Sourav Ganguly: ଜାଣନ୍ତୁ କିଏ ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ? ଦଉଡରେ ଅଛନ୍ତି ଏହିମାନେ
Advertisement
Article Detail0/zeeodisha/odisha1353417

Sourav Ganguly: ଜାଣନ୍ତୁ କିଏ ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ? ଦଉଡରେ ଅଛନ୍ତି ଏହିମାନେ

BCCI Chairman: ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ। ସେ ଯଦି ପଦ ଛାଢନ୍ତି ତେବେ କେହିଜଣେ ଆଇସିସିର ନୂତନ ସଭାପତି ହେବେ। ତେଣୁ ସୌରଭ ଗାଙ୍ଗୁଲୀଙ୍କୁ ନେଇ ଅନେକ ସମ୍ଭାବନା ଦେଖାଦେଇଛି। ତେଣୁ ଗାଙ୍ଗୁଲୀଙ୍କୁ ବିସିସିଆଇ ସଭାପତି ପଦ ଛାଡିବାକୁ ପଡିବ। ତାଙ୍କ ପରେ ବିସିସିଆଇ ସଭାପତି ପାଇଁ ଏହି ବିଶିଷ୍ଟ ବ୍ୟକ୍ତି ମାନଙ୍କ ତାଲିକା ରହିଛି। 

ଫାଇଲ୍ ଫଟୋ

BCCI Chairman: ବିସିସିଆଇର ସମ୍ବିଧାନରେ ସଂଶୋଧନ (BCCI Constitution Dmendment)କୁ ସୁପ୍ରିମକୋର୍ଟ (Supreme court) ଅନୁମୋଦନ କରିଛନ୍ତି। କୁଲିଂ ଅଫ୍ ପିରିୟଡକୁ ନେଇ ବିସିସିଆଇ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି। ଏହି ସଂଶୋଧନର ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇଛି, କାରଣ ଜୟ ଶାହା (Jay Shaha) ଏବଂ ସୌରଭ ଗାଙ୍ଗୁଲି (Sourav Ganguly) ନିଜ ନିଜ ପଦକୁ ଆଗକୁ ଜାରି ରଖିପାରନ୍ତି।

ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ (ICC President Greg Barclay)ଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ। ଯଦି ସେ ଆଉ ୨ ବର୍ଷର କାର୍ଯ୍ୟକାଳ ନନେଇ ନିଜ ପଦ ଛାଡି ଦିଅନ୍ତି, ତେବେ ଆଇସିସି ଜଣେ ନୂତନ ଅଧ୍ୟକ୍ଷ (New President) ପାଇବ। ଏଭଳି ପରିସ୍ଥିତିରେ ସୌରଭ ଗାଙ୍ଗୁଲି ଆଇସିସିର ଦାୟିତ୍ବ ସମ୍ଭାଳି ପାରନ୍ତି। ଅତୀତରେ, ବିସିସିଆଇର ଅନେକ ଅଧ୍ୟକ୍ଷ ଆଇସିସିର ସଭାପତି ରହିସାରିଛନ୍ତି। ଏଥିମଧ୍ୟରେ ଶଶାଙ୍କ ମନୋହର, ଶରଦ ପାୱାର ଏବଂ ଜଗମୋହନ ଡାଲମିଆ ଭଳି ଜଣାଶୁଣା ନାମ ଅନ୍ତର୍ଭୁକ୍ତ।

ସମ୍ପ୍ରତି ବିସିସିଆଇର ବରିଷ୍ଠ ଅଧିକାରୀ ମାନେ ଆଇସିସି ପାଇଁ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରୁଛନ୍ତି। ଯଦି ଗାଙ୍ଗୁଲି ଆଇସିସିର ଭୋଟ୍ ହାସଲ କରିବାରେ ସଫଳ ହୋଇଯାନ୍ତି, ତେବେ ସେ ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ। ଏହା ପରେ ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହା ଅଧ୍ୟକ୍ଷ ଏବଂ ଅରୁଣ ଧୁମାଲ ସଚିବ ହେବାର ସମ୍ଭାବନା ରହିଛି। ୩୩ ବର୍ଷୀୟ ଜୟ ଶାହାଙ୍କୁ ମଧ୍ୟ ରାଜ୍ୟ କ୍ରିକେଟ୍ ବୋର୍ଡର ସମର୍ଥନ ରହିଛି। ଏଭଳି ପରିସ୍ଥିତିରେ ଜୟ ଶାହା ବିସିସିଆଇର ବସ୍ ହେବାର ସମ୍ଭାବନା ରହିଛି। ଜୟ ଶାହାଙ୍କ ବ୍ୟତୀତ ବର୍ତ୍ତମାନର ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ଏହି ଦଉଡ଼ରେ ଥିବା  କୁହାଯାଉଛି କିନ୍ତୁ ତାଙ୍କ ସମ୍ଭାବନା ବହୁତ କମ୍।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ବିସିସିଆଇରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ୨୦୧୯ରେ ଜୟ ଶାହା ଏବଂ ସୌରଭ ଗାଙ୍ଗୁଲି ବିସିସିଆଇର ଶୀର୍ଷ ପଦବୀକୁ ଉନ୍ନୀତ ହୋଇଥିଲେ। କ୍ରିକେଟ୍ ବୋର୍ଡ ଏହାର ବାର୍ଷିକ ସାଧାରଣ ସଭା (ଏଜିଏମ୍)କୁ ଖୁବ ଶୀଘ୍ର ଡାକିବାକୁ ଯାଉଛି। ସର୍ବୋଚ୍ଚ ଅଦାଲତର ସବୁଜ ସଙ୍କେତ ପରେ ସମ୍ବିଧାନରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେବା ପରେ ରାଜ୍ୟ ଆସୋସିଏସନ ଗୁଡିକୁ ନୂତନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ। ବର୍ତ୍ତମାନର ବିସିସିଆଇ ଅଧିକାରୀ ମାନେ ଏହି ମାସରେ ସେମାନଙ୍କର ତିନି ବର୍ଷ କାର୍ଯ୍ୟକାଳ ସମାପ୍ତ କରିବେ। ଏହି କାରଣରୁ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ।

ବିସିସିଆଇ ସଚିବ ଭାବରେ ଜୟ ଶାହା ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। କରୋନା ପରି ଏକ ମାରାତ୍ମକ ମହାମାରୀ ସତ୍ତ୍ବେ ସେ ଲଗାତାର ୩ ବର୍ଷ ପାଇଁ ଆଇପିଏଲ୍ ପୂର୍ଣ୍ଣ ଆୟୋଜନ କରିଥିଲେ। ଏଥିରେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥିଲେ, କିନ୍ତୁ ସମସ୍ତ ଆହ୍ବାନକୁ ଅତିକ୍ରମ କରି ସେ ସଫଳତାର ସହ ବିଶ୍ୱର ସବୁଠାରୁ ରୋମାଞ୍ଚକର ଲିଗ୍ ଆୟୋଜନ କରିଥିଲେ। ଯଦିଓ ଜୟ ଶାହାଙ୍କୁ ନେଇ ଅନେକ ରାଜନୀତି ମଧ୍ୟ ଅତିତରେ ଦେଖିବାକୁ ମିଳିଛି।