Supreme Court On BCCI: ସୁପ୍ରିମ କୋର୍ଟ ଦେଲେ ବଡ ରାୟ, ଅମିତ ଶାହା ପୁଅଙ୍କ କପାଳକୁ ଶିକା ଛିଡିଲା
Advertisement
Article Detail0/zeeodisha/odisha1351646

Supreme Court On BCCI: ସୁପ୍ରିମ କୋର୍ଟ ଦେଲେ ବଡ ରାୟ, ଅମିତ ଶାହା ପୁଅଙ୍କ କପାଳକୁ ଶିକା ଛିଡିଲା

Supreme Court On BCCI: ସୁପ୍ରିମ କୋର୍ଟରୁ ଆସିଲା ବଡ ରାୟ। ନିଜ ନିଜ ପଦରେ ରହିବେ ସୌରଭ ଗାଙ୍ଗୁଲି (Sourav Ganguly) ଓ ଜୟ ଶାହ (Jay Shah)। ଏହି ୨ ଜଣ ଆଗାମୀ ୧୨ ବର୍ଷ ପର୍ଯ୍ୟନ୍ତ ରହିପାରିବେ ସଭାପତି ଓ ସଂପାଦକ। ବିସିସିଆଇ ସଭାପତି ଓ ସଂପାଦକ ପଦରେ ରହିପାରିବେ ଉଭୟ।

ଫାଇଲ୍ ଫଟୋ

Supreme Court On BCCI: ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ବୁଧବାର ଦିନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ରେ ପ୍ରସ୍ତାବିତ ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି। ଯେଉଁଥିରେ ବର୍ତ୍ତମାନର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଓ ସଚିବ ଜୟ ଶାହା (Jay Shah)ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ। ବିସିସିଆଇ ସମ୍ବିଧାନରେ 'କୁଲିଂ ଅଫ୍ ପିରିୟଡ୍' ଧାରା ଅନିଯାୟୀ, ଉଭୟ ଗାଙ୍ଗୁଲି ଏବଂ ଶାହାଙ୍କ ପ୍ରଥମ କାର୍ଯ୍ୟକାଳ ଚଳିତ ମାସ ଆରମ୍ଭରେ ଶେଷ ହୋଇଯାଇଥିଲା। ଯାହାର ଅର୍ଥ ହେଉଛି ସୌରଭ ଗାଙ୍ଗୁଲି ତିନି ବର୍ଷ ବିସିସିଆଇର ସଭାପତି ରହିବେ ଏବଂ ଜୟ ଶାହା ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇ ସଚିବ ଭାବରେ କାର୍ଯ୍ୟ କରିବାର ଅନୁମତି ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ପଦାଧିକାରୀଙ୍କ କାର୍ଯ୍ୟକାଳ କ୍ରମାଗତ ୧୨ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଏଥିରେ ରାଜ୍ୟ ସଙ୍ଘରେ ୬ ବର୍ଷ ଏବଂ ବିସିସିଆଇରେ ୬ ବର୍ଷ ଅନ୍ତର୍ଭୁକ୍ତ।

ବିସିସିଆଇ ଏହାର ପ୍ରସ୍ତାବିତ ସଂଶୋଧନରେ ନିଜ କାର୍ଯ୍ୟାଳୟର ଅଧିକାରୀଙ୍କ ପାଇଁ କୁଲିଂ ଅଫ୍ ଅବଧିକୁ ଶେଷ କରିବାକୁ ଚେଷ୍ଟା କରିଥିଲା, ଯାହାଫଳରେ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହାଙ୍କୁ ଅଧ୍ୟକ୍ଷ ତଥା ସଚିବ ଭାବରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ସେପ୍ଟେମ୍ବର ୧୪ର ରାୟରେ ସର୍ବୋଚ୍ଚ ନ୍ୟାଯାଳୟ କହିଛନ୍ତି ଯେ, ବିସିସିଆଇରେ ଜଣେ ପଦାଧିକାରୀଙ୍କୁ କ୍ରମାଗତ ଦୁଇଟି କାର୍ଯ୍ୟକାଳ ପାଇଁ ପଦ ଧାରଣ କରିବାକୁ ଅନୁମତି ଦିଐଯିବ, ଯଦି ବି ସେମାନେ ଗୋଟିଏ ଥର ରାଜ୍ୟ ସଙ୍ଗଠନରେ ପଦରେ ରହିଥାନ୍ତି।

ବିସିସିଆଇର ସମ୍ବିଧାନ ଅନୁଯାୟୀ, ଜଣେ ରଦାଧିକାରୀଙ୍କୁ ରାଜ୍ୟ ଆସୋସିଏସନ୍ ଓ ବିସିସିଆଇରେ କିମ୍ବା ଦୁଇଟି ସ୍ଥାନରେ ସଂଯୁକ୍ତ ଭାବେ ଲଗାତାର ଦୁଇ ଥର କାର୍ଯ୍ୟକାଳ ମଧ୍ୟରେ ତିନି ବର୍ଷର କୁଲିଂ ଅଫ୍ ଅବଧି ମଧ୍ୟରେ ଯିବାକୁ ପଡିବ। ବିସିସିଆଇ ପକ୍ଷରୁ ଥିବା ସରକାରୀ ଓକିଲ ତୁଷାର ମେହେଟ୍ଟା, ଜଷ୍ଟିସ୍ ଡି. ଚନ୍ଦ୍ରଚୁଡ ଏବଂ ହିମା କୋହଲିଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ, ଦେଶରେ କ୍ରିକେଟ୍ ଖେଳ ଅତି ସୁପରିଚାଳିତ (ବ୍ୟବସ୍ଥିତ) ଅଟେ। ସେ କହିଛନ୍ତି ଯେ, ବିସିସିଆଇ ଏକ ସ୍ୱୟଂଶାସିତ ସଂସ୍ଥା ଏବଂ କ୍ରିକେଟ୍ ସଂସ୍ଥାର ବାର୍ଷିକ ସାଧାରଣ ସଭାରେ (ଏଜିଏମ୍) ସମସ୍ତ ପରିବର୍ତ୍ତନ ଉପରେ ବିଚାର କରାଯାଇଥିଲା।