ରଣଜୀ ଟ୍ରଫି ୨୦୨୧-୨୨ ର ଚତୁର୍ଥ ଦିନରେ ତାମିଲନାଡୁ ବିପକ୍ଷ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ ଧୁଲ ଇତିହାସ ସୃଷ୍ଟି କରିଛନ୍ତି ।
Trending Photos
Ranji Trophy 2022: ରଣଜୀ ଟ୍ରଫି ୨୦୨୧-୨୨ ର ଚତୁର୍ଥ ଦିନରେ ତାମିଲନାଡୁ ବିପକ୍ଷ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ ଧୁଲ (Yash Dhull) ଇତିହାସ ସୃଷ୍ଟି କରିଛନ୍ତି । ଧୁଲ ବ୍ୟାଟିଂ କରି ସମାନ ମ୍ୟାଚରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି । ପ୍ରଥମ ଇନିଂସରେ ଧୁଲ ୧୧୩ ରନ ସ୍କୋର କରିଥିଲେ । ପ୍ରଥମ ଶ୍ରେଣୀ ମ୍ୟାଚର ଉଭୟ ଇନିଂସରେ ଶତକ ହାସଲ କରିବା ପରେ ଧୁପ ଭେଟେରାନଙ୍କ କ୍ଲବରେ ଯୋଗ ଦେଇଛନ୍ତି ।
ନିଜ ରଣଜୀ ଟ୍ରଫି ଡେବ୍ୟୁର ଉଭୟ ଇନିଂସରେ ଶତକ ହାସଲ କରିଥିବା ୟଶ ଧୁଲ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହାପୂର୍ବରୁ ୧୯୫୨/୫୩ ମସିହାରେ ଗୁଜୁରାଟ ପାଇଁ ନରୀ କଣ୍ଟ୍ରାକ୍ଟର (୧୫୨ & ୧୦୨*), ୨୦୧୨/୧୩ ରେ ମହାରାଷ୍ଟ୍ରର ବିରାଗ ଅବାତେଙ୍କ (୧୨୬ & ୧୧୨) ଦ୍ୱାରା ଏହି କୀର୍ତ୍ତିମାନ କରାଯାଇଥିଲା । କେବଳ ଏତିକି ନୁହେଁ, ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ମ୍ୟାଚର ଉଭୟ ଇନିଂସରେ ଶତକ ହାସଲ କରିଥିବା ୟଶ ଧୁଲ ହେଉଛନ୍ତି ସପ୍ତମ ଖେଳାଳି ।
ରଣଜୀ ଟ୍ରଫିରେ ଦିଲ୍ଲୀ ତରଫରୁ ମ୍ୟାଚ ଖେଳି ଉଭୟ ଇନିଂସରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍
ମନସୁର ଅଲ୍ଲୀ ଖାନ
ସୁରିନ୍ଦର ଖାନ୍ନା
ମଦନ ଲାଲ
ଅଜୟ ଶର୍ମା
ରମଣ ଲାମ୍ବା
ଋଷଭ ପନ୍ତ
ୟଶ ଧୁଲ
ୟଶ ଧୁଲ ନିଜ ଅଧିନାୟକତ୍ୱରେ ଚଳିତ ବର୍ଷ ଅଣ୍ଡର ୧୯ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ । ଏହା ପରେ ୟଶ ଧୁଲ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ଏକ ଭଲ ଆରମ୍ଭ କରି ଡେବ୍ୟୁ ମ୍ୟାଚରେ ଏକ ଶତକ ହାସଲ କରିଥିଲେ । ତାମିଲନାଡୁ ବିପକ୍ଷ ପ୍ରଥମ ଇନିଂସରେ ଧୁଲ ମାତ୍ର ୧୩୬ ବଲରେ ଶତକ ପୂରଣ କରିଥିଲେ ।
ଏହା ବି ପଢ଼ନ୍ତୁ: କୋରୋନାକୁ ନେଇ ପୁଣିଥରେ ଏହି ଚେତାବନୀ ଦେଲେ WHO ମୁଖ୍ୟ
ଏହା ବି ପଢ଼ନ୍ତୁ: PCB ଟଙ୍କା ନ ଦେବାରୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ଛାଡ଼ି ଘରକୁ ଫେରିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି