IND vs ENG: ପରାଜୟ ପାଇଁ ଏମାନଙ୍କୁ ଦାୟୀ କଲେ ରୋହିତ, ମ୍ୟାଚ୍ ପରେ ଦେଲେ ବଡ଼ ବୟାନ
Advertisement

IND vs ENG: ପରାଜୟ ପାଇଁ ଏମାନଙ୍କୁ ଦାୟୀ କଲେ ରୋହିତ, ମ୍ୟାଚ୍ ପରେ ଦେଲେ ବଡ଼ ବୟାନ

India vs England: ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, 'ବହୁତ ନିରାଶ ଅଟୁ, ଯେପରି ଆଜି ଆମେ ଖେଳିଛୁ । ଆମର ଏହି ସ୍କୋର ପାଇବା ପାଇଁ ପଛ ଭାଗରେ ଭଲ ବ୍ୟାଟିଂ କରିଥିଲୁ । ଆମେ ବଲ୍ ସହିତ ଭଲ ପ୍ରଦର୍ଶନ କରିପାରି ନ ଥିଲୁ, ଆଜି ଆମେ ଆଗକୁ ଯାଇ ପାରିଲୁ ନାହିଁ ।'

ସୌ: ସୋସିଆଲ ମିଡିଆ

India vs England Rohit Sharma T20 World Cup 2022: ଭାରତ ବିଶ୍ୱକପ ଜିତିବାର ସ୍ୱପ୍ନ ୧୫ ବର୍ଷ ପରେ ମଧ୍ୟ ପୂରଣ ହୋଇ ପାରି ନାହିଁ । ଗୁରୁବାର ଦିନ ଇଂଲଣ୍ଡ ହାତରେ ଟି-୨୦ ବିଶ୍ୱକପ ୨୦୨୨ ର (T20 World Cup 2022) ସେମିଫାଇନାଲରେ ଭାରତ ୧୦ ୱିକେଟ୍ ପରାଜୟ ବରଣ କରିଛି । ରୋହିତ ଶର୍ମାଙ୍କ (Rohit Sharma) ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ସୁପର-୧୨ ରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଏଠାରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ଏହି ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ଏହି ପରାଜୟ ପାଇଁ ବୋଲରମାନଙ୍କୁ ଦାୟୀ କରିଛନ୍ତି । ମ୍ୟାଚ୍ ପରେ ଅଧିନାୟକ କହିଛନ୍ତି ଯେ ଆମେ ବଲ୍ ସହିତ ଭଲ ପ୍ରଦର୍ଶନ କରିପାରି ନ ଥିଲୁ ।

ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, 'ବହୁତ ନିରାଶ ଅଟୁ, ଯେପରି ଆଜି ଆମେ ଖେଳିଛୁ । ଆମର ଏହି ସ୍କୋର ପାଇବା ପାଇଁ ପଛ ଭାଗରେ ଭଲ ବ୍ୟାଟିଂ କରିଥିଲୁ । ଆମେ ବଲ୍ ସହିତ ଭଲ ପ୍ରଦର୍ଶନ କରିପାରି ନ ଥିଲୁ, ଆଜି ଆମେ ଆଗକୁ ଯାଇ ପାରିଲୁ ନାହିଁ । ଏହା ନକ୍ଆଉଟ୍ ମ୍ୟାଚ୍ ରେ ଚାପକୁ ନିୟନ୍ତ୍ରଣ କରିବା ବିଷୟରେ ଅଟେ । ଏହି ସମସ୍ତ ଲୋକ ଏହାକୁ ବୁଝିବା ପାଇଁ ଯଥେଷ୍ଟ ଖେଳିଛନ୍ତି । ଏହି ଲୋକ ଆଇପିଏଲ୍ ମ୍ୟାଚ୍ ରେ ଚାପରେ ଖେଳିଛନ୍ତି, ଏହା ସବୁ ଶାନ୍ତ ରହିବା ବିଷୟରେ ଅଟେ ।"

ଭାରତୀୟ ଅଧିନାୟକ ଆହୁରି କହିଛନ୍ତି, 'ଆମେ ଆରମ୍ଭରେ ନର୍ଭସ ଥିଲୁ, କିନ୍ତୁ ଆପଣଙ୍କୁ ସେମାନଙ୍କ ଓପନର୍ମାନଙ୍କୁ ଶ୍ରେୟ ଦେବାକୁ ପଡ଼ିବ, ସେମାନେ ବାସ୍ତବରେ ଭଲ ଖେଳିଲେ । ମୋତେ ଲାଗିଥିଲା ପ୍ରଥମ ଓଭରରେ ବଲ ଟିକେ ସୁଇଙ୍ଗ୍ ହୋଇଥିଲା, କିନ୍ତୁ ସଠିକ୍ ଜାଗାରେ ବୋଲିଂ ହୋଇନଥିଲା । ଯେତେବେଳେ ଆମେ ପ୍ରଥମ ଗେମ୍ ଜିତିଲୁ, ସେତବେଳେ ଅନେକ ଚରିତ୍ର ଦେଖିବାକୁ ମିଲିଥିଲା । ବାଂଲାଦେଶ ବିପକ୍ଷ ମ୍ୟାଚ୍ ବହୁତ କଷ୍ଟସାଧ୍ୟ ଥିଲା । ମୁଁ ଅନୁଭବ କଲି ଯେ ଆମେ ନିଜେ ନିଜକୁ ସମ୍ଭଳିଛୁ ଓ ଆମର ଯୋଜନାଗୁଡିକ କାର୍ଯ୍ୟକାରୀ କରୁଛୁ । ଆଜି ତାହା କରିପାରିଲୁ ନାହିଁ ।'

ମ୍ୟାଚ ବିଷୟରେ କଥାବାର୍ତ୍ତା କଲେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଆଧାରରେ ଇଂଲଣ୍ଡ ସମ୍ମୁଖରେ ବିଜୟ ପାଇଁ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଥିଲେ । ଏହାର ଜବାବରେ ଇଂଲଣ୍ଡ କୌଣସି ୱିକେଟ୍ ନ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଇଂଲଣ୍ଡ ତରଫରୁ ଜୋସ୍ ବଟଲର ୮୦ ସ୍କୋର କରିଥିଲେ ଓ ଆଲେକ୍ସ ହାଲ୍ସ ୮୬ ରନର ଅପରାଜିତ ଇନିଂସ ଖେଳିଥିଲେ । ତାଙ୍କର ଉଲ୍ଲେଖନୀୟ ଇନିଂସ ପାଇଁ ହେଲ୍ସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ନଭେମ୍ବର ୧୩ ରେ ମେଲବୋର୍ଣ୍ଣରେ ଟାଇଟଲ ପାଇଁ ଲଢେଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ ।

ଏହା ବି ପଢ଼ନ୍ତୁ: Danushka Gunathilak: ଦନୁଷ୍କାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ ପୀଡ଼ିତା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ