ପ୍ଲମ୍ ଅଙ୍ଗୁର ପରି ଏକ ଫଳ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବେଶ ପ୍ରଭାବଶାଳୀ। ଏହା ସହ ହାଡକୁ ମଧ୍ୟ କରେ ଶକ୍ତିଶାଳୀ।
Trending Photos
ନୂଆଦିଲ୍ଲୀ: ପ୍ଲମ ଏପରି ଏକ ଫଳ ଯାହାକୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଫଳପ୍ରଦ । ଏହି ଫଳଟି କଳା ଅଙ୍ଗୁର ପରି ଦେଖାଯାଏ କିନ୍ତୁ ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଫଳ, ଯାହା ଫାଇବର, ଭିଟାମିନ୍ (ଏ, କେ ଏବଂ ସି), ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ପରି ପୁଷ୍ଟିକର ପଦାର୍ଥରେ ଭରପୂର । ଏହି ପୋଷକ ତତ୍ତ୍ୱ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ପ୍ରଦାନ କରିଥାଏ । ଏହା ହୃଦୟ ଏବଂ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ । ସ୍ୱାଦରେ ଏହା ଖଟା-ମିଠା ଲାଗେ ଏବଂ ଏହା ଗ୍ରୀଷ୍ମଋତୁରେ ମିଳିଥାଏ ।
ଗଭୀର ବାଇଗଣୀ-ନାଲି କିମ୍ବା ସବୁଜ-ହଳଦିଆ ରଙ୍ଗରେ ପ୍ଲମ୍ ଫଳ ମିଳେ । ଏହି ଫଳ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ଫୋଲେଟ୍ ଏବଂ ଏ, ସି, ଏବଂ ଭି ପରି ଭିଟାମିନ୍ ର ଏକ ଉତ୍ତମ ଉତ୍ସ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ଲମରେ ମିଳୁଥିବା ତନ୍ତୁ ଶରୀରର ଅଙ୍ଗଗୁଡ଼ିକୁ ସୁଗମ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ । ଏହା ସହିତ, ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ...
ପ୍ଲମ୍ ଖାଇବାର ୫ଟି ଆଶ୍ଚର୍ଯ୍ୟଜନକ ଲାଭ
1. ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ । ଶହେ ଗ୍ରାମ ପ୍ଲମରେ ପ୍ରାୟ ୪୬ କ୍ୟାଲୋରୀ ଥାଏ । ଅନ୍ୟ ଫଳ ତୁଳନାରେ ଏହା କ୍ୟାଲୋରୀରେ କମ୍ ଅଟେ । ଏହି କାରଣରୁ, ଏହା ଆପଣଙ୍କର ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ |
2. ଆଖି ପାଇଁ ଲାଭଦାୟକ
ପ୍ଲମ୍ ରେ ଥିବା ଭିଟାମିନ୍-ସି ଆପଣଙ୍କ ଆଖି ଏବଂ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ବ୍ୟତୀତ ଭିଟାମିନ୍-କେ ଏବଂ ବି ୬ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ ।
3. ହୃଦୟ ପାଇଁ ଲାଭପ୍ରଦ
ପ୍ଲମ କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଓମେଗା -3 ରେ ଭରପୂର ଅଟେ । ଏହା ହୃଦୟ ସହିତ ଜଡିତ ଅନେକ ରୋଗକୁ ଭଲ କରିବାରେ ସାହାଯ୍ୟ କରେ । ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ହ୍ରାସ କରିଥାଏ ।
4. ଅସ୍ଥିକୁ ଶକ୍ତିଶାଳୀ ରଖେ
ଏକ ଅଧ୍ୟୟନ ଅନୁଯାୟୀ, ଅଷ୍ଟିଓପୋରୋସିସ୍ ଏବଂ ଅଷ୍ଟିଓପେନିଆର ଆଶଙ୍କା ହ୍ରାସ କରିବାରେ ପ୍ଲମ ସାହାଯ୍ୟ କରିଥାଏ । ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଯାହା ହାଡ଼କୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ।
5. ଆପଣଙ୍କ ମନକୁ ଫିଟ୍ ରଖେ
ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ମନ ଆଉ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଚାପକୁ ହ୍ରାସ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।