Shubman Gill out Or Not OUT: ଶୁଭମନ ଗିଲଙ୍କ ସହ ହୋଇଛି କି ଚିଟିଙ୍ଗ୍? ରୋହିତ ଶର୍ମା ମଧ୍ୟ ଚିଲ୍ଲେଇ ଉଠିଲେ
Advertisement
Article Detail0/zeeodisha/odisha1732753

Shubman Gill out Or Not OUT: ଶୁଭମନ ଗିଲଙ୍କ ସହ ହୋଇଛି କି ଚିଟିଙ୍ଗ୍? ରୋହିତ ଶର୍ମା ମଧ୍ୟ ଚିଲ୍ଲେଇ ଉଠିଲେ

Shubman Gill out Or Not OUT? ଡବ୍ଲ୍ୟୁଟିସି ଫାଇନାଲର ଚତୁର୍ଥ ଦିନରେ ଟି ବ୍ରେକ୍ ପୂର୍ବରୁ ଶୁଭମନ ଗିଲ ବିବାଦୀୟ ଭାବରେ କ୍ୟାଚ ଆଉଟ ହୋଇଥିଲେ । ସେ କ୍ୟାମେରନ୍ ଗ୍ରୀନ୍ ଦ୍ୱାରା କ୍ୟାଚ ଆଉଟ ହେଁ ଗ୍ରୀନ୍ କ୍ୟାଚ୍କୁ ନେଇ ବର୍ତ୍ତମାନ ବିବାଦ ଦେଖା ଦେଇଛି । ଗ୍ରୀନ ସଠିକ୍ ଭାବରେ କ୍ୟାଚ୍ ଧରି ପାରି ନଥିଲେ କିନ୍ତୁ ତୃତୀୟ ଅମ୍ପାୟାର୍ ଗିଲଙ୍କୁ ଆଉଟ୍ ଦେଇଥିଲେ ।

ସୌ: ସୋସିଆଲ ମିଡିଆ

Cameron Green Catch Of Shubman Gil: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ଚତୁର୍ଥ ଦିନରେ ଶୁଭମନ ଗିଲ ୧୯ଟି ବଲରୁ ୧୮ ରନ୍ କରି ଆଉଟ ହୋଇଥିଲେ, କିନ୍ତୁ ଟିମ୍ ଇଣ୍ଡିଆର ଏହି ଓପନର୍ ଯେପରି ଆଉଟ ହୋଇଥିଲେ, ତାହାକୁ ନେଇ ବିବାଦ ଲାଗି ରହିଛି । ପ୍ରଶଂସକମାନେ ସୋସିଆଲ ମିଡିଆରେ କହିଛନ୍ତି ଯେ ଶୁଭମନ ଗିଲଙ୍କ ସହ ଚିଟିଙ୍ଗ୍ ହୋଇଛି ଓ ତାଙ୍କୁ ଭୁଲ ଆଉଟ ଦିଆଯାଇଛି । ବାସ୍ତବରେ, ସ୍କଟ୍ ବୋଲାଣ୍ଡଙ୍କ ବଲରେ ଶୁଭମନ ଗିଲ ସ୍ଲିପ୍‌ରେ କ୍ୟାମେରନ୍ ଗ୍ରୀନ୍ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ । ତୃତୀୟ ଅମ୍ପାୟାର କ୍ୟାମେରନ୍ ଗ୍ରୀନଙ୍କ କ୍ୟାଚ୍ ଧରିବାକୁ ଅନେକ ଥର ରିପ୍ଲେରେ ଦେଖିଥିଲେ । ଏହାପରେ ତୃତୀୟ ଅମ୍ପାୟାର କହିଥିଲେ ଯେ ଯେତେବେଳେ କ୍ୟାମେରନ୍ ଗ୍ରୀନ୍ କ୍ୟାଚ୍ ଧରିଲେ, ସେତେବେଳେ ତାଙ୍କ ଆଙ୍ଗୁଠି ବଲ୍ ତଳେ ଥିଲା ।

କ୍ୟାମେରନ୍ ଗ୍ରୀନ୍ ସତରେ କଣ କ୍ୟାଚକୁ ସଠିକ ଭାବରେ ଧରିଥିଲେ?
ତେବେ, କ୍ୟାମେରନ୍ ଗ୍ରୀନଙ୍କ ଆଙ୍ଗୁଠି ବାସ୍ତବରେ ବଲ୍ ତଳେ ଥିଲା କି? ଏହି ଜିନିଷ କ୍ୟାମେରାର କୋଣରୁ ସ୍ପଷ୍ଟ ଦେଖାଯାଉ ନଥିଲା । ଲାଗୁଥିଲା ଯେ ଯେତେବେଳେ କ୍ୟାମେରନ୍ ଗ୍ରୀନ୍ ଭୂମିରେ ପଡ଼ିଥିଲେ, ବଲ୍ ଭୂମିରେ ମଧ୍ୟ ଲାଗିଥିଲା ​​। ଏହିପରି ଭାବେ ଅଷ୍ଟ୍ରେଲୀୟ ଖେଳାଳି ଭୂମିରେ ପଡ଼ିବା ସହ ବଲ ଉଠାଇ ନେଇଥିଲେ । 

 
 
 
 

 
 
 
 
 
 
 
 
 
 
 

A post shared by ICC (@icc)

ଅମ୍ପାୟାର ଜୁମ୍ କରିନଥିଲେ!
କମେଣ୍ଟ୍ରିଟରମାନେ ଏହା ମଧ୍ୟ କହିଛନ୍ତି ଯେ ତୃତୀୟ ଅମ୍ପାୟାର କୋଣରୁ ଦେଖିବା ପାଇଁ ଜୁମ୍ ମଧ୍ୟ କରିନଥିଲେ ଓ ପରେ ଗିଲକୁ ଆଉଚ ଦିଆଯାଇଥିଲା । ସ୍କ୍ରିନରେ ଆଉଟ୍ ସୋ ହେବା ମାତ୍ରେ ଅନ୍ୟ ପଟେ ଠିଆ ହୋଇଥିବା କ୍ୟାପଟେନ ରୋହିତ ଶର୍ମା ମଧ୍ୟ ଜୋରରେ ଚିଲ୍ଲେଇ ଉଠିଥିଲେ । ଏହି କ୍ୟାଚ୍ ବିଷୟରେ ସେ ଅନଫିଲ୍ଡ ଅମ୍ପାୟାରଙ୍କ ସହ ମଧ୍ୟ କଥା ହୋଇଥିଲେ ।

ଅମ୍ପାୟାରିଂ ନେଇ ସେହୱାଗ କଲେ ଟ୍ୱିଟ 
ଗିଲ ପ୍ୟାଭିଲିୟନକୁ ଫେରିବା ମାତ୍ରେ ଦର୍ଶକମାନେ ଅଷ୍ଟ୍ରେଲିଆ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ପୂରା ଷ୍ଟାଡିୟମ ଚିଟିଙ୍ଗ ଚିଟିଙ୍ଗ ସ୍ଲୋଗାନରେ କମ୍ପି ଉଠିଥିଲା । ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦର ସେହୱାଗ ମଧ୍ୟ ଗିଲଙ୍କ ସମର୍ଥନରେ ବାହାରିଛନ୍ତି । ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚିତ୍ର ସେୟାର କରି ସେ କହିଛନ୍ତି ଯେ ଗିଲଙ୍କ ନିଷ୍ପତ୍ତି ନେବାବେଳେ ତୃତୀୟ ଅମ୍ପାୟାର । ସେ କହିଛନ୍ତି ଯେ ଯେତେବେଳେ ସନ୍ଦେହ ଥାଏ, ସେତବେଳେ ନଟ୍ ଆଉଟ୍ ହୁଏ ।

ଦି ଓଭାଲରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ ରନର ଏକ ବିଶାଳ ଟାର୍ଗେଟ ଦେଇଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୧୭୦ ରନ୍ କରି ନିଜର ଇନିଂସ ଘୋଷଣା କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୩ ରନ୍ ଅଗ୍ରଣୀ ହାସଲ କରିଥିଲା ଓ ଏହିପରି କଙ୍ଗାରୁ ଦଳର ମୋଟ ୪୪୩ ରନ୍ ହୋଇଥିଲା ।

ଏହା ବି ପଢନ୍ତୁ: IND vs AUS WTC Final: ଟିମ୍ ଇଣ୍ଡିଆ ସାମ୍ନାରେ ଇତିହାସ ରଚିବାର ସୁଯୋଗ; ଅଷ୍ଟ୍ରେଲିଆ ଦେଲା ଏକ ବିଶାଳ ଟାର୍ଗେଟ