T20 World Cup 2022: ସେମିଫାଇନାଲ ପୂର୍ବରୁ ଡ୍ରେସିଂ ରୁମରେ ଦମଦାର ସ୍ପିଚ ଦେଲେ ବାବର ଆଜାମ, ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1428588

T20 World Cup 2022: ସେମିଫାଇନାଲ ପୂର୍ବରୁ ଡ୍ରେସିଂ ରୁମରେ ଦମଦାର ସ୍ପିଚ ଦେଲେ ବାବର ଆଜାମ, ଦେଖନ୍ତୁ ଭିଡିଓ

T20 World Cup 2022: ଗ୍ରୁପ-୨ ର ଶେଷ ମ୍ୟାଚ ବିଜୟ ପରେ ପାକିସ୍ତାନ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି । ଦଳ ନିଜର ଶେଷ ମ୍ୟାଚରେ ବାଂଲାଦେଶକୁ 5 ୱିକେଟରେ ପରାସ୍ତ କରିଛି । ଦଳ ବର୍ତ୍ତମାନ ନଭେମ୍ବର ୯ ରେ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ ।

ସୌ: ସୋସିଆଲ ମିଡିଆ

T20 World Cup 2022: ବାବର ଆଜମଙ୍କ (Babar Azam) ନେତୃତ୍ୱରେ ପାକିସ୍ତାନ (Pakistan) ଟି-୨୦ ବିଶ୍ୱକପର ସେମିଫାଇନାଲରେ (semi-finals) ପ୍ରବେଶ କରିଛି । ପାକିସ୍ତାନ ରବିବାର ଦିନ ଗ୍ରୁପ୍‌-୨ ମ୍ୟାଚ୍‌ରେ ବାଂଲାଦେଶକୁ (Bangladesh) 5 ୱିକେଟ୍‌ରେ ପରାସ୍ତ କରିଛି । ପାକିସ୍ତାନକୁ ଶେଷ-୪ ରେ ପହଞ୍ଚିବା ପାଇଁ ନେଦରଲ୍ୟାଣ୍ଡ (Netherland) ସାହାଯ୍ୟ କରିଥିଲା । ସେ ଏକ ବଡ ଓଲଟଫେର କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲେ । ନଭେମ୍ବର ୯ ରେ ହେବାକୁ ଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଦଳ (Pakistan vs New Zealand) ଖେଳିବ । ନ୍ୟୁଜିଲ୍ୟାଣ୍ଡ ୭ ପଏଣ୍ଟ ସହ ଗ୍ରୁପ୍-୧ ରେ ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଦଳ ୬ ପଏଣ୍ଟ ସହ ଗ୍ରୁପ୍-୨ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ନଭେମ୍ୱର ୧୦ ତାରିଖରେ ଦ୍ୱିତୀୟ ସେମିଫାଇନାଲ ହେବ, ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ । ନଭେମ୍ବର ୧୩ ରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ ।

ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା ପରେ ଦଳର କ୍ୟାପଟେନ ବାବର ଆଜାମ ଅତି ଉତ୍ସାହିତ ଦେଖାଯାଉଥିଲେ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ବାବର ବାଂଲାଦେଶ ବିପକ୍ଷରେ ବିଜୟ ପରେ ସାଥୀ ଖେଳାଳିଙ୍କ ଆଗରେ ଭାଷଣ ଦେଉଥିବାର ନଜର ଆସିଛନ୍ତି । ସେ କହିଛନ୍ତି, ଆମେ କେବେ ବି ଆଶା ଛାଡି ନ ଥିଲୁ । ଆମେ ଆଲୋକ ପାଇଥିଲୁ, କିନ୍ତୁ ଆମେ ଉତ୍ସାହିତ ହୋଇ ନ ଥିଲୁ । ଶେଷ ଦୁଇଟି ମ୍ୟାଚରେ ପୂରା ଟିମ୍ ଦ୍ୱାରା ଯେପରି ଖେଳ ପ୍ରଦର୍ଶିତ କରିଛି, ସେହିପରି ଆଗାମୀ ମ୍ୟାଚରେ ପୁନରାବୃତ୍ତି କରିବାକୁ ପଡିବ । ସହ ସହିତ ସେ ଯୁବ ବ୍ୟାଟ୍ସମ୍ୟାନ୍ ମହମ୍ମଦ ହାରିସଙ୍କୁ ତାଙ୍କ ଭୁଲକୁ ନେଇ ଚେତାବନୀ ଦେଇଛନ୍ତି ।

ଆହତ ଫାଖର ଜମାନଙ୍କ ସ୍ଥାନରେ ମହମ୍ମଦ ହାରିସ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୨୫୫ ର ଷ୍ଟ୍ରାଇକ୍ ହାରରେ ୧୧ ବଲରୁ ୨୮ ରନ୍ ଓ ବାଂଲାଦେଶ ବିପକ୍ଷରେ ୧୮ ବଲରୁ ୧୭୨ ଷ୍ଟ୍ରାଇକ ରେଟ ସହ ୩୧ ରନ ସଂଗ୍ରହ କରିଥିଲେ । ୨୧ ବର୍ଷୀୟ ଏହି ଯୁବ ଖେଳାଳିଙ୍କ ପାଇଁ ଏହା ହେଉଛି ପ୍ରଥମ ବିଶ୍ୱକପ୍ । ବାବର ଆଜାମ କହିଛନ୍ତି ଯେ ହାରିସ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଯେତେବେଳେ ତୁମେ ମ୍ୟାଚ୍ ଜିତିଇବା ପରେ ଫେରିବ, ସେତେବେଳେ ତୁମର ଆତ୍ମବିଶ୍ୱାସ ବହୁଗୁଣିତ ହୋଇଯିବ । ସିନିୟର ଆମକୁ ଏହା କହିଛନ୍ତି ।

ପାକିସ୍ତାନ ଅଧିନାୟକ କହିଛନ୍ତି ଯେ ଶେଷ ଦୁଇଟି ମ୍ୟାଚରେ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ବାଂଲାଦେଶ ବିପକ୍ଷ ୪ ଓଭରରେ ଶାହିନ୍ ଆଫ୍ରିଦି ୨୨ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ଟି-୨୦ ଇଣ୍ଟରନ୍ୟାସନାଲରେ ଏହା ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ । ଏଭଳି ପରିସ୍ଥିତିରେ ସେ ସେମିଫାଇନାଲ ପୂର୍ବରୁ ଫର୍ମକୁ ଫେରିଥିବା ନଜର ଆସିଛନ୍ତି । ଆଘାତ ଯୋଗୁଁ ସେ ପ୍ରାୟ 2 ମାସ କ୍ରିକେଟରୁ ବାହାରେ ଥିଲେ । ସେ ଟି-୨୦ ବିଶ୍ୱକପରୁ ପୁଣି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଏହା ବି ପଢ଼ନ୍ତୁ: T20 WC 2022 Semifinal: ଭାରତର ବିଜୟ ପରେ ଚୂଡାନ୍ତ ହେଲା ସେମିଫାଇନାଲ୍ କାର୍ଯ୍ୟସୂଚୀ, ଦେଖି ନିଅନ୍ତୁ ତାରିଖ ଓ ସମୟ