ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ବିରାଟ କୋହଲି, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha2071788

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ବିରାଟ କୋହଲି, ଭିଡିଓ ଭାଇରାଲ

Ayodhya Ram Mandir Inauguration: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅଯୋଧ୍ୟାରେ ପହଞ୍ଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଏଠାରୁ ସିଧାସଳଖ ହାଇଦ୍ରାବାଦ ଯିବେ।

 

Ayodhya Ram Mandir Inauguration

Ram Mandir Pran Pratishtha: ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅଯୋଧ୍ୟାରେ ପହଞ୍ଚିବାର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। କିଙ୍ଗ କୋହଲି ନିଜ ସାଥୀମାନଙ୍କ ସହିତ ଏଠାରେ ପହଞ୍ଚିଛନ୍ତି। କହିରଖୁଛୁ ଯେ ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ରୋହିତ ଶର୍ମାଙ୍କ ବ୍ୟତୀତ ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ, 'ସ୍ପ୍ରିଣ୍ଟ କୁଇନ୍' ପି.ଟି ଉଷା ଓ ଷ୍ଟାର ଫୁଟବଲର୍ ଭାଇଚୁଙ୍ଗ ଭୁତିଆଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରାଯାଇଛି।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଯୋଗୁଁ ଅଯୋଧ୍ୟା ସହର ସାଜସଜ୍ଜାରେ ଝଲସି ଉଠିଛି। ଏହି ଐତିହାସିକ ମୁହୂର୍ତ୍ତର ଏକ ଅଂଶ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଏଠାରେ ପହଞ୍ଚୁଛନ୍ତି। ଏହି ସମୟରେ ଅଯୋଧ୍ୟାରେ ସୁରକ୍ଷା ମଧ୍ୟ ଅତ୍ୟନ୍ତ କଡାକଡି ରହିଛି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାପୂର୍ବରୁ, ଶୁଭ ରୀତିନୀତି ୧୬ ଜାନୁୟାରୀ ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା, ଯାହାକି ୨୧ ଜାନୁୟାରୀ ରବିବାର ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ୟଯମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେବେ। ୧୨:୨୯:୦୮ ରୁ ୧୨:୩୦:୩୨ ସମୟ ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରାଯିବ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ପରେ ବିରାଟ କୋହଲି ଅଯୋଧ୍ୟାରୁ ହାଇଦ୍ରାବାଦ ଯିବେ, ଯେଉଁଠାରେ ଜାନୁଆରୀ ୨୫ ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଖେଳାଳିମାନେ ଧୀରେ ଧୀରେ ହାଇଦ୍ରାବାଦରେ ପହଞ୍ଚୁଛନ୍ତି। କ୍ୟାପଟେନ ରୋହିତ ଶର୍ମା ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପାଇଛନ୍ତି, କିନ୍ତୁ ଅଯୋଧ୍ୟାରେ ପହଞ୍ଚିବା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମଳିନାହିଁ।