Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ ଓ ଓଜନ ବିଷୟରେ
Advertisement
Article Detail0/zeeodisha/odisha1524028

Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ ଓ ଓଜନ ବିଷୟରେ

Virat Kohli Bat Price: ବିରାଟ କୋହଲି ଗତ ୨ଟି ଦିନିକିଆରେ ଲଗାତର ୨ଟି ଶତକ ହାସଲ କରିଛନ୍ତି ଓ ସେହି ଦିନଠାରୁ ପ୍ରଶଂସକମାନେ ତାଙ୍କ ଚମତ୍କାର ବ୍ୟାଟ୍ ବିଷୟରେ ଇଣ୍ଟରନେଟରେ ସର୍ଚ୍ଚ କରୁଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ସର ମୂଲ୍ୟ ଓ ଓଜନର ଅନୁମାନ ସେଥିରେ ଥିବା ଗ୍ରେନ୍ ଲାଇନରୁ ଆକଳନ କରାଯାଇଥାଏ ।

Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ ଓ ଓଜନ ବିଷୟରେ

Virat Kohli Bat Price: ଟିମ୍ ଇଣ୍ଡିଆ (Team India) ଗୁଆହାଟି ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟର ହିରୋ ହେଉଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli) । ଭାରତ ଓ ଶ୍ରୀଲଙ୍କା ODI ସିରିଜ (India vs Sri Lanka ODI Series) ର ପ୍ରଥମ ମ୍ୟାଚ୍  ଭାରତୀୟ ଦଳ (Indian Team) ଜିତି ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ପ୍ରଶଂସକଙ୍କ ପାଇଁ ଏହା ମଧ୍ୟ ଖୁସିର ବିଷୟ ଯେ ବିରାଟ କୋହଲି ଏହି ମ୍ୟାଚରେ ଏକ ଶତକ ହାସଲ କରିଥିବାବେଳେ ଅଧିନାୟକ ରୋହିତ ଶର୍ମା (Rohit Sharma) ମଧ୍ୟ ତାଙ୍କ  ପୁରୁଣା ଫର୍ମରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ ବିରାଟ କୋହଲି ଶତକ ପରେ ଶତକ ଲଗାଇ ଚାଲିଛନ୍ତି, କିନ୍ତୁ ଆପଣ କିଙ୍ଗ୍ କୋହଲି ଖେଳୁଥିବା ବ୍ୟାଟର ବିଶେଷତା ଓ ଦାମ୍ ବିଷୟରେ  ଅବଗତ ନଥିବେ। ଆଜି ଆମେ ବିରାଟ କୋହଲିଙ୍କ ବ୍ୟାଟର ମୂଲ୍ୟ (Virat Kohli Bat Price) ଓ ଏହାର ଓଜନ କେତେ ରହିଛି, ତାହା କହିବାକୁ ଯାଉଛୁ....

ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ସର ମୂଲ୍ୟ ଓ ଓଜନର ଅନୁମାନ ସେଥିରେ ଥିବା ଗ୍ରେନ୍ ଲାଇନରୁ ଆକଳନ କରାଯାଇଥାଏ । ସାଧାରଣତଃ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ୬ରୁ ୧୨ଟି ଗ୍ରେନ୍ ଥାଏ ଓ ବିରାଟ କୋହଲିଙ୍କ ଦ୍ୱାରା ବ୍ୟବହୃତ ବ୍ୟାଟରେ ୮-୧୨ଟି ଗ୍ରେନ୍ ରହିଛି। ବିରାଟ କୋହଲି (Virat Kohli) ବର୍ତ୍ତମାନ ବ୍ୟବହାର କରୁଥିବା ବ୍ୟାଟର ଓଜନ ପ୍ରାୟ ୧.୧୫ କିଲୋଗ୍ରାମ ହେବ। କିଙ୍ଗ୍ କୋହଲିଙ୍କ ଗୋଟିଏ ବ୍ୟାଟର ମୂଲ୍ୟ ପ୍ରାୟ ୨୭ ହଜାର ଟଙ୍କା ହେବ । ବିରାଟ କୋହଲି ଗତ ୨ଟି ଦିନିକିଆରେ ଲଗାତର ୨ଟି ଶତକ ହାସଲ କରିଛନ୍ତି ଓ ସେହି ଦିନଠାରୁ ପ୍ରଶଂସକମାନେ ତାଙ୍କ ଚମତ୍କାର ବ୍ୟାଟ୍ ବିଷୟରେ ଇଣ୍ଟରନେଟରେ ସର୍ଚ୍ଚ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ୟୁପିର ଗୋଟିଏ ହସ୍ପିଟାଲରେ ୯ ଦିନରେ ଗଲା ୧୩୧ ଜଣଙ୍କର ଜୀବନ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

ଅଧିକ ପଢ଼ନ୍ତୁ:-ମ୍ୟାଚ ମଝିରେ ଅଧିନାୟକ ରୋହିତ ଶର୍ମା କଲେ ଏପରି କିଛି, ଯାହାର ହେଉଛି ଚାରିଆଡ଼େ ପ୍ରଶଂସା; ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିରାଟ କୋହଲି (Virat Kohli) ଏସିଆ କପ୍ ୨୦୨୨ (Asia Cup 2022) ରେ ବ୍ୟାଟ୍ ବଦଳାଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଏସିଆ କପ୍ ପାଇଁ ଗୋଲ୍ଡ ୱିଜାର୍ଡ ବ୍ୟାଟ୍ (Gold Wizard Bat) ବାଛିଥିଲେ, ଯାହା ପୂର୍ବ ବ୍ୟାଟ୍ ତୁଳନାରେ ସାମାନ୍ୟ ଭାରୀ ଅଛି । ଏହି ବ୍ୟାଟ୍ ପ୍ଲସ୍ କାଠରେ ନିର୍ମିତ ଓ ସେଥିପାଇଁ ଏକ ବ୍ୟାଟ୍ ପ୍ରସ୍ତୁତ କରିବାକୁ ୨୭ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ଏସିଆ କପରେ କୋହଲିଙ୍କ ଶତକର ମରୁଡ଼ି ସମାପ୍ତ ହୋଇଥିଲା ଓ ସେ ଟି-୨୦ କ୍ରିକେଟରେ ମଧ୍ୟ ପ୍ରଥମ ଶତକ ହାସଲ କରିଥିଲେ । ଏସିଆ କପ୍ ପରଠାରୁ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି ।