Rishabh Pant: ପଡ଼ିଆ ନ ଓହ୍ଳାଇ ୧୬ କୋଟି ରୋଜଗାର କରିବେ ଋଷଭ ପନ୍ତ, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha1581859

Rishabh Pant: ପଡ଼ିଆ ନ ଓହ୍ଳାଇ ୧୬ କୋଟି ରୋଜଗାର କରିବେ ଋଷଭ ପନ୍ତ, ଜାଣନ୍ତୁ କିପରି

ଶାରିରୀକ ଅସୁସ୍ଥତା କାରଣରୁ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ଋଷଭ ପନ୍ତ। ତେବେ ଚଳିତ ବର୍ଷ ଆଇପିଏଲ ଖେଳୁନଥିବାରୁ ବିସିସିଆଇ ଋଷଭଙ୍କୁ ୧୬ କୋଟି ଟଙ୍କା ପ୍ରଦାନ କରିବ। ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଆଇପିଏଲ ଟିମ ଋଶଭଙ୍କୁ କିଣିଥିବା ବେଳେ ବିସିସିଆଇ କାହିଁକି ତାଙ୍କୁ ଏତେ ମୋଟାଅଙ୍କର ଅର୍ଥରାଶି ଦେବ। ଏଥିପାଇଁ ଆମକୁ ଆଲୋଚନା କରିବାକୁ ହେବ। 

Rishabh Pant: ପଡ଼ିଆ ନ ଓହ୍ଳାଇ ୧୬ କୋଟି ରୋଜଗାର କରିବେ ଋଷଭ ପନ୍ତ, ଜାଣନ୍ତୁ କିପରି

Rishabh Pant: ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ (IPL)। ଇଣ୍ଡିଆନ ପ୍ରିମିୟର ଲିଗର (Indian Premier League) ଏହା ହେବ ୧୬ତମ ସଂସ୍କରଣ। ଏହି ଆଇପିଏଲ ମହେନ୍ଦ୍ର ସିଂହ ଧୋନୀଙ୍କର (Mahendra Singh Dhoni) ଶେଷ ଆଇପିଏଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ସୂଚନା ରହିଛି। ସେହିପରି ଆଇପିଏଲର (IPL) ଏହି ସଂସ୍କରଣରେ ଋଷଭ ପନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବେ ନାହିଁ। କାରଣ ଏକ ମର୍ମନ୍ତୁଦ ଦୁର୍ଘଟଣାରେ (Major Accident) ଋଷଭ ପନ୍ତ (Rishabh Pant) ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରୁ ମୁକ୍ତି ପାଇଥିଲେ ମଧ୍ୟ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି। ଏହି କାରଣରୁ ସେ ଆଗାମୀ ଆଇପିଏଲ ରେ ଖେଳିବେ ନାହିଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଇପିଏଲରେ ନ ଖେଳି ମଧ୍ୟ ସେ ପ୍ରାୟ ୧୬ କୋଟି ଟଙ୍କା ରୋଜଗାର କରିବେ। ତେବେ ଆସନ୍ତୁ ଜାଣିବା କିପରି ସେ ଏହି ଟଙ୍କା ରୋଜଗାର କରିବେ। 

ଏଠାରେ କହି ରଖୁ କି ନୂଆବର୍ଷରେ ସେ ନିଜ ଘରକୁ ଉତ୍ତରାଖଣ୍ଡ ଯାଉଥିଲେ। ଏହି ସମୟରେ ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ନିଜ ଘରକୁ ଯାଉଥିବା ସମୟରେ ରାତିରେ ଉତ୍ତରାଖଣ୍ଡ ନିକଟରେ ସେ ଦୁର୍ଘଟଣାର ସମ୍ମୁଖନ ହୋଇଥିଲା। ଏଥିରେ ଋଷଭଙ୍କ ପୁରା ଶରୀରରେ ଗୁରୁତର ଭାବେ ଆହତ ହୋଇଥିଲା। ଫଳରେ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଫଳରେ ପନ୍ତଙ୍କୁ ପୁରା ଫିଟ ହେବାକୁ ପ୍ରାୟ ୬ ମାସ ସମୟ ଲାଗିବ। ଏହା ପରେ ସେ ମୈଦାନକୁ ଓହ୍ଲାଇବା ନେଇ ସମ୍ଭାବନା ରହିଛି। ଏହି ସମୟରେ ପନ୍ତୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀଟିମର କହିବା କଥା ହେଉଛି କି ଅତି କମରେ ୬ ମାସ ପର୍ଯ୍ୟନ୍ତ ସେ ମୈଦାନକୁ ଓହ୍ଲାଇ ପାରିବେ ନାହିଁ। ୬ ମାସ ପରେ ତାଙ୍କର ଫିଜିକାଲ ଫିଟନେସ ପରୀକ୍ଷା କରିବା ପରେ ତାଙ୍କୁ ଖେଳିବା ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ଡାକ୍ତରୀ ଟିମ କହିଛନ୍ତି। 

ଶାରିରୀକ ଅସୁସ୍ଥତା କାରଣରୁ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ଋଷଭ ପନ୍ତ। ତେବେ ଚଳିତ ବର୍ଷ ଆଇପିଏଲ ଖେଳୁନଥିବାରୁ ବିସିସିଆଇ ଋଷଭଙ୍କୁ ୧୬ କୋଟି ଟଙ୍କା ପ୍ରଦାନ କରିବ। ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଆଇପିଏଲ ଟିମ ଋଶଭଙ୍କୁ କିଣିଥିବା ବେଳେ ବିସିସିଆଇ କାହିଁକି ତାଙ୍କୁ ଏତେ ମୋଟାଅଙ୍କର ଅର୍ଥରାଶି ଦେବ। ଏଥିପାଇଁ ଆମକୁ ଆଲୋଚନା କରିବାକୁ ହେବ। 

ବିସିସିଆଇ ତରଫରୁ ପ୍ରତିଟି ଖେଳାଳିଙ୍କ ପାଇ ବୀମା କରାଯାଇଥାଏ।ଏଥିପାଇଁ ବାର୍ଷିକ ପ୍ରାୟ ୫ କୋଟି ଟଙ୍କା ଦିଆଯାଇଥାଏ। ଏହା ବ୍ୟତୀତ ଅବଶିଷ୍ଟ ରାଶି ଗୁଡ଼ିକ ସେଣ୍ଟ୍ରାଲ ଲିଷ୍ଟ ତରଫରୁ ଦିଆଯାଇଥାଏ। ଏହି ଅର୍ଥରାଶି ଗୁଡ଼ିକୁ ଅନ୍ୟ ବୀମା କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥାଏ। ଯଦି ବିମାନ କମ୍ପାନୀ ତରଫରୁ ଋଷଭଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ ଯାହାକୁ ବିସିସିଆଇ ଦେବ। ସେହିପରି ଋଷଭଙ୍କୁ ବିସିସିଆଇ ଏ-୧ କ୍ଲାସରେ ସ୍ଥାନ ଦେଇଛି। ପନ୍ତ ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୁରେଇ ରହିବେ। ଏଭଳି ସ୍ଥିତିରେ ବିସିସିଆଇ ଓ ଅନ୍ୟ ବୀମା କମ୍ପାନୀ ପକ୍ଷରୁ ଦିଆଯିବ ବୋଲି ଜଣାପଡ଼ିଛି। 

ଏଠାରେ କହି ରଖୁ କି ପ୍ରତିଟି ଖେଳାଳିଙ୍କ ପାଇଁ ବିସିସିଆଇ ପକ୍ଷରୁ ବୀମା କରାଯାଇଥାଏ। ଏଭଳି ସ୍ଥିତିରେ ଯଦି କୌଣସି ଖେଳାଳିଙ୍କୁ ଆଘାତ ଲାଗେ ତେବେ ତାଙ୍କୁ ଖେଳ କିମ୍ବା ଟିମରୁ ବାହାର ହେବାକୁ ପଡ଼ିଥାଏ। ଏଭଳି ସଂକଟ ସମୟରେ ବିସିସିଆଇ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥାଏ।