RCB vs RR: ବାଙ୍ଗାଲୋର ପାଖରୁ ୧୧୨ ରନ୍ ବ୍ୟବଧାନରେ ହାରିଲା ରାଜସ୍ଥାନ
Advertisement

RCB vs RR: ବାଙ୍ଗାଲୋର ପାଖରୁ ୧୧୨ ରନ୍ ବ୍ୟବଧାନରେ ହାରିଲା ରାଜସ୍ଥାନ

RCB vs RR Match Highlights: ରବିବାର ରାଜସ୍ଥାନ ବିପକ୍ଷ ମୁକାବିଲାରେ ବୃହତ୍ତ ବିଜୟ ହାସଲ କରିଛି ବାଙ୍ଗୋଲର। ଏହି ବିଜୟ ପରେ ପ୍ଲେ ଅଫ୍‌ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି। 

RCB vs RR: ବାଙ୍ଗାଲୋର ପାଖରୁ ୧୧୨ ରନ୍ ବ୍ୟବଧାନରେ ହାରିଲା ରାଜସ୍ଥାନ

RCB vs RR Match Result: ଚଳିତ ଆଇପିଏଲ ସଂସ୍କରଣର ୬୦ ତମ ମ୍ୟାଚ ରେ ବାଙ୍ଗଲୋର ପାଖରୁ ଏକ ଅପମାନଜନକ ପରାଜୟ ବରଣ କରିଛି ରାଜସ୍ଥାନ। ମେ ୧୪ ତାରିଖ ରବିବାର ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରୁ ୧୧୨ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି ରାଜସ୍ଥାନ ରୟାଲ୍ସ। ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ପାଇଁ ୧୭୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଜସ୍ଥାନ ୧୦.୩ ଓଭର ଖେଳି ୫୯ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। 

ଗତ ଥରର ଆଇପିଏଲ ସଂସ୍କରଣରେ ଫାଇନାଲ ପର୍ଯ୍ୟନ୍ତ ଯାଇଥିବା ରାଜସ୍ଥାନ ରୟାଲ୍ସ ଦଳ ଏଥର ପ୍ଲେ ଅଫ୍ ଦୌଡ଼ରୁ ଦୂରେଇ ରହିବା ଭଳି ଅବସ୍ଥାରେ ପହଞ୍ଚିଯାଇଛି। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରୁ ୧୧୨ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି ରାଜସ୍ଥାନ ରୟାଲ୍ସ। ଏହି ପରାଜୟ ପରେ ରାଜସ୍ଥାନ ଦଳ ପଏଣ୍ଟ ଟେବୁଲ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛି। ୧୩ ମ୍ୟାଚ ଖେଳି ଦଳ ୬ ବିଜୟ ଏବଂ ୭ ପରାଜୟ ସହ ୧୨ ପଏଣ୍ଟ ପାଇଛି। ରାଜସ୍ଥାନ ଦଳର ନେଟ୍ ରନ୍ ରେଟ୍ ହେଉଛି +0.140। ପ୍ଲେ ଅଫ୍ ଖେଳିବା ପାଇଁ ମେ ୧୯ ତାରିଖରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଅନୁଷ୍ଠିତ ହେବାକୁଲ ଯାଉଥିବା ମୁକାବିଲାରେ ରାଜସ୍ଥାନ ଦଳକୁ ଏକ ବଡ଼ ବିଜୟ ପଞ୍ଜୀକରଣ କରିବା ଆବଶ୍ୟକ। ଏହା ସହିତ ଦଳକୁ ଅନ୍ୟାନ୍ୟ ପ୍ରଦର୍ଶନ ଉପରେ ମଧ୍ୟ ନଜର ରଖିବାକୁ ହେବ।

ଅନ୍ୟପଟେ ଯଦି ଆରସିବି କଥା କୁହାଯାଏ, ତାହେଲେ ରବିବାର ମିଳିଥିବା ବୃହତ୍ତ ବିଜୟ ପରେ ଦଳ ଲାଗି ପ୍ଲେ ଅଫ୍ ଯିବାର ରାସ୍ତା ଖୋଲା ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୨ ମ୍ୟାଚ ଖେଳି ୧୨ ପଏଣ୍ଟ ପାଇଛି। ଆରସିବି ପଏଣ୍ଟ ଟେବୁଲ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛି। ବାଙ୍ଗାଲୋର ଦଳର ନେଟ୍ ରନ୍ ରେଟ୍ ହେଉଛି +0.166। ବାଙ୍ଗାଲୋର ଟିମ ଆସନ୍ତା ୧୮ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ୨୧ ତାରିଖରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ମ୍ୟାଚ ଖେଳିବ। ଯଦି ଆରସିବି ଉଭୟ ମ୍ୟାଚ୍‌ ଜିତେ, ତାହେଲେ ଦଳ ପ୍ଲେ ଅଫ୍‌ ପର୍ଯ୍ୟନ୍ତ ଯାଇପାରିବ।

ମେ ୧୪ ତାରିଖ ରବିବାର ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ଏବଂ ରାଜସ୍ଥାନ ରୟାଲ୍ସ। ବାଙ୍ଗାଲୋର ଦଳର ଅଧିନାୟକ ଫାଫ ଡୁପ୍ଲେସି ରାଜସ୍ଥାନ ଟିମ ଘରୋଇ ଗ୍ରାଉଣ୍ଡ ଠାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍ ପାଇଁ ବାଙ୍ଗାଲୋର ଅଧିନାୟକ ଦଳରେ ଦୁଇଟି ପରିବର୍ତ୍ତନ କରିଥିଲେ। ଜୋସ୍ ହାଜଲେଉଡ୍ ଙ୍କ ସ୍ଥାନରେ ୱେନ ପାର୍ନେଲ ଏବଂ ହାସରାଙ୍ଗାଙ୍କ ସ୍ଥାନରେ ମାଇକେଲ ବାସୱେଲ ଙ୍କୁ ଦଳର ଚୂଡାନ୍ତ ଏକାଦଶରେ ଅନ୍ତର୍ଭୂକ୍ତ କରିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଧାର୍ଯ୍ୟ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା। ଆରସିବି ପାଇଁ ଅଧିନାୟକ ଫାଫ୍ ଡୁପ୍ଲେସି (୫୫) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ (୫୪) ଅର୍ଦ୍ଧଶତକ ହାସଲ କରିଥିଲେ। ଫାଫ୍ ଡୁ ପ୍ଲେସିସ୍ ୪୪ ବଲ ଖେଳି ୩ ଚୌକା ଏବଂ ୨ ଛକା ମାରିଥିଲେ। ଅନ୍ୟପଟେ ଗ୍ଲେନ ମ୍ୟାକ୍ସୱେଲ ୩୩ ବଲ ଖେଳି ୫ ଚୌକା ଏବଂ ୩ ଛକା ମାରିଥିଲେ। ଅନୁଜ ରାୱତ ୧୧ ବଲ ଖେଳି ୨୯ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୩ ଚୌକା ଏବଂ ୨ ଛକା ରହିଥିଲା। ରାଜସ୍ଥାନ ପାଇଁ ମିଡିୟମ୍ ପେସର କେଏମ ଆସିଫ ଏବଂ ଆଦାମ ଜାମ୍ପା ୨-୨ ୱିକେଟ୍ ନେଇଥିବା ବେଳେ ସନ୍ଦୀପ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ।