Rohan Boppana: ୪୩ ବର୍ଷ ବୟସରେ ଇତିହାସ ରଚିଲେ ବୋପନ୍ନା, ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha2075659

Rohan Boppana: ୪୩ ବର୍ଷ ବୟସରେ ଇତିହାସ ରଚିଲେ ବୋପନ୍ନା, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଟେନିସ୍ ଇତିହାସରେ ରୋହନ ବୋପାନ୍ନା ବୟସ୍କ ଖେଳାଳି ଭାବେ ବିଶ୍ୱର ନମ୍ବର ୧ ଖେଳାଳି ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ ଓପନ୍ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସେ ଏବଂ ତାଙ୍କ ସାଥୀ ମାଥ୍ୟୁ ଏବଡେନ୍ ଆର୍ଜେଣ୍ଟିନା ଯୋଡି ମ୍ୟାକ୍ସିମୋ ଗୋଞ୍ଜାଲେଜ୍ ଏବଂ ଆଣ୍ଡ୍ରେସ୍ ମଲଟେନିଙ୍କୁ ପରାସ୍ତ କରି ସେମିଫାଇନାଲ ପାଇଁ ଯୋଗ

Rohan Boppana: ୪୩ ବର୍ଷ ବୟସରେ ଇତିହାସ ରଚିଲେ ବୋପନ୍ନା, ପଢନ୍ତୁ ପୂରା ରିପୋର୍ଟ

Rohan Boppana: ନୂଆଦିଲ୍ଲୀ: ଟେନିସ୍ ଇତିହାସରେ ରୋହନ ବୋପାନ୍ନା ବୟସ୍କ ଖେଳାଳି ଭାବେ ବିଶ୍ୱର ନମ୍ବର ୧ ଖେଳାଳି ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ ଓପନ୍ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସେ ଏବଂ ତାଙ୍କ ସାଥୀ ମାଥ୍ୟୁ ଏବଡେନ୍ ଆର୍ଜେଣ୍ଟିନା ଯୋଡି ମ୍ୟାକ୍ସିମୋ ଗୋଞ୍ଜାଲେଜ୍ ଏବଂ ଆଣ୍ଡ୍ରେସ୍ ମଲଟେନିଙ୍କୁ ପରାସ୍ତ କରି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କ୍ୱାର୍ଟର ଫାଇନାଲ ମ୍ୟାଚରେ ବୋପାନ୍ନା ଏବଂ ଏବଡେନ୍ ମିଳିତ ଭାବେ ୬-୪, ୭-୬ ସେଟରେ ଜିତି ସେମିଫାଇନାଲରେ ସ୍ଥାନ ପାଇଥିଲେ। ସେ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ରୋହନ ବୋପାନ୍ନା ଏକ ଐତିହାସିକ ପ୍ରଦର୍ଶନ କରି ବିଶ୍ୱର ଏକ ନମ୍ବର ପୁରାତନ ଖେଳାଳି ହୋଇଥିଲେ। ବର୍ତ୍ତମାନ ରୋହନ ବୋପାନ୍ନାଙ୍କୁ ୪୩ ବର୍ଷ ବୟସ। ବୋପାନା ୨୦ ବର୍ଷ ପୂର୍ବେ ଟେନିସରେ ଡେବ୍ୟୁ କରିଥିଲେ। ରୋହନ ବୋପାନା ମଧ୍ୟ ତାଙ୍କ ଟେନିସ କ୍ୟାରିୟରରେ ର଼୍ୟାଙ୍କିଙ୍ଗରେ ୩ ନମ୍ବରରେ ରହିଛନ୍ତି।

ରୋହନ ବୋପାନା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିୟ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୋପାନ୍ନା ପ୍ରଥମ ଥର ପାଇଁ ୨୦୦୮ରେ ପୁରୁଷ ଡବଲ୍ସ ଖେଳିଥିଲେ। କିନ୍ତୁ ତୃତୀୟ ରାଉଣ୍ଡରେ ପହଞ୍ଚି ପାରିନଥିଲେ। କିନ୍ତୁ ଏଥର ରୋହନ ବୋପାନ୍ନା ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ପାଇଛନ୍ତି। କ୍ୱାର୍ଟର ଫାଇନାଲରେ ବୋପନ୍ନା ଓ ମାଥ୍ୟୁଙ୍କ ଯୋଡ଼ି ଦମଦାର ପ୍ରଦର୍ଶନ କରିଥଇଲେ। ଏଠାରେ କହି ରଖୁ କି ୟୁଏସ ଓପନ ୨୦୨୩ ପୁରୁଷ ଯୁଗଳ ଫାଇନାଲ ମ୍ୟାଚ ମଧ୍ୟ ଖେଳିଥିଲେ। କିନ୍ତୁ ଫାଇନାଲରେ ବିଜୟ ହାସଲ କରିପାରିନଥିଲେ। ଏହା ପୂର୍ବରୁ ୨୦୧୦ ମସିହାରେ ୟୁଏସ ଓପନର ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଟାଇଟଲ ଜିତିବାରେ ବିଫଳ ହୋଇଥିଲେ ସେ।