'ସ୍ପୋର୍ଟସ ଆଇକନ୍' ପୁରସ୍କାରରେ ସମ୍ମାନିତ ହେଲେ ରାଇନା
Advertisement

'ସ୍ପୋର୍ଟସ ଆଇକନ୍' ପୁରସ୍କାରରେ ସମ୍ମାନିତ ହେଲେ ରାଇନା

ନିଜ କ୍ରିକେଟ କ୍ୟାରିୟରରେ ବିଭିନ୍ନ ସଫଳତା ପାଇଁ ରାଇନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।ବାଂଲାଦେଶର ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ମହମ୍ମଦ ଜାହିର ଅହସାନ ରସେଲଙ୍କ ଉପସ୍ଥିତିରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । 

'ସ୍ପୋର୍ଟସ ଆଇକନ୍' ପୁରସ୍କାରରେ ସମ୍ମାନିତ ହେଲେ ରାଇନା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ମାଲଦ୍ୱୀପ ସରକାର ୨୦୨୨ ବର୍ଷ ପାଇଁ ସମ୍ମାନଜନକ 'ସ୍ପୋର୍ଟସ ଆଇକନ୍' ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହି ପୁରସ୍କାର ପାଇଁ ସେ ରିୟଲ ମାଦ୍ରିଦର ପୂର୍ବତନ ଖେଳାଳି ରବର୍ଟୋ କାର୍ଲସ, ଜାମାଇକା ଧାବକ ଆସାଫା ପୋୱେଲ, ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିଆ ଓ ଡଚ୍ କିମ୍ୱଦନ୍ତୀ ଫୁଟବଲର ଇଦଗର ଦାଭିଡ୍ସ ଙ୍କ ପରି ଖେଳାଳିଙ୍କ ସହ ନୋମିନେଟ୍ ହୋଇଥିଲେ ।

ନିଜ କ୍ରିକେଟ କ୍ୟାରିୟରରେ ବିଭିନ୍ନ ସଫଳତା ପାଇଁ ରାଇନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।ବାଂଲାଦେଶର ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ମହମ୍ମଦ ଜାହିର ଅହସାନ ରସେଲଙ୍କ ଉପସ୍ଥିତିରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣରେ ସାଉଦି ଆରବର କ୍ରୀଡ଼ା ବିଭାଗର ଉପମନ୍ତ୍ରୀ ଅଲ-କାଦି ବଦର ଅବଦୁଲ ରେହମାନ ଓ ମାଳଦ୍ୱୀପ (Maldives) ଟେନିସ୍ ଆସୋସିଏସନର ସମ୍ମାନିତ ସଭାପତି ଅହମ୍ମଦ ନାଜିର ଉପସ୍ଥିତ ଥିଲେ । 

Also Read: ଖାଦ୍ୟରେ ବିଷ ଦେଇ ହତ୍ୟା କରିଦେବାର ଭୟ...୧୦୦୦ ବ୍ୟକ୍ତିଗତ କର୍ମଚାରୀଙ୍କୁ ହଟାଇଲେ ପୁଟିନ

ସେହିପରି ଏହି କାର୍ଯ୍ୟକ୍ରମରେ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ (Ibrahim Mohamed Solih) ଅଧ୍ୟକ୍ଷତା କରିଥିବା ବେଳେ କ୍ରୀଡ଼ାମନ୍ତ୍ରୀ ଓ କ୍ରୀଡ଼ାବିତ୍ ମାନେ ଯୋଗଦେଇଥିଲେ । ବିଭିନ୍ନ କ୍ରୀଡ଼ାରେ ଖେଳାଳିମାନଙ୍କୁ ସମର୍ଥନ, ସହଯୋଗ ଏବଂ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାରକୁ ନିରନ୍ତର ଓ ବାର୍ଷିକ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଥିବା ମହଲୁଫ୍ କହିଛନ୍ତି । ପ୍ରେସ ରିଲିଜ ଅନୁସାରେ, ମାଲଦ୍ୱୀପ ସ୍ପୋର୍ଟ୍ସ ଆୱାର୍ଡ ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତିରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଘରୋଇ ଓ ଭାରତରୁ ଯାଇଥିବା କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିଥିଲେ ।

Also Read: ଆପଣଙ୍କ ଓଜନ ହ୍ରାସ କରିବ ପ୍ଲମ୍, ଜାଣନ୍ତୁ ବ୍ୟବହାରର ସଠିକ୍ ଉପାୟ

୨୦୧୧ରେ ସୁରେଶ ରୈନା (Suresh Raina) ଭାରତୀୟ କ୍ରିକେଟ୍ ଦଳକୁ ବିଶ୍ୱକପ୍ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ଚାରିଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟ୍ରଫି ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ଯିଏ ଟି-୨୦ କ୍ୟାରିୟରରେ ୬ହଜାର ଓ ୮ହଜାର ରନ୍ ସଂଗ୍ରହ କରିଛନ୍ତି । ସେପଟେ ଆଇପିଏଲରେ ୫ହଜାର ରନ୍ ହାସଲ କରିଥିବା ପ୍ରଥମ କ୍ରିକେଟର ହେଉଛନ୍ତି ରାଇନା। ଏପରିକି ରାଇନାଙ୍କ ନାମରେ ଚାମ୍ପିଅନ୍ସ ଲିଗ୍ ଟି-୨୦ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ କରିବାର ରେକର୍ଡ ରହିଛି ।