)
IPL 2024: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ(CSK) ଋତୁରାଜ୍ ଗାଏକ୍ବାଡ୍ ( Ruturaj Gaikwad) ଓ ଲକ୍ଷ୍ନୌ ସୁପର ଜ୍ୟୋଣ୍ଟସ୍ (LSG ) ଅଧିନାୟକ କେଏଲ୍ ରାହୁଲ (KL Rahul) ଙ୍କୁ ୧୨ ଲକ୍ଷ ଲେଖାଏଁ ଜରିମାନା କରାଯାଇଛି। ଧିମା ବୋଲିଂ ଲାଗି ଉଭୟ ଦଣ୍ତିତ ହୋଇଛନ୍ତି। ଶୁକ୍ରବାର ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ସିଏସକେ ଓଏଲଏସଜି ଟିମ୍ ନିର୍ଦ୍ଦାରିତ ସମୟରେ ବୋଲିଂ ଶେଷ କରିପାରି ନଥିଲେ। ପୂର୍ବରୁ ଧିମା ବୋଲିଂ ଲାଗି ଦିଲ୍ଲୀ କ୍ୟାପିଟାଲ୍ ଅଧିନାୟକ ଋଷଭ ପନ୍ଥ ଓ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟର ଶ୍ରେୟସ୍ ଆୟରଙ୍କୁ ଜରିମାନା କରାଯାଇଥିଲା।
ନିକଟରେ ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । କ୍ୟାପଟେନ୍ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ବଡ଼ ସ୍କୋର୍ ବି କରିଥିଲା। ଅର୍ଦ୍ଧଶତକ ପରେ ବି ଋଷଭଙ୍କ ଉପରେ ଜରିମାନା ଲଗାଯାଇଥିଲା। ଧିର ବୋଲିଂ ପାଇଁ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଫାଇନ୍ ଲଗାଇଛି ବିସିସିଆଇ(BCCI)। କେବଳ ସେତିକି ନୁହେଁ , ଏହା ପୂର୍ବରୁ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁବମନ ଗିଲ୍ ମଧ୍ୟ ଜୋରିମାନା ଗଣିଥିଲେ। ସ୍ଲୋ ଓଭର୍ ରେଟ୍ ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଥିଲା।