T20 World Cup: ପାକିସ୍ତାନ ଦଳର ଲକର ରୁମର ଭିଡିଓ ସାମ୍ନାକୁ ଆସିବା ପରେ ବାବରଙ୍କ ଉପରେ ବର୍ଷିଲେ ୱାସିମ ଆକ୍ରାମ, ଜାଣନ୍ତୁ କ'ଣ କହିଲେ
Advertisement

T20 World Cup: ପାକିସ୍ତାନ ଦଳର ଲକର ରୁମର ଭିଡିଓ ସାମ୍ନାକୁ ଆସିବା ପରେ ବାବରଙ୍କ ଉପରେ ବର୍ଷିଲେ ୱାସିମ ଆକ୍ରାମ, ଜାଣନ୍ତୁ କ'ଣ କହିଲେ

Wasim Akram on Babar Azam Locker Room Video: ପାକିସ୍ତାନ କ୍ରିକେଟର ଟ୍ୱିଟର ହ୍ୟାଣ୍ଡେଲ ବିଭିନ୍ନ ଭିଡିଓ ମାଧ୍ୟମରେ ଦଳର ଯାତ୍ରା ଉପସ୍ଥାପନ କରିଛି, ଯେଉଁଥିରେ କ୍ରିକେଟରଙ୍କ ଅଲଗା ଅଲଗା ମୁଡ୍ ଦେଖାଯାଇଛି । ତେବେ ଦିଗଜ୍ଜ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରାମ ଦଳର ଚାରିପାଖରେ ଘଟୁଥିବା ସମସ୍ତ ଘଟଣାକୁ ସାର୍ବଜନୀନ କରିବା ସପକ୍ଷରେ ନାହାଁନ୍ତି । 

T20 World Cup: ପାକିସ୍ତାନ ଦଳର ଲକର ରୁମର ଭିଡିଓ ସାମ୍ନାକୁ ଆସିବା ପରେ ବାବରଙ୍କ ଉପରେ ବର୍ଷିଲେ ୱାସିମ ଆକ୍ରାମ, ଜାଣନ୍ତୁ କ'ଣ କହିଲେ

Wasim Akram on Babar Azam Locker Room Video: ସୋସିଆଲ ମିଡିଆର ବଢୁଥିବା ପ୍ରଭାବ ସହିତ ଅନେକ ଜିନିଷ ବଦଳି ଯାଇଛି । କ୍ରିକେଟରଙ୍କ ଜୀବନ ସହ ଜଡ଼ିତ ଅନେକ ଜିନିଷ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ପ୍ରଶଂସକଙ୍କ ପାଇଁ ଅଧିକ ସୁଲଭ ହୋଇଯାଇଛି । ପାକିସ୍ତାନ କ୍ରିକେଟର ଟ୍ୱିଟର ହ୍ୟାଣ୍ଡେଲ ମଧ୍ୟ ଏଥରୁ ଅଲଗା ନୁହେଁ । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ସମୟରେ ପାକିସ୍ତାନ କ୍ରିକେଟର ଟ୍ୱିଟର ହ୍ୟାଣ୍ଡେଲ ବିଭିନ୍ନ ଭିଡିଓ ମାଧ୍ୟମରେ ଦଳର ଯାତ୍ରା ଉପସ୍ଥାପନ କରିଛି, ଯେଉଁଥିରେ କ୍ରିକେଟରଙ୍କ ଅଲଗା ଅଲଗା ମୁଡ୍ ଦେଖାଯାଇଛି । ତେବେ ଦିଗଜ୍ଜ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରାମ (Wasim Akram) ଦଳର ଚାରିପାଖରେ ଘଟୁଥିବା ସମସ୍ତ ଘଟଣାକୁ ସାର୍ବଜନୀନ କରିବା ସପକ୍ଷରେ ନାହାଁନ୍ତି । ସେ କହିଛନ୍ତି ଯେ, କିଛି ମୁହୂର୍ତ୍ତ ବ୍ୟକ୍ତିଗତ ହେବା ଆବଶ୍ୟକ ।

୬ ନଭେମ୍ବର ୨୦୨୨ ଅର୍ଥାତ ରବିବାର ଦିନ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ତାର ଟ୍ୱିଟର ହ୍ୟାଣ୍ଡେଲରେ ଅଧିନାୟକ ବାବର ଆଜମ (Babar Azam) ଙ୍କ ଏକ ଭିଡିଓ ସେୟାର କରିଛି । ଏଥିରେ ବାବର ଆଜମ ତାଙ୍କ ସାଥୀମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ସେପଟେ ଏହାକୁ ନେଇ 'ଏ ସ୍ପୋର୍ଟସ୍'ରେ ଚର୍ଚ୍ଚା କରିବା ସମୟରେ ୱାସିମ୍ ଆକ୍ରାମ କହିଛନ୍ତି ଯେ,"ମୋତେ ଲାଗୁଛି ଯେ ଆମେ ଯେଉଁ ବିଷୟରେ ଚିନ୍ତା କରୁଛୁ ଓ ମୁଁ ଭାବୁଛି ଯଦି ମୁଁ ବାବର ହୋଇଥାଆନ୍ତି, ତେବେ ମୁଁ ସେହି ବ୍ୟକ୍ତିଙ୍କୁ ଧରିଥାନ୍ତି, ଯିଏ ଭିଡିଓ ତିଆରି କରୁଛନ୍ତି ।"

ୱାସିମ୍ ଆକ୍ରାମ କହିଛନ୍ତି ଯେ, "ବେଳେବେଳେ କିଛି ଜିନିଷ ବ୍ୟକ୍ତିଗତ ହୋଇଥାଏ । ମୁଁ ସୋସିଆଲ ମିଡିଆ ପାଇଁ ଅଛି । ଖେଳାଳି, ପ୍ରଶଂସକ ଏବଂ ସମସ୍ତଙ୍କ ସହ କଥାବାର୍ତ୍ତା ହୋଇଥାଉ । ମୁଁ ବିଶ୍ୱକପରେ ଅନ୍ୟ କୌଣସି ଦଳକୁ ଏପରି କରୁଥିବାର ଦେଖିବାକୁ ପାଇନାହିଁ । ତେଣୁ ହଁ, ଏହାକୁ କମ୍ କରନ୍ତୁ । ଏହା ଅତ୍ୟଧିକ ହୋଇଯାଉଛି ।" ସେ ଆହୁରି କହିଛନ୍ତି, ସେମାନେ ସବୁବେଳେ ରେକର୍ଡିଂ କରୁଛନ୍ତି । କଳ୍ପନା କରନ୍ତୁ ଯଦି ମୁଁ ବସିଛି ଓ ଜାଣେ ନାହିଁ ଯେ ମୁଁ ମୋର ଦଳକୁ ଯାହା ବି ବାର୍ତ୍ତା ଦେବାକୁ ଚାହୁଁଥିବି ତାହା ରେକର୍ଡିଂ କରାଯାଉଥିବ, ତେବେ ମୁଁ କେବଳ ଲୋକଙ୍କୁ ଦୁଇ ଦିନ ବିଶ୍ରାମ କରିବାକୁ କହିବି । ଏହି ସମୟର ଉପଯୋଗ ଅଭ୍ୟାସ ପାଇଁ କରନ୍ତୁ କିମ୍ବା ଅନ୍ୟ କୌଣସି ସ୍ଥାନରେ କରନ୍ତୁ, ଏଥିରେ କୌଣସି ଅସୁବିଧା ନାହିଁ ।

ଅଧିକ ପଢ଼ନ୍ତୁ:-'ସେ ଅନ୍ୟ ଗ୍ରହରୁ ଆସିଛନ୍ତି', ଜାଣନ୍ତୁ ସୂର୍ଯ୍ୟକୁମାରଙ୍କୁ ନେଇ କାହିଁକି ଏମିତି କହିଲେ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ

ଅଧିକ ପଢ଼ନ୍ତୁ:-କାହା ହାତକୁ ଯିବ ଦିଲ୍ଲୀ MCD, ଜାଣନ୍ତୁ ବିଜେପି, ଆପ୍ ଏବଂ କଂଗ୍ରେସକୁ ମିଳିବ କେତେ ଆସନ

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

 

 

ସେପଟେ ୱାସିମ ଆକ୍ରାମ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶଂସା କରିଛନ୍ତି । ସେ ଏ ସ୍ପୋର୍ଟସରେ କହିଛନ୍ତି ଯେ, "ମୁଁ ଭାବୁଛି ସେ (ସୂର୍ଯ୍ୟକୁମାର ଯାଦବ) ଅନ୍ୟ ଗ୍ରହରୁ ଆସିଛି । ସେ ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେ ଯେତିକି ରନ କରିଛନ୍ତି...ନା କେବଳ ଜିମ୍ବାୱେ ବିପକ୍ଷରେ, ବରଂ ବିଶ୍ୱର ଶୀର୍ଷ ବୋଲିଂ ଆକ୍ରମଣ ବିରୁଦ୍ଧରେ, ତାହା ଦେଖିବା ଯୋଗ୍ୟ ।"