଲାରା କହିଛନ୍ତି, "ମୁଁ ଭାବୁଛି ଯେ ମୁଁ ବର୍ତ୍ତମାନ ଜୋସଙ୍କୁ ମୋର ଦ୍ୱିତୀୟ ସ୍ୱାମୀ ଭାବରେ ଗ୍ରହଣ କରିଛି। ମୁଁ ଭାବୁଛି ତାଙ୍କ ପତ୍ନୀଙ୍କ ନାମ ଲୁଇସ। ମୁଁ ଏହା ପୂର୍ବରୁ ତାଙ୍କୁ ଭେଟି ନାହିଁ। ଲୋକମାନେ ଭାବନ୍ତି ମୁଁ ଜୋସଙ୍କ ପତ୍ନୀ। ମୁଁ ନିଶ୍ଚିତ ଭାବେ ଏହା ଭାବୁଛି କାରଣ ମୁଁ କ୍ୟାମେରାରେ ବହୁତ ଥର ରହିଆସିଛି। ଜୋସ ଯେତେ ବେଳେ ଶତକ ମାରିଲେ ସେତେବେଳେ ଧନଶ୍ରୀ ଆଉ ମୁଁ ନିଜକୁ ରୋକି ପାରିଲୁ ନାହିଁ। ଉଭୟେ ଟିମ୍ ପାଇଁ ଉତ୍ସାହିତ ହୋଇ ଚିୟର କରିଥିଲୁ। ଆଉ ଲୋକମାନେ ଭାବି ନେଲେ ଯେ, ମୁଁ ଜୋସଙ୍କ ପତ୍ନୀ।"
ଚଳିତ ଆଇପିଏଲ ସିଜିନ (IPL 2022) ରେ ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନରେ Rassie van der Dussen ନିୟମିତ ରହି ନାହାଁନ୍ତି। ଆରସିବି ବିପକ୍ଷ ମ୍ୟାଚରେ ବି ସେ ବେଞ୍ଚରେ ରହିଥିଲେ। ତଥାପି ତାଙ୍କ ପତ୍ନୀ ଲାରାଙ୍କୁ ଷ୍ଟାଣ୍ଡରେ ଅଧିକ ଉତ୍ସାହିତ ଦେଖାଯାଉଥିଲେ। ଲାରା ଆହୁରି କହିଛନ୍ତି, "ରାସି ଆଇପିଏଲରେ ସେତେଟା ମ୍ୟାଚ୍ ଖେଳି ନାହାଁନ୍ତି, ତେଣୁ ମୁଁ ତାଙ୍କ ପ୍ରତି ସେହି ସେଣ୍ଟିମେଣ୍ଟ ନାହିଁ। ତେଣୁ ମୁଁ ବର୍ତ୍ତମାନ ଜୋସଙ୍କ ଖେଳକୁ ଉପଭୋଗ କରିବି। ଦୟାକରି ଜାଣନ୍ତୁ ଯେ, ମୁଁ ପ୍ରକୃତରେ ଜୋସଙ୍କ ନୁହେଁ ରାସିଙ୍କ ପତ୍ନୀ। କିନ୍ତୁ ସେ ଟିମରେ ନାହାନ୍ତି ତଥାପି ମୁଁ ଚିୟର କରିବି।"