Odisha Train Accident: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା କ'ଣ ରହିଛି କାରଣ? ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ଭୁଲ୍? ପ୍ରାରମ୍ଭିକ ରିପୋର୍ଟରେ ହେଲା ଖୁଲାସା
Advertisement

Odisha Train Accident: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା କ'ଣ ରହିଛି କାରଣ? ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ଭୁଲ୍? ପ୍ରାରମ୍ଭିକ ରିପୋର୍ଟରେ ହେଲା ଖୁଲାସା

Odisha Train Accident: ଶୁକ୍ରବାର ଦିନ ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଠାରେ ଏକ ଯାତ୍ରୀବାହୀ ଟ୍ରେନ୍ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଛିଡା ହୋଇଥିବା ଏକ ମାଲବାହି ଟ୍ରେନକୁ ଧକ୍କା ଦେବାପରେ ପରେ ଟ୍ରାକ ତଳକୁ ଖସି ପଡିଥିଲା ଓ ଅନ୍ୟ ଏକ ଟ୍ରେନ ୟସୱନ୍ତପୁର-ହାଓଡା ସୁପରଫାଷ୍ଟ ଟ୍ରାକ ତଳକୁ ଖସି ପଡିଥିବା କୋଚକୁ ଧକ୍କା ଦେଇ ଦ୍ରୁଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ପରେ ଅନେକ ପ୍ରଶ୍ନ ଉଠିଛି । ପ୍ରଶ୍ନ ମଧ୍ୟ ଉଠୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ତ୍ରୁଟି ଥିଲା?

ସୌ: ସୋସିଆଲ ମିଡିଆ

Odisha Train Accident: ଗତ କାଲି ଅର୍ଥାତ୍ ଶୁକ୍ରବାର ଦିନ ସନ୍ଧ୍ୟାରେ ଓଡି଼ଶାରେ ତିନୋଟି ଟ୍ରେନ୍ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ଅନେକ ସମ୍ଭାବ୍ୟ ପ୍ରଶ୍ନ ଉଙ୍କି ମାରୁଛି ଯାହା ଏହି ଦୁଃଖଦ ଘଟଣାରେ ଏକ ଭୂମିକା ଗ୍ରହଣ କରିଥାଇପାରେ । ଶୁକ୍ରବାର ଦିନ ୬.୫୦ ରୁ ସନ୍ଧ୍ୟା ୭.୧୦ ମଧ୍ୟରେ ଓଡିଶାର ବାଲେଶ୍ୱରରେ ତିନୋଟି ଟ୍ରେନ୍ ମଧ୍ୟରେ ଦୁଇ ଥର ଧକ୍କା ହୋଇଥିଲା, ଏହି କାରଣରୁ ଅନେକ କୋଚ୍ ପରସ୍ପର ଉପରେ ଚଢ଼ି ଯାଇଥିଲେ ।

ଖବର ଅନୁଯାୟୀ, ଏକ ଯାତ୍ରୀବାହୀ ଟ୍ରେନ୍ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଛିଡା ହୋଇଥିବା ଏକ ମାଲବାହି ଟ୍ରେନକୁ ଧକ୍କା ଦେବାପରେ ପରେ ଟ୍ରାକ ତଳକୁ ଖସି ପଡିଥିଲା ଓ ଅନ୍ୟ ଏକ ଟ୍ରେନ ୟସୱନ୍ତପୁର-ହାଓଡା ସୁପରଫାଷ୍ଟ ଟ୍ରାକ ତଳକୁ ଖସି ପଡିଥିବା କୋଚକୁ ଧକ୍କା ଦେଇ ଦ୍ରୁଘଟଣା ଗ୍ରସ୍ତ ହୋଇଥିଲା । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରାକରେ ପଡ଼ିବା ପୂର୍ବରୁ କୋଚମାନେ ପବନରେ ଉପରକୁ ଉଠି ଯାଇଥିଲେ । ଗୋଟିଏ କୋଚ୍ ଆଉ ଗୋଟିଏ କୋଚ ଉପରେ ଚଢି ଯାଇଥିଲା । ଉଭୟ ଟ୍ରେନର ୧୭ଟି କୋଚ୍ ଧ୍ୱସ୍ତ ହୋଇଯାଇଥିଲା ।

ଦୁର୍ଘଟଣାର କାରଣ ସମ୍ପର୍କରେ ଯାଞ୍ଚ କରିବାକୁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ବ୍ୟାକ୍-ଟୁ-ବ୍ୟାକ୍ ଦୁର୍ଘଟଣା କିପରି ଘଟିଲା ତାହାର ଏକରୁ ଅଧିକ ସଂସ୍କରଣ ଅଛି, କିନ୍ତୁ ନିଶ୍ଚିତ ଯେ ଗୋଟିଏ ସ୍ଥାନରେ ତିନୋଟି ଟ୍ରେନ୍ ଓ ଦୁଇଟି ଧକ୍କା ହୋଇଛି । ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ମଧ୍ୟରେ ପ୍ରଥମ ପ୍ରଶ୍ନ ହେଉଛି ସମାନ ଟ୍ରାକରେ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଓ ମାଲବାହି ଟ୍ରେନ କିପରି ଆସିଥିଲେ । ଏହା ଏକ ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ଭୁଲ୍ ଥିଲା? ଅନେକେ ସଙ୍କେତ ତ୍ରୁଟିର ସମ୍ଭାବନା ପ୍ରକାଶ କରୁଛି ।

ରେଳବାଇ ‘ସିଗ୍‌ନାଲିଙ୍ଗ୍‌ କଣ୍ଟ୍ରୋଲ୍‌ ରୁମ୍‌’ କରିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ୍‌ ଭୁଲ୍‌ ଟ୍ରାକ୍‌ରେ ଆସୁଥିଲା । ବାହାନଗନା ବଜାର ଆଗରୁ ଏହା ମୁଖ୍ୟ ଲାଇନ୍‌ରେ ନ ଯାଇ ‘ଲୁପ୍‌’ ଲାଇନ୍‌ରେ ଯାଉଥିଲା ବୋଲି ନାମ ଗୋପନ ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି ।

ଏହା ଜଣା ଯେ ରେଳ ମନ୍ତ୍ରଣାଳୟ ସାରା ଦେଶରେ ଏକ ଦୁର୍ଘଟଣା ନିରୋଧୀ ‘ଟକ୍ନୋଲୋଜି 'କବଚ୍' ସ୍ଥାପନ କରିବା ପ୍ରକ୍ରିୟାରେ ଅଛି । ଯେତେବେଳେ ଟ୍ରେନ୍ ଏକ ସିଗନାଲ୍ (Signal Pass at Danger- SPAD) ଅତିକ୍ରମ କରେ, ସେତେବେଳେ ଟ୍ରେନ୍ ଧକ୍କା ହେବାର ଏକ ପ୍ରମୁଖ କାରଣ ଅଟେ । ଏହି ଟେକ୍ନୋଲୋଜି ଟ୍ରେନର ଡ୍ରାଇଭରକୁ ସଚେତନ କରିପାରିଥାଏ, ଯାହା ପରେ ଡ୍ରାଇଭର ବ୍ରେକକୁ ନିୟନ୍ତ୍ରଣ କରିପାରିଥାଏ ଓ ସମାନ ଟ୍ରାକରେ ଅନ୍ୟ ଏକ ଟ୍ରେନକୁ ଲକ୍ଷ୍ୟ କରି ଟ୍ରେନକୁ ଅଟକାଇପାରେ । କରମଣ୍ଡଳ ଶାଲିମାର ଏକ୍ସପ୍ରେସର ସର୍ବାଧିକ ପ୍ରଭାବିତ କୋଚ ଗୁଡ଼ିକ ମଧ୍ୟରୁ ସ୍ଲିପର କ୍ଲାସ କୋଚ୍, ଯାହା ସାଧାରଣତ ଛୁଟିଦିନରେ ପୂର୍ଣ୍ଣ ହୋଇଥାଏ । ଏପରିକି ରିଜର୍ଭଭେସନ ଟିକେଟ୍ ନଥିବା ଯାତ୍ରୀମାନେ ମଧ୍ୟ ଭିତରକୁ ଯାଇ ବସି ପଡନ୍ତି ।

ଏହା ବି ପଢନ୍ତି: Odisha Train Accident: ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ବସଭଡ଼ା ନେଇଛନ୍ତି ମାଲିକ

ଏହା ବି ପଢନ୍ତି: Odisha Train Accident: ଛାତିଥରା ଟ୍ରେନ ଦୁର୍ଘଟଣା ପାଇଁ ବନ୍ଦ ହେଲା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ