World Cup final 2023: ବର୍ଷା ଯୋଗୁଁ ଯଦି ବିଶ୍ୱକପ୍ ଫାଇନାଲ୍ ଧୋଇଯାଏ, ତେବେ କିପରି ସ୍ଥିର ହେବ ବିଜେତା, କାହାକୁ ମିଳିବ ଟ୍ରଫି?
Advertisement

World Cup final 2023: ବର୍ଷା ଯୋଗୁଁ ଯଦି ବିଶ୍ୱକପ୍ ଫାଇନାଲ୍ ଧୋଇଯାଏ, ତେବେ କିପରି ସ୍ଥିର ହେବ ବିଜେତା, କାହାକୁ ମିଳିବ ଟ୍ରଫି?

IND vs AUS: ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଖେଳାଯିବ । ଏହି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଆସିଛି । ଅଦ୍ୟାବଧି ଅପରାଜିତ ରହି ଟ୍ରଫି ଆଡକୁ ଗତି କରୁଛି । କ୍ରମାଗତ ଦୁଇଟି ପରାଜୟ ପରେ ଅଷ୍ଟ୍ରେଲିଆ ଦଳ ନିଜର ସମସ୍ତ ମ୍ୟାଚ୍ ଜିତିଛି । ୨୦ ବର୍ଷ ପରେ ଉଭୟ ଦଳ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ।

 

IND vs AUS World Cup final 2023

IND vs AUS World Cup final 2023: ଆଇସିସି ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଖେଳାଯିବ । ଏହି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛି । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜିତ ରହି ଟ୍ରଫି ହାସଲ କରିବାକୁ ଚାହୁଁଛି । କ୍ରମାଗତ ଦୁଇ ପରାଜୟ ପରେ ଅଷ୍ଟ୍ରେଲିଆ ଦଳ ସମସ୍ତ ମ୍ୟାଚ୍ ଜିତିଛି । ୨୦ ବର୍ଷ ପରେ ଉଭୟ ଦଳ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ।

ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପର ଫାଇନାଲକୁ ସମସ୍ତେ ଅପେକ୍ଷା କରିଛନ୍ତି । ଟାଇଟଲ ଜିତିବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଦଳ ଆୟୋଜକ ଭାରତକୁ ଭେଟିବ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୁଇ ଦଳ ପରସ୍ପର ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୦୩ ପରଠାରୁ ଏହା ପ୍ରଥମ ଥର ପାଇଁ ହେବ, ଯେତେବେଳେ ଭାରତ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବ । ୨୦୦୩ ରେ କଙ୍ଗାରୁ ଦଳ ଠାରୁ ହାରିବା ପରେ ଭାରତ ରନର୍ସ ଅପ୍ ହୋଇ ସନ୍ତୁଷ୍ଟ ହୋଇଥିଲା ।

କେତେ ପ୍ରଭାବ ପକାଇପାରେ ବର୍ଷା?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ଫାଇନାଲରେ ପାଣିପାଗକୁ ନେଇ ଯଦି ପ୍ରଶଂସକମାନେ ଚିନ୍ତିତ ଅଛନ୍ତି, ତେବେ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପାଣିପାଗ ବିଭାଗର ସୂଚନାନୁସାରେ, ମ୍ୟାଚ୍ ସମୟରେ ଆକାଶ ସମ୍ପୂର୍ଣ୍ଣ ସ୍ପଷ୍ଟ ରହିବ । ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଓ ସର୍ବନିମ୍ନ ୨୦ ଡିଗ୍ରୀ ହେବାକୁ ଯାଉଛି । ବର୍ଷା ଯୋଗୁଁ ମ୍ୟାଚରେ ବ୍ୟାଘାତ ହେବାର କୌଣସି ସମ୍ଭାବନା ନାହିଁ ।

ବର୍ଷାକୁ ନେଇ କ’ଣ କହିଥାଏ ICC?
ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ଆଇସିସି ଏକ ରିଜର୍ଭ ଡେ ରଖିଛି । ଯଦି ପ୍ରଥମ ଦିନରେ ମ୍ୟାଚ୍ ସମାପ୍ତ ହୋଇ ନପାରେ, ତେବେ ଦ୍ୱିତୀୟ ଦିନରେ ଏହା ଖେଳାଯିବ । ଫାଇନାଲ ମ୍ୟାଚରେ ଓଭର ହ୍ରାସର କୌଣସି ଅସୁବିଧା ନାହିଁ । ଯଦି ପ୍ରଥମ ଦିନରେ ମ୍ୟାଚ୍ ବନ୍ଦ ହୋଇଯାଏ, ଦ୍ୱିତୀୟ ଦିନରେ ସମାନ ଓଭରରୁ ପୁନର୍ବାର ଆରମ୍ଭ ହେବ । ଯଦି ବର୍ଷା ଯୋଗୁଁ ଉଭୟ ପ୍ରଥମ ଓ ଦ୍ୱିତୀୟ ଦିନରେ ଖେଳ ଖରାପ ହୋଇଯାଏ, ତେବେ ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲରେ ଏକ ଭଲ ସ୍ଥାନ ହାସଲ କରିଥିବା ଦଳକୁ ବିଜେତା ଘୋଷିତ ହେବ ।