India vs West Indies 2023 Series: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ୱେଷ୍ଟଇଣ୍ଡିଜ ଦଳ; ୩୦ ଶତକ ମାରିଥିବା ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ
Advertisement
Article Detail0/zeeodisha/odisha1760928

India vs West Indies 2023 Series: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ୱେଷ୍ଟଇଣ୍ଡିଜ ଦଳ; ୩୦ ଶତକ ମାରିଥିବା ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ

West Indies India Series 2023:  ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଦଳ ଘୋଷଣା କରାଯାଇଛି। କ୍ରେଗ୍ ବ୍ରେଥୱେଟ୍ ଙ୍କୁ ଦଳ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

 

India vs West Indies 2023 Series: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ୱେଷ୍ଟଇଣ୍ଡିଜ ଦଳ; ୩୦ ଶତକ ମାରିଥିବା ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ

India vs West Indies 2023 Squad: ଆସନ୍ତା ଜୁଲାଇ ୧୨ ତାରିଖରୁ ଭାରତ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହେଉଛି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହି ଟେଷ୍ଟ ସିରିଜ ପାଇଁ ଅନେକ ଭାରତୀୟ ଖେଳାଳି ୱେଷ୍ଟ ଇଣ୍ଡିଜ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଦଳ ମଧ୍ୟ ଘୋଷଣା କରାଯାଇଛି। କ୍ରେଗ୍ ବ୍ରେଥୱେଟ୍ ଙ୍କୁ ଦଳ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧୨ ଜୁଲାଇରୁ ଆରମ୍ଭ ହେଉଛି। ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସମୟରେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଟେଷ୍ଟ ସିରିଜ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି। କ୍ରେଗ୍ ବ୍ରେଥୱେଟ୍ ୱେଷ୍ଟଇଣ୍ଡିଜ୍ ନେତୃତ୍ୱ ନେବେ। ଯିଏ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ୩୦ ଶତକ ହାସଲ କରିଛନ୍ତି। ଅନେକ ୱେଷ୍ଟଇଣ୍ଡିଜ୍ ଖେଳାଳି ବର୍ତ୍ତମାନ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଖେଳୁଛନ୍ତି। ଜୁନ୍ ୩୦ ତାରିଖରୁ ଆଣ୍ଟିଗୁଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଶିବିରରେ ଟୁର୍ନାମେଣ୍ଟ ପରେ ସେମାନେ ସିଧାସଳଖ ଦଳରେ ଯୋଗଦେବେ। 

କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଘୋଷିତ ୧୮ ଜଣିଆ ଦଳରେ ଜେରମାଇନ୍ ବ୍ଲାକ୍ଉଡ୍, ଜୋଶୁଆ ଡି’ସିଲଭାଙ୍କ ଭଳି ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଏହାସହିତ ଜେସନ ହୋଲ୍ଡର, କାଇଲ ମେରେସ୍, ଅଲଜାରି ଜୋସେଫ ଏବଂ ରୋଷ୍ଟେନ ଚେଜ ଭଳି ଖେଳାଳୀ ଟେଷ୍ଟ ଦଳରୁ ବାଦ ପଡ଼ିଛନ୍ତି। ଆସନ୍ତା ୯ ତାରିଖରେ ୱେଷ୍ଟଇଣ୍ଡିଜ୍ ଦଳ ଡୋମିନିକା ଗସ୍ତ କରିବ। ପ୍ରଥମ ଟେଷ୍ଟ ୧୨ ଜୁଲାଇରୁ ଖେଳାଯିବ। ଏହି ସମୟରେ ଅନେକ ଭାରତୀୟ ଖେଳାଳି ମଧ୍ୟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତ କରିଛନ୍ତି।

୩୦ ବର୍ଷୀୟ କ୍ରେଗ୍ ବ୍ରେଥୱେଟ୍ ଙ୍କ ଟେଷ୍ଟ୍ ରେକର୍ଡ ମଧ୍ୟ ଚମତ୍କାର ରହିଛି। ସେ ୮୫ ଟେଷ୍ଟ ମ୍ୟାଚ ଖେଳି ୫୩୪୯ ରନ ସ୍କୋର କରିଛନ୍ତି। ହାରାହାରି ଭାବରେ ସେ ପ୍ରତ୍ୟେକ ମ୍ୟାଚ୍ ରେ ୩୫ ରନ ସ୍କୋର କରିଛନ୍ତି। ଯେଉଁଥିରେ ୧୨ ଶତକ ଏବଂ ୨୮ ଅର୍ଦ୍ଧଶତକ ସାମିଲ ରହିଛି। ଟେଷ୍ଟ୍ କ୍ୟାରିୟର ରେ ୨୧୨ ରନ୍ ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ। ସେ ଅଫ୍ ସ୍ପିନର ଭାବରେ ୨୯ ୱିକେଟ୍ ନେଇଛନ୍ତି। ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ବିଷୟରେ କହିବାକୁ ଗଲେ ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ଅର୍ଜନ କରିବା ଅତ୍ୟନ୍ତ କଷ୍ଟକର। ଜିମ୍ବାୱେ ଏବଂ ଶ୍ରୀଲଙ୍କା ମଜବୁତ ସ୍ଥିତିରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ରାଉଣ୍ଡ ମୁକାବିଲାରେ ନେଦରଲ୍ୟାଣ୍ଡ ଏବଂ ଜିମ୍ବାୱେ ପାଖରୁ ପରାସ୍ତ ହୋଇଛି।

ପ୍ରାଥମିକ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଦଳ: କ୍ରେଗ୍ ବ୍ରେଥୱେଟ୍ (ଅଧିନାୟକ), ଆଲିକ୍ ଆଥାନେସ୍, ଜେରମେନ ବ୍ଲାକ୍ଉଡ୍, ନକ୍ରୁମା ବୋନର୍, ଟେଗେନର୍ ଚାନ୍ଦପାଲ୍, ରହକିମ୍ କର୍ଣ୍ଣୱାଲ୍, ଜୋଶୁଆ ଡି ସିଲଭା, ଶାନନ୍ ଗାବ୍ରିଏଲ୍, କ୍ୱାମ ହୋଜ୍, ଆକିମ ଜୋର୍ଡାନ, ଜାୟର ମ୍ୟାକଲିଷ୍ଟର, କିର୍କ ମ୍ୟାକେଙ୍କି, ଆଣ୍ଡରସନ ଦିଲ୍ଲୀପ, ରାମନ୍ ରେଫର୍, କେମର ରୋଚ୍, ଜୟଡେନ୍ ସିଲ୍ସ ଏବଂ ଜୋମେଲ ୱାରିକାନ୍।00

ଭାରତୀୟ ଟେଷ୍ଟ ଟିମ ବିଷୟରେ କହିବାକୁ ଗଲେ ଦଳର ନେତତ୍ୱ ନେବେ ରୋହିତ ଶର୍ମା। ଏହା ବ୍ୟତୀତ ଶୁଭମନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜୈସ୍ୱାଲ, ଆଜିଙ୍କ୍ୟ ରାହାଣେ, କେ.ଏସ୍ ଭରତ, ଇଶାନ କିଶନ, ଆର ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯଶସ୍ୱୀ ଜୈସୱାଲ ଏବଂ ଋତୁରାଜ ଗାଏକୱାର୍ଡ ସେମାନଙ୍କର ଟେଷ୍ଟ ଡେବ୍ୟୁ କରିବେ।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ରେକର୍ଡ ବିଷୟରେ କହିବାକୁ ଗଲେ ଏ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୯୮ ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଦଳ ୨୨ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ୩୦ ମ୍ୟାଚ୍ ଜିତିଛି। ଅନ୍ୟପଟେ ୪୬ ମ୍ୟାଚ୍ ଡ୍ର ରହିଛି। ହେଲେ ବିଗତ କିଛି ବର୍ଷ ମଧ୍ୟରେ ୱେଷ୍ଟଇଣ୍ଡିଜ ଠାରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି। ଦଳ ଗତ ଚାରୋଟି ସିରିଜ ବିଜୟୀ ହେବାରେ ସଫଳ ହୋଇଛି। ଏହି ଯାତ୍ରା ସମୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇଟି ଟେଷ୍ଟ ସହ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳାଯିବ।