Blind World Cup 2022: ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ପାଇଁ ମିଳିଲାନି ପାକିସ୍ତାନକୁ VISA, ରାଗରେ ନାଲି PCB
Advertisement

Blind World Cup 2022: ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ପାଇଁ ମିଳିଲାନି ପାକିସ୍ତାନକୁ VISA, ରାଗରେ ନାଲି PCB

T20 Blind World Cup 2022: ପାକିସ୍ତାନ ଦଳ ବିଶ୍ୱକପ ଖେଳିବାକୁ ଭାରତ ଆସିପାରିବ ନାହିଁ । ଏହାର କାରଣ ପାକ୍ ଖେଳାଳିଙ୍କୁ ଭିସା ମିଳିନାହିଁ । ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏସିଆ କପ୍ ସ୍ଥାନାନ୍ତରକୁ ନେଇ ବିସିସିଆଇ ଉପରେ ରାଗିଛି ।

ପ୍ରତିକାତ୍ମକ ଫଟୋ

T20 Blind World Cup 2022: କ୍ରିକେଟକୁ ନେଇ ପାକିସ୍ତାନରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ୍ ଟିମ୍ (Pakistan Blind Cricket Team) ଭାରତ ଆସି ବିଶ୍ୱକପ ଖେଳିବାକୁ ଭିସା ପାଇ ପାରି ନାହିଁ । ଏହି କାରଣରୁ ଖେଳାଳିମାନେ ଟି-୨୦ ବିଶ୍ୱକପରେ ଖେଳିବାକୁ ସମର୍ଥ ହେବେ ନାହିଁ । ବ୍ଲାଇଣ୍ଡ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ (Blind T20 World Cup 2022) ୫ ଡିସେମ୍ବରରୁ ୧୭ ଡିସେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେଉଛି । ଏହାପୂର୍ବରୁ ବିସିସିଆଇ ଘୋଷଣା କରିଛି ଯେ ଆସନ୍ତା ବର୍ଷର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ । ଯଦିଓ ଏହାକୁ ପାକିସ୍ତାନ ଆୟୋଜିତ କରିବାର ଦାୟୀତ୍ୱ ପାଇଛି । ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ସଭାପତି ରମିଜ ରାଜା ନିକଟରେ କହିଥିଲେ ଯେ ‘ଯଦି ଭାରତୀୟ ଦଳ ଖେଳିବାକୁ ପାକିସ୍ତାନ ନ ଆସନ୍ତି, ତେବେ ଆମେ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଯିବୁ ନାହିଁ ।‘ ଏହା ଜଣା ଯେ, ଆସନ୍ତା ଦିନିକିଆ ବିଶ୍ୱକପ ଅକ୍ଟୋବର-ନଭେମ୍ବର ୨୦୨୩ ରେ ଭାରତରେ ଖେଳାଯିବ ।

ଜିଓ ନ୍ୟୁଜ୍ ଖବର ଅନୁଯାୟୀ ପାକିସ୍ତାନ ଦୃଷ୍ଟିହୀନ କ୍ରିକେଟ୍ ପରିଷଦ ଏହି ନିଷ୍ପତ୍ତି ନେଇ ଦୁଃଖ ପ୍ରକାଶ କରିଛି । ଏହାର ଅଧ୍ୟକ୍ଷ ସୁଲତାନ ଶାହା କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଭିସା ପାଇନାହୁଁ । ଆମ ଦଳ ବର୍ତ୍ତମାନ ଲାହୋରରେ ଅଛି ଓ ଭିସାକୁ ଅପେକ୍ଷା କରିଛି । ଆଜି ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଦକ୍ଷିଣ ଆଫ୍ରିକା ସହ ଖେଳିବାର ଥିଲା । ଏହା ଜଣା ଯେ ପାକିସ୍ତାନ ଦଳ ୨ ଥର ବ୍ଲାଇଣ୍ଡ ବିଶ୍ୱକପ୍‌ର ରନର୍ ଅପ୍ ହୋଇଛି । ଏଭଳି ପରିସ୍ଥିତିରେ ଏହି ଦଳକୁ ଟାଇଟଲ୍ ପାଇଁ ଦୃଢ଼ ପ୍ରତିଯୋଗୀ ଭାବରେ ମଧ୍ୟ ଦେଖାଯାଉଥିଲା ।

୨୦୧୨-୧୩ ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । କେବଳ ଆଇସିସି ଇଭେଣ୍ଟରେ ଉଭୟ ଦେଶ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରନ୍ତି । ନିକଟରେ ଟି-୨୦ ବିଶ୍ୱକପରେ ଭାରତ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି । ଏଥି ସହିତ ଟି-୨୦ ଏସିଆ କପରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଏହା ଜଣା ଯେ ଟିମ୍ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି ଓ ଆସନ୍ତାକାଲି ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ।

Also Read: IPL 2023: ରବିଚନ୍ଦ୍ରନଙ୍କ ବଡ଼ ଭବିଷ୍ୟବାଣୀ: ମିନି ନିଲାମୀରେ ୨୦ କୋଟିରେ ବିକ୍ରି ହେବେ ଏହି ଖେଳାଳି

Also Read: Archana Nag case: ଆଜି ପୁଣି ବିସ୍ଫୋରକ ବୟାନ ରଖିଲେ ଅର୍ଚ୍ଚନା, ନିଜକୁ ନିର୍ଦ୍ଦୋଶ ବୋଲି କହିଲେ

Also Read: Team India Captain: ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍