ଟି-20 ବିଶ୍ୱକପରେ ସ୍ଥାନ ନ ପାଇବାରୁ ନିରାଶ ଅଛନ୍ତି ଶାର୍ଦ୍ଦୁଲ ଠାକୁର, କହିଲେ- ପ୍ରତ୍ୟେକ ଖେଳାଳିଙ୍କର...
Advertisement
Article Detail0/zeeodisha/odisha1386657

ଟି-20 ବିଶ୍ୱକପରେ ସ୍ଥାନ ନ ପାଇବାରୁ ନିରାଶ ଅଛନ୍ତି ଶାର୍ଦ୍ଦୁଲ ଠାକୁର, କହିଲେ- ପ୍ରତ୍ୟେକ ଖେଳାଳିଙ୍କର...

Shardul Thakur: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର କହିଛନ୍ତି ଯେ, ନିକଟ ଅତୀତରେ ଅନେକ ଆହତର ସାମ୍ନା କରିବା ସତ୍ତ୍ୱେ ମଧ୍ୟ ସମସ୍ତ ଖେଳାଳିଙ୍କ ମନୋବଳ ଭଲ ରହିଛି ।

ଟି-20 ବିଶ୍ୱକପରେ ସ୍ଥାନ ନ ପାଇବାରୁ ନିରାଶ ଅଛନ୍ତି ଶାର୍ଦ୍ଦୁଲ ଠାକୁର, କହିଲେ- ପ୍ରତ୍ୟେକ ଖେଳାଳିଙ୍କର...

ନୂଆଦିଲ୍ଲୀ: T20 World Cup 2022: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ତଥା ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଟି-20 ବିଶ୍ୱକପରେ ସ୍ଥାନ ନ ମିଳିବାରୁ ନିରାଶ ଅଛନ୍ତି । ସେ କହିଛନ୍ତି ଯେ, ଟି -20 ବିଶ୍ୱକପ ପାଇଁ ଦଳରେ ସ୍ଥାନ ନ କରିପାରିବା ତାଙ୍କ ପାଇଁ ଏକ ବଡ ଝଟକା । ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ସେ କହିଛନ୍ତି ଯେ,  ତାଙ୍କ ଭିତରେ କ୍ରିକେଟ୍ ବାକି ଅଛି । ଟିମ୍ ଇଣ୍ଡିଆ ଏଠାରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଭାରତୀୟ ଦଳ ସିରିଜରେ ୦-୧ରେ ପଛରେ ରହିଛି । ଯଦି ଶିଖର ଧୱନଙ୍କ ନେତୃତ୍ୱରେ ଦଳ ଏହି ମ୍ୟାଚରେ ହାରିଯାଏ, ତେବେ ସିରିଜକୁ ହରାଇବାକୁ ପଡ଼ିବ ।

ଆଗାମୀ ମ୍ୟାଚଗୁଡ଼ିକ ଉପରେ ସେ ଧ୍ୟାନ ଦେବେ ବୋଲି ଶାର୍ଦ୍ଦୁଲ ଠାକୁର କହିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଲ ଠାକୁର ଭାରତ ପାଇଁ ଟି-20 ମ୍ୟାଚ୍ ଖେଳିଥିଲେ, କିନ୍ତୁ ଏହି ସମୟରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ନଥିଲା ଓ ଜାତୀୟ ଦଳରୁ ବାହାରି ଯାଇଥିଲା । ସେ କହିଛନ୍ତି ଯେ, "ପ୍ରତ୍ୟେକ ଖେଳାଳିଙ୍କ ବିଶ୍ୱକପ ଖେଳିବା ଓ ଜିତିବା ସ୍ୱପ୍ନ ହୋଇଥାଏ । ଆସନ୍ତା ବର୍ଷ ହେଉଛି ଏକଦିବସୀୟ ବିଶ୍ୱକପ୍ । ମୁଁ ଏଥିପାଇଁ ପ୍ରସ୍ତୁତି କରିବି ।"

ଭାରତୀୟ ବୋଲରମାନଙ୍କ ପ୍ରଦର୍ଶନ ସମ୍ପ୍ରତି କିଛି ମ୍ୟାଚ୍‌ରେ ନିରାଶାଜନକ ରହିଛି । ଏହା ଉପରେ ଶାର୍ଦ୍ଦୁଲ ଠାକୁର ତାଙ୍କ ସାଥୀମାନଙ୍କୁ ଡିଫେଣ୍ଡ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଭାରତୀୟ ବୋଲରଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ । ବିପକ୍ଷ ଦଳର ବୋଲରଙ୍କ ମଧ୍ୟ ତ୍ରୁଟି ରହିଛି । ଭାରତ ପାଇଁ ଏକପାଖିଆ ମ୍ୟାଚ୍ ନଥିଲା । ଆମେ ଅଧିକାଂଶ ମ୍ୟାଚ୍ ଜିତିଛୁ ଓ ସ୍ଥିରତା ଦେଖାଇଛୁ । ବେଳେବେଳେ ODI ରେ ୩୫୦ରୁ ଅଧିକ ରନ୍ ମଧ୍ୟ ହୋଇଯାଇଥାଏ ।

ଅଧିକ ପଢ଼ନ୍ତୁ:-'ସବୁଠାରୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ', ଜାଣନ୍ତୁ କାହିଁକି ଏମିତି କହିଲେ ଅସଦୁଦ୍ଦିନ ଓୱେସୀ

ଅଧିକ ପଢ଼ନ୍ତୁ:-ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ଯଦି ଜଣେ ପୁରୁଷଙ୍କର ପାଖରେ ରହିଛି ଏହି ୫ଟି ଗୁଣ ତ ସ୍ତ୍ରୀ ରହିଥାଏ ସର୍ବଦା ସନ୍ତୁଷ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ସାଥ୍

 

 

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର କେଶବ ମହାରାଜ କହିଛନ୍ତି ଯେ, ଯଦିଓ ଭାରତୀୟ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲି ନାହାଁନ୍ତି । ଶିଖର ଧୱନ ନେତୃତ୍ୱାଧୀନ ଦଳ ହେଉଛି ବିଶ୍ୱ ସ୍ତରୀୟ । ମୁଁ ଧୱନଙ୍କ ଦଳକୁ ଦ୍ୱିତୀୟ ଶ୍ରେଣୀ ବୋଲି କହିବି ନାହିଁ । ଭାରତରେ ଏତେ ପ୍ରତିଭା ଅଛି ଯେ ସେ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଚାରି-ପାଞ୍ଚଟି ODI ଦଳ ଓହ୍ଲାଇ ପାରିବ । ଅନେକ ଖେଳାଳିଙ୍କର ଆଇପିଏଲ୍ ଓ ଅନ୍ତର୍ଜାତୀୟ ଅଭିଜ୍ଞତା ଅଛି । ରାଞ୍ଚି ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ସହର । ମୁଁ ତାଙ୍କ ସହ କଥା ହେବାକୁ ଚାହେଁ ଓ ତାଙ୍କ ସହିତ କିମ୍ବା ତାଙ୍କ ବିପକ୍ଷରେ ଖେଳିବାର ସୁଯୋଗ ମୋତେ ମିଳି ନାହିଁ ।