ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହୋଇପାରନ୍ତି ବିକ୍ରମ ରାଠୋର, ଏହି କାରଣରୁ ରେସରେ ସବୁଠୁ ଆଗରେ
Advertisement

ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହୋଇପାରନ୍ତି ବିକ୍ରମ ରାଠୋର, ଏହି କାରଣରୁ ରେସରେ ସବୁଠୁ ଆଗରେ

Team India New Cricket Coach: ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଏକ ନୂତନ କୋଚ୍ ପାଇବାକୁ ଯାଉଛି । ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ ମଧ୍ୟ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ପଛଘୁଞ୍ଚା ଦେଇଛନ୍ତି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ:Team India New Cricket Coach: ଟିମ୍ ଇଣ୍ଡିଆର (Team India) ପରବର୍ତ୍ତୀ କୋଚ୍ (Coach) କିଏ ହେବ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚଳିତ ବର୍ଷ ହେବାକୁ ଥିବା ଟି -୨୦ ବିଶ୍ୱକପ (T20 World Cup) ପରେ ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀଙ୍କ (Ravi Shastri) କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କ (Rahul Dravid) କୋଚ୍ ହେବାର ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି । ଏଭଳି ପରିସ୍ଥିତିରେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର (Vikram Rathour) ଟିମ୍ ଇଣ୍ଡିଆର କୋଚ୍ ପଦବୀ ପାଇଁ ରେସରେ ସବୁଠାରୁ ଆଗରେ ଅଛନ୍ତି ।

ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ (T20 World Cup) ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ରହିଛି । ରବି ଶାସ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ସେ ପୁନର୍ବାର ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଚାହୁଁନାହାଁନ୍ତି । ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ (Rahul Dravid) କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ସମ୍ଭାବନା କମ୍ ରହିଛି ।

ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର (NCA) ନିର୍ଦ୍ଦେଶକ । ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭାବରେ ଦ୍ରାବିଡଙ୍କ ପ୍ରଥମ କାର୍ଯ୍ୟକାଳ ଶୀଘ୍ର ଶେଷ ହେବାକୁ ଯାଉଛି । ତେଣୁ ବିସିସିଆଇ ନୂତନ ନିର୍ଦ୍ଦେଶକଙ୍କ ଆବେଦନ ଫର୍ମ ହଟାଇ ଦେଇଛି । ପୁନର୍ବାର ଏନସିଏ ନିର୍ଦ୍ଦେଶକ ହେବାକୁ ରାହୁଲ ଦ୍ରାବିଡ ଆବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବଦଳିବ ବିଦ୍ୟୁତ୍ ବିଲ୍ ପେମେଣ୍ଟ କରିବାର ପଦ୍ଧତି, ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଲଗାଯିବ ପ୍ରିପେଡ୍ ସ୍ମାର୍ଟ ମିଟର

ରେସରେ ଆଗରେ ଅଛନ୍ତି ବିକ୍ରମ ରାଠୋର
ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ରାହୁଲ ଦ୍ରାବିଡ ବର୍ତ୍ତମାନ ପର୍ଯ୍ୟନ୍ତ ଏନସିଏ ନିର୍ଦ୍ଦେଶକ ରହିବାକୁ ଚାହୁଁଛନ୍ତି । ତେବେ ବର୍ତ୍ତମାନର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ରାହୁଲ ଦ୍ରାବିଡଙ୍କୁ କୋଚ୍ ପଦବୀ ପାଇଁ ରେସରୁ ଦୂରେଇ ରହିଲେ ଅଧିକ ଲାଭ ପାଇପାରିବେ । ବିକ୍ରମ ରାଠୋର ରବି ଶାସ୍ତ୍ରୀଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ ଓ ଅଧିନାୟକ ବିରାଟ କୋହଲିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ବହୁତ ଭଲ ।

ଅଧିକ ପଢ଼ନ୍ତୁ: ଆମେରିକା ବିମାନରୁ ଖସିପଡ଼ି ଆଫଗାନିସ୍ତାନର ଜାତୀୟ ଫୁଟବଲ ଖେଳାଳିଙ୍କ ମୃତ୍ୟୁ

ବିକ୍ରମ ରାଠୋର ଗତ କିଛି ବର୍ଷ ଧରି ଟିମ୍ ଇଣ୍ଡିଆ ସହିତ ଜଡିତ ଥିଲେ । ପ୍ରତ୍ୟେକ ଖେଳାଳିଙ୍କ ସହ ବିକ୍ରମ ରାଠୋରର ବହୁତ ଭଲ ସମ୍ପର୍କ ଅଛି ଓ ଯଦି ସେ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହୁଅନ୍ତି, ତେବେ ସମନ୍ୱୟରେ କୌଣସି ଅଭାବ ଦେଖାଦେବ ହେବ ନାହିଁ । ତେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ବିଷୟରେ ବିସିସିଆଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ।