Vikram Rathour: ସୂର୍ଯ୍ୟକୁମାର-ଇଶାନଙ୍କ ଦିନିକିଆ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହେବ ଶେଷ! ଟିମ୍ ଇଣ୍ଡିଆର କୋଚଙ୍କ ବୟାନରୁ ସୃଷ୍ଟି ହେଲା ହଇଚଇ
Advertisement
Article Detail0/zeeodisha/odisha1529017

Vikram Rathour: ସୂର୍ଯ୍ୟକୁମାର-ଇଶାନଙ୍କ ଦିନିକିଆ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହେବ ଶେଷ! ଟିମ୍ ଇଣ୍ଡିଆର କୋଚଙ୍କ ବୟାନରୁ ସୃଷ୍ଟି ହେଲା ହଇଚଇ

Vikram Rathour: ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୌର ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ସମୟରେ ସେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଉପରେ ବୟାନ ଦେଇ ହଇଚଇ ସୃଷ୍ଟି କରିଛନ୍ତି । ନିକଟ ଅତୀତରେ ଟି-20 ଇଣ୍ଟରନ୍ୟାସନାଲରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଉଭୟ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ODI ପାଇଁ ଦଳରୁ ବାଦ ପଡିଥିଲେ, ଯାହା କ୍ରୀଡ଼ା ପ୍ରଶଂସକ ଏବଂ କିଛି ପୂର୍ବତନ ଖେଳାଳିଙ୍କୁ ହତାଶ କରିଥିଲା । 

Vikram Rathour: ସୂର୍ଯ୍ୟକୁମାର-ଇଶାନଙ୍କ ଦିନିକିଆ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହେବ ଶେଷ! ଟିମ୍ ଇଣ୍ଡିଆର କୋଚଙ୍କ ବୟାନରୁ ସୃଷ୍ଟି ହେଲା ହଇଚଇ

Suryakumar Yadav And Ishan Kisan: ଟିମ୍ ଇଣ୍ଡିଆ (Team India) ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ (India vs Sri Lanka ODI Series) ଖେଳୁଛି । ଏହି ସିରିଜ (IND vs SL) ରେ ଭାରତ ଅପରାଜିତ ୨-୦ରେ ଆଗୁଆ ରହିଛି । ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ (IND vs SL 3rd ODI) ଆଜି (ରବିବାର) ଅର୍ଥାତ ଜାନୁଆରୀ ୧୫ ତାରିଖରେ ତିରୁବନନ୍ତପୁରମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ (Team India Batting Coach) ବିକ୍ରମ ରାଠୌର (Vikram Rathour) ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ସମୟରେ ସେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଓ ଇଶାନ କିଶନ (Ishan Kisan) ଙ୍କ ଉପରେ ବୟାନ ଦେଇ ହଇଚଇ ସୃଷ୍ଟି କରିଛନ୍ତି ।

ଭାରତର ବ୍ୟାଟିଂ କୋଚ୍ ବିକ୍ରମ ରାଠୌର ଶନିବାର କହିଛନ୍ତି ଯେ, ଫର୍ମରେ ଥିବା ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ଏହି କଥା ବୁଝିଛନ୍ତି ଯେ ସେମାନଙ୍କୁ ଦିନିକିଆ ଫର୍ମାଟରେ ଅପେକ୍ଷା କରିବାକୁ ପଡ଼ିବ । ନିକଟ ଅତୀତରେ ଟି-20 ଇଣ୍ଟରନ୍ୟାସନାଲରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଉଭୟ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ODI ପାଇଁ ଦଳରୁ ବାଦ ପଡିଥିଲେ, ଯାହା କ୍ରୀଡ଼ା ପ୍ରଶଂସକ ଏବଂ କିଛି ପୂର୍ବତନ ଖେଳାଳିଙ୍କୁ ହତାଶ କରିଥିଲା । ବିକ୍ରମ ରାଠୌର କହିଛନ୍ତି ଯେ, "ସେମାନ (ସୂର୍ଯ୍ୟକୁମାର ଯାଦବ ଇଶାନ କିଶନ) ଙ୍କୁ ବାହାର ବସିବାକୁ ବାଧ୍ୟ କରାଯାଇ ନାହିଁ, ମୋର ଅର୍ଥ ଅନ୍ୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଜଣେ ଖେଳାଳୀ ଭାବରେ ସେମାନେ ମଧ୍ୟ ଏହା ବୁଝନ୍ତି । ସେମାନଙ୍କୁ ସେମାନଙ୍କ ସୁଯୋଗର ଅପେକ୍ଷା କରିବାକୁ ପଡିବ ।"

ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ଚଳିତ ବର୍ଷ ଭାରତ ଆୟୋଜନ କରିବ । ଏହି ବିଷୟରେ ବ୍ୟାଟିଂ କୋଚ୍ ବିକ୍ରମ ରାଠୌର କହିଛନ୍ତି ଯେ, "ମୁଁ ଭାବୁଛି ଆମେ ଯେଉଁ କୋର୍ ଗ୍ରୁପ ଚାହୁଁଛୁ, ଖେଳାଳିଙ୍କୁ ବାଛିବା ପାଇଁ ୨୦ଟି ମ୍ୟାଚ୍ ଯଥେଷ୍ଟ । ଏକ ଟିମ୍ ମ୍ୟାନେଜମେଣ୍ଟ ଭାବରେ ଆମେ ବୁଝିପାରୁ ଯେ କେଉଁ ଖେଳାଳୀଙ୍କୁ ବାଛିବାକୁ ହେବ । ଯଦି ଏହି ବିଷୟରେ ସ୍ପଷ୍ଟତା ଅଛି, ତେବେ ମୁଁ ଭାବୁଛି ୨୦ଟି ମ୍ୟାଚ୍ ମଧ୍ୟ ଏହି ଜିନିଷଗୁଡ଼ିକ ଉପରେ କାମ କରିବା ପାଇଁ ଯଥେଷ୍ଟ ।"

ଅଧିକ ପଢ଼ନ୍ତୁ:-୧୯ ବର୍ଷର ଯୁବତୀ ଦେଲେ ଯାଆଁଳା ସନ୍ତାନଙ୍କୁ ଜନ୍ମ, ଉଭୟଙ୍କ ବାପା ଅଲଗା-ଅଲଗା; ଜାଣନ୍ତୁ କ'ଣ ହୋଇଥିଲା ସେହି ରାତିରେ...

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍, ଦଳରେ ସାମିଲ ହେବେ ଏହି ୪ ଖେଳାଳି!

ଏଠାରେ କହି ରଖୁଛୁ ଯେ, ସୂର୍ଯ୍ୟକୁମାର ଯାଦବ ଯେଉଁଠି ଟି-20ରେ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଓ ଖେଳର କ୍ଷୁଦ୍ର ଫର୍ମାଟରେ ସେ ଦମଦାର୍ ଫର୍ମରେ ଅଛନ୍ତି । ଏଥିସହିତ ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଇଶାନ କିଶନ ବାଂଲାଦେଶରେ ନିଜର ODI ଦ୍ୱିଶତକ ହାସଲ କରିଥିଲେ । ବିକ୍ରମ ରାଠୌର କହିଛନ୍ତି ଯେ, "ଉଭୟ କଠିନ ପରିଶ୍ରମ କରନ୍ତି ଓ ଯେତେବେଳେ ବି ସୁଯୋଗ ପାଆନ୍ତି, ସେମାନେ ଭଲ କରନ୍ତି । ସେମାନେ ନିଜ ଆଭିମୁଖ୍ୟରେ ଅଟଳ ଅଛନ୍ତି ।" ଇଶାନ କିଶନଙ୍କୁ ମିଡିଲ କ୍ରମରେ ବ୍ୟାଟିଂ କରିବାକୁ କୁହାଯାଇପାରିବ କି ବୋଲି ପଚରାଯିବାରୁ ବିକ୍ରମ ରାଠୌର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ତାଙ୍କୁ ଓପନର୍ ଭାବରେ ଚୟନ କରାଯାଉଛି କିନ୍ତୁ ବ୍ୟାଟିଂ ୟୁନିଟ୍ ଭାବରେ ଆମେ ବହୁତ ନମନୀୟ ଓ ଯଦି ଆବଶ୍ୟକତା ଅଛି ମଧ୍ୟମ କ୍ରମରେ ଇଶାନଙ୍କୁ ଏପରି କରିବାକୁ ପଡ଼ିବ ।