T20 World Cup: ଏହି ଦଳ ପାଇଁ ବରଦାନ ପାଲଟିଲା ଭାରତର ବିଜୟ, ପରବର୍ତ୍ତୀ ବିଶ୍ୱକପରେ ମିଳିଲା ସିଧାସଳଖ ଏଣ୍ଟ୍ରି
Advertisement
Article Detail0/zeeodisha/odisha1429093

T20 World Cup: ଏହି ଦଳ ପାଇଁ ବରଦାନ ପାଲଟିଲା ଭାରତର ବିଜୟ, ପରବର୍ତ୍ତୀ ବିଶ୍ୱକପରେ ମିଳିଲା ସିଧାସଳଖ ଏଣ୍ଟ୍ରି

T20 World Cup:  ଏହି ବିଜୟ ସହିତ ଭାରତ ଗ୍ରୁପ୍ ୨ରେ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ଏକ ବ୍ଲକବଷ୍ଟର ମୁକାବିଲା ଦେଖାଯିବ ବୋଲି ଆଶା କରାଯାଉଛି ।

T20 World Cup: ଏହି ଦଳ ପାଇଁ ବରଦାନ ପାଲଟିଲା ଭାରତର ବିଜୟ, ପରବର୍ତ୍ତୀ ବିଶ୍ୱକପରେ ମିଳିଲା ସିଧାସଳଖ ଏଣ୍ଟ୍ରି

T20 World Cup 2024 Teams: ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଅଷ୍ଟ୍ରେଲିଆରେ ଆୟୋଜନ କରାଯାଇଛି । ଏହି ଟି-20 ବିଶ୍ୱକପ ୨୦୨୨ର ସୁପର-12ର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଜିମ୍ବାୱେ (Zimbabwe) କୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପାଞ୍ଚ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜିମ୍ବାୱେ ଦଳ ୧୧୫ ରନରେ ହିଁ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ସହିତ ଭାରତ ଗ୍ରୁପ୍ ୨ରେ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ଏକ ବ୍ଲକବଷ୍ଟର ମୁକାବିଲା ଦେଖାଯିବ ବୋଲି ଆଶା କରାଯାଉଛି ।

ଯଦି ଦେଖାଯାଏ ତେବେ ଜିମ୍ବାୱେ ବିପକ୍ଷରେ ଭାରତର ବିଜୟରୁ ନେଦରଲ୍ୟାଣ୍ଡ (Netherlands) ଉପକୃତ ହୋଇଛି । ଜିମ୍ବାୱେ ପରାଜିତ ହେବାରୁ ନେଦରଲ୍ୟାଣ୍ଡ ଦଳ ଗ୍ରୁପ୍-୨ରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏହି କାରଣରୁ ୨୦୨୪ରେ ହେବାକୁ ଥିବା ଟି-20 ବିଶ୍ୱକପ ପାଇଁ ଏହି ଦଳ ସିଧାସଳଖ ପ୍ରବେଶ କରିଛି । ଯଦି ଜିମ୍ବାୱେ ଦଳ ଭାରତ ବିପକ୍ଷରେ ଜିତିଥାନ୍ତା, ତେବେ ସେ ୫ ପଏଣ୍ଟ ସହ ଟପ୍-4ରେ ସ୍ଥାନ କରି ନେଇ ପରବର୍ତ୍ତୀ ଟି-20 ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥାନ୍ତା ।

ସୂଚନାଯୋଗ୍ୟ, ଆଇସିସିର ନିୟମ ଅନୁଯାୟୀ ଟି-୨୦ ବିଶ୍ୱ ୨୦୨୨ର ସୁପର-12 ପର୍ଯ୍ୟାୟରେ ଉଭୟ ଗ୍ରୁପର ଶ୍ରେଷ୍ଠ ୪ଟି ଦଳ (ମୋଟ ୮) ପରବର୍ତ୍ତୀ ଟି-20 ବିଶ୍ୱକପ ପାଇଁ ସିଧାସଳଖ ପ୍ରବେଶ କରିବ । ଏଭଳି ପରିସ୍ଥିତିରେ ଭାରତର ବିଜୟ ସହିତ ନେଦରଲ୍ୟାଣ୍ଡ ଦଳର ଭାଗ୍ୟ ମଧ୍ୟ ଖୋଲିଛି । ଟି-20 ବିଶ୍ୱକପ ୨୦୨୪ରେ ମୋଟ ୨୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତ ଭାବେ ଆଗାମୀ ଟି-20 ବିଶ୍ୱକପ ଆୟୋଜନ କରିବେ । ତେଣୁ ଏହି ଦୁଇ ଦଳ ପୂର୍ବରୁ ହୋଷ୍ଟ ଭାବରେ ଯୋଗ୍ୟତା ଅର୍ଜନ କରିଥିଲେ । ବର୍ତ୍ତମାନର ଟି-20 ବିଶ୍ୱକପରୁ ସୁପର-12 ପର୍ଯ୍ୟାୟର ଶ୍ରେଷ୍ଠ ୮ ଦଳ ଆଗାମୀ ସିଜନ ପାଇଁ ସିଧାସଳଖ ପ୍ରବେଶ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ୱେଷ୍ଟଇଣ୍ଡିଜ୍, ଆମେରିକା,  ଭାରତ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡ ଏହି ସଫଳତା ହାସଲ କରିଛନ୍ତି । ଆଇସିସି ରାଙ୍କିଙ୍ଗ ଆଧାରରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟ ଆଗାମୀ ବିଶ୍ୱକପ ପାଇଁ ସିଧାସଳଖ ପ୍ରବେଶ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଦୀନେଶ କାର୍ତ୍ତିକଙ୍କୁ ହଠାତ୍ ଦଳରୁ କାହିଁକି କରିଦିଆଗଲା ବାହାର? କୋଚ୍ ଦ୍ରାବିଡ ଦେଲେ ଆଶ୍ଚର୍ଯ୍ୟଜନକ ଜବାବ

ଅଧିକ ପଢ଼ନ୍ତୁ:-ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସବୁ ଲୋକଙ୍କୁ କରିବ ମାଲାମାଲ, ଏମାନେ ହୋଇପାରନ୍ତି କାଙ୍ଗାଳ

 

ଟି-20 ବିଶ୍ୱକପ ୨୦୨୪ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ୧୨ଟି ଦଳ: ୱେଷ୍ଟଇଣ୍ଡିଜ୍, ଆମେରିକା,  ଭାରତ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡ