Ganguly on Virat: କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କଲେ ସୌରଭ ଗାଙ୍ଗୁଲି, କହିଲେ- ମୁଁ ତାଙ୍କୁ ଅଧିନାୟକତ୍ୱରୁ...
Advertisement

Ganguly on Virat: କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କଲେ ସୌରଭ ଗାଙ୍ଗୁଲି, କହିଲେ- ମୁଁ ତାଙ୍କୁ ଅଧିନାୟକତ୍ୱରୁ...

Sourav Ganguly On Virat Kohli: ଯେତେବେଳେ ବିରାଟ କୋହଲି ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଛାଡିଥିଲେ ସେତେବେଳେ ତାଙ୍କ ସହ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ବର୍ତ୍ତମାନ ଗାଙ୍ଗୁଲି ନିଜେ ବିରାଟଙ୍କ ସହ କ’ଣ କଥା ହୋଇଥିଲେ ତାକୁ ନେଇ ଖୁଲାସା କରିଛନ୍ତି ।

 

Sourav Ganguly On Virat Kohli

Sourav Ganguly and Virat Kohli Controversy: କିଛି ବର୍ଷ ପୂର୍ବେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ହେବାର ଖବର ହେଡଲାଇନରେ ଥିଲା । ବିରାଟ କୋହଲି ଅଧିନାୟକତ୍ୱ ଛାଡିବା ନେଇ ଏହି ବିବାଦ ଘଟିଥିଲା, ଏହା ପରେ ବିରାଟ କୋହଲି ସମସ୍ତ ଫର୍ମାଟରୁ ଅଧିନାୟକତ୍ୱ ଛାଡିଥିଲେ । ବିସିସିଆଇ ସଭାପତି ଥିବାବେଳେ ସୌରଭ ଗାଙ୍ଗୁଲି ବିରାଟଙ୍କ ସହ ଅଧିନାୟକତ୍ୱ ବିଷୟରେ ସେ କ’ଣ ବାର୍ତ୍ତାଳାପ କରିଥିଲେ ବର୍ତ୍ତମାନ ତାହା କହିଛନ୍ତି।

ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ବିରାଟ କୋହଲି କ୍ରିକେଟର ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ, କିନ୍ତୁ ଥରେ ମଧ୍ୟ ସେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇପାରିନଥିଲେ । ତେବେ ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରତ୍ୟେକ ଫର୍ମାଟରେ ନମ୍ବର ୱାନ ଦଳ ହୋଇପାରିଥିଲା, ସମସ୍ତ ଦଳକୁ ପରାସ୍ତ କରିଥିଲା, ବିଦେଶୀ ପିଚ୍‌ରେ ମଧ୍ୟ ଜିତିଥିଲା, କିନ୍ତୁ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଥରେ ବି ବିଜେତା ହୋଇପାରି ନ ଥିଲା ।

ଅଧିନାୟକତ୍ୱ ବିଷୟରେ ଗାଙ୍ଗୁଲି ଓ ବିରାଟଙ୍କ ବାର୍ତ୍ତାଳାପ 
ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ପୂର୍ବରୁ ମଧ୍ୟ ବିରାଟ କୋହଲି ଘୋଷଣା କରିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟ ପରେ ସେ ଟି-୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ । ବିରାଟଙ୍କ ଅଧିନାୟକତ୍ୱରେ ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ମଧ୍ୟ ହାରି ଯାଇଥିଲା । ଏହା ପରେ ବିରାଟ ଟି-୨୦ ଫର୍ମାଟରେ ଅଧିନାୟକ ହେବାକୁ ମନା କରିଦେଇଥିଲେ । ସେତେବେଳେ ବିସିସିଆଇର ସଭାପତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଥିଲେ । ଗାଙ୍ଗୁଲି ବିରାଟଙ୍କ ସହ କଥା ହୋଇଥିଲେ, ଏହା ପରେ ବିରାଟ ସମସ୍ତ ଫର୍ମାଟରୁ ଅଧିନାୟକତ୍ୱ ଛାଡିଥିଲେ ଓ ଗାଙ୍ଗୁଲିଙ୍କ ସହ ତାଙ୍କର ବିବାଦ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ବର୍ତ୍ତମାନ ସୋରାଭ ଗାଙ୍ଗୁଲି ଦାଦାଗିରି ଅନଲିମିଟେଡ୍ ସିଜନ-୧୦ ସମୟରେ ଅଧିନାୟକତ୍ୱ ବିଷୟରେ ବିରାଟଙ୍କ ସହ କରିଥିବା ବାର୍ତ୍ତାଳାପକୁ ପ୍ରକାଶ କରିଛନ୍ତି । ସୌରଭ ଗାଙ୍ଗୁଲି କହିଛନ୍ତି, "ମୁଁ ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇ ନାହିଁ । ମୁଁ ତାଙ୍କୁ କହିଥିଲି ଯେ ଯଦି ଆପଣ ଟି-୨୦ ରେ ଦଳର ନେତୃତ୍ୱ ନେବାକୁ ଚାହୁଁ ନାହାଁନ୍ତି, ତେବେ ଯଦି ଆପଣ ପୁରା ହ୍ୱାଇଟ୍ ବଲ କ୍ରିକେଟରୁ ଅଧିନାୟକତ୍ୱ ଛାଡିଦିଅନ୍ତି, ତେବେ ତାହା ଭଲ ହେବ ।" ତେବେ ODI ର ଅଧିନାୟକତ୍ୱ ବିଷୟରେ ବିରାଟ କୋହଲି ତାଙ୍କର ଏକ ବିୟାନରେ କହିଛନ୍ତି ଯେ ODI କ୍ରିକେଟ୍ ଅଧିନାୟକତ୍ୱ ଛାଡିବା ନେଇ ତାଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ଏହା ପରେ ବିରାଟ ମଧ୍ୟ ଟେଷ୍ଟ ଫର୍ମାଟର ଅଧିନାୟକତ୍ୱ ଛାଡିଥିଲେ ଓ ତା’ପରେ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟର ଅଧିନାୟକ କରାଯାଇଥିଲା ।

କହିରଖୁଛୁ ଯେ ବିରାଟ କୋହଲିଙ୍କ ପରଠାରୁ ଟିମ୍ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ତିନୋଟି ଫର୍ମାଟ୍ ପାଇଁ ଗୋଟିଏ ଅଧିନାୟକ ପାଇପାରି ନାହିଁ । ବିସିସିଆଇ ପ୍ରାୟ ପ୍ରତ୍ୟେକ ସିରିଜରେ ନୂଆ ଅଧିନାୟକ ଆଣିଥାଏ ଓ ଗତ ୨ ବର୍ଷ ମଧ୍ୟରେ ଅନେକ ଖେଳାଳି ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି । ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଦିନିକିଆ ଅଧିନାୟକ କେ.ଏଲ୍ ରାହୁଲ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ହେବେ ।