ଟେଷ୍ଟରେ No.3ରେ ବ୍ୟାଟିଂ କରିପାରନ୍ତି ବିରାଟ, ପୂଜାରାଙ୍କ ହେବ ଛୁଟି
Advertisement

ଟେଷ୍ଟରେ No.3ରେ ବ୍ୟାଟିଂ କରିପାରନ୍ତି ବିରାଟ, ପୂଜାରାଙ୍କ ହେବ ଛୁଟି

ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ବିଗତ କିଛି ସମୟ ଧରି ଆଶାନୁରୂପକ ପ୍ରଦର୍ଶନ କରିପାରି ନାହାଁନ୍ତି । ଯାହାଫଳରେ ଏକ ବଡ ପରିବର୍ତ୍ତନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆରେ ଦେଖିବାକୁ ମିଳିପାରେ ।

 

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ହାତରେ ଭାରତୀୟ କ୍ରିକେଟ୍ ଦଳକୁ (Indian cricket team) ୮ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି । ଟିମ୍ ଇଣ୍ଡିଆ ଗତ ପାଞ୍ଚ ବର୍ଷ ମଧ୍ୟରେ ଉତ୍କୃଷ୍ଟ କ୍ରିକେଟ୍ ଖେଳୁଛି । କିନ୍ତୁ ଏବେ ଦଳର ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଗଷ୍ଟ-ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟିଂ କ୍ରମରେ (Indian batting order) ପରିବର୍ତ୍ତନ ହେବାର ସୂଚନା ରହିଛି । ଏହା ଦାବି ହେଉଛି ଯେ ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି (Virat Kohli) ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦଳ ପରିବର୍ତ୍ତନକୁ ନେଇ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାର କରୁଛି । ଚେତେଶ୍ୱର ପୂଜାରା (Cheteshwar Pujara) ବର୍ତ୍ତମାନ ସର୍ବାଧିକ ଟାର୍ଗେଟରେ ଅଛନ୍ତି ଓ ଦଳରୁ ବାଦ ପଡ଼ିବାର ଖଣ୍ଡା ତାଙ୍କ ଉପରେ ଝୁଲୁଛି । ପୂଜାରାଙ୍କୁ ଦଳରୁ ବାଡ଼ ଦେଲେ ବିରାଟ କୋହଲିଙ୍କୁ (Virat Kohli) ତିନି ନମ୍ବରରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିବ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଜିଙ୍କ୍ୟ ରାହାଣେ (Ajinkya Rahane) ଦଳର ଉପ-ଅଧିନାୟକ । କିନ୍ତୁ ବର୍ତ୍ତମାନ ତାଙ୍କ ଖେଳିବାକୁ ନେଇ ମଧ୍ୟ ଦଳରେ ନିଶ୍ଚିତ ନାହିଁ । ବାସ୍ତବରେ ରାହାଣେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁ ନ ଥିବାରୁ ବର୍ତ୍ତମାନ ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିବା ସମ୍ଭାବନା ବହୁତ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ଜୁଲାଇରୁ ମିଳିବ DA! ଭାଇରାଲ ହେଉଥିବା ଏହି ଖବର ଉପରେ ସରକାର ଦେଲେ ଏହି ଜବାବ

କେ.ଏଲ୍ ରାହୁଲଙ୍କୁ ମିଳିପାରେ ସୁଯୋଗ
କେ.ଏଲ୍ ରାହୁଲ ଓ ହନୁମା ବିହାରୀ ହେଉଛନ୍ତି ସେହି ଦୁଇ ଖେଳାଳି ଯିଏ ଦଳରେ ପୂଜାରା ଓ ରାହାଣେଙ୍କ ସ୍ଥାନ ନେଇପାରନ୍ତି । ଏପର୍ଯ୍ୟନ୍ତ ରାହୁଲ କେବଳ ଓପନର୍ ଭାବେ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି । ସୀମିତ ଓଭରରେ ମ୍ୟାଚରେ ରାହୁଲ ମଧ୍ୟ କ୍ରମରେ ଖେଳି ଭାରତ ପାଇଁ ଗେମ୍ ଚେଂଜର୍ସ ପ୍ରମାଣିତ ହୋଇଛନ୍ତି । ବର୍ତ୍ତମାନ ଟେଷ୍ଟରେ ମଧ୍ୟ ମିଡିଲ ଅର୍ଡରରେ ରାହୁଲଙ୍କୁ ବ୍ୟାଟିଂ କରାଇବାକୁ ଭାରତ ନିଷ୍ପତ୍ତି ନେଇଛି ।

ହନୁମା ବିହାରୀଙ୍କ ଖେଳିବା ଷ୍ଟାଇଲ ପାଖପାଖି ପୂଜାରାଙ୍କ ସହିତ ସମାନ । ବିହାରିଙ୍କର ଦୀର୍ଘ ସମୟ ଧରି ପିଚ୍‌ରେ ରହିବାର କ୍ଷମତା ଅଛି । ଯଦିଓ ଆବଶ୍ୟକ ସମୟରେ ବିହାରୀ ଆକ୍ରମଣାକ ବ୍ୟାଟିଂ କରିପାରନ୍ତି । ତେଣୁ ବିହାରୀ ବିରାଟ କୋହଲିଙ୍କ ପ୍ଲାନରେ ଫିଟ୍ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ: ଜୁଲାଇ ପହିଲାରୁ ବଦଳିଯିବ SBI ର ଅନେକ ନିୟମ, ATM ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ?

ପୂଜାରା ବିଷୟରେ କହିବାକୁ ଗଲେ ଗତ ତିନି ବର୍ଷ ତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା । ଗତ ୧୮ ଟି ଟେଷ୍ଟରେ ପୂଜାରା ଗୋଟିଏ ବି ଶତକ ମାରିବାରେ ସକ୍ଷମ ହୋଇ ନାହାଁନ୍ତି ଓ ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟିଂ ହାରାହାରି ପ୍ରାୟ ୨୭ ରହିଛି । କେବଳ ଏତିକି ନୁହେଁ ପୂଜାରାଙ୍କ ଷ୍ଟ୍ରାଇକ୍ ହାରରେ ମଧ୍ୟ ବହୁତ ହ୍ରାସ ଘଟିଛି । ଗତ ୩୦ ଇନିଂସରେ ପୂଜାରାର ଷ୍ଟ୍ରାଇକ୍ ହାର ମଧ୍ୟ ହ୍ରାସ ହୋଇ ୩୦.୨୦ ରହିଛି ।