କେବେ, କେଉଁଠାରେ ଓ କିପରି ଦେଖିବେ IPL 2024 ର ସମସ୍ତ ମ୍ୟାଚ୍? ଜାଣନ୍ତୁ ଲାଇଭ୍ ଷ୍ଟ୍ରିମିଂର ସମ୍ପୂର୍ଣ୍ଣ ଡିଟେଲ୍ସ
Advertisement
Article Detail0/zeeodisha/odisha2166035

କେବେ, କେଉଁଠାରେ ଓ କିପରି ଦେଖିବେ IPL 2024 ର ସମସ୍ତ ମ୍ୟାଚ୍? ଜାଣନ୍ତୁ ଲାଇଭ୍ ଷ୍ଟ୍ରିମିଂର ସମ୍ପୂର୍ଣ୍ଣ ଡିଟେଲ୍ସ

CSK vs RCB: ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଭେଟିବ। ଏହି ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ।

 

IPL Live Streaming

IPL 2024 ସିଜିନର ଆରମ୍ଭ ଶୁକ୍ରବାର ଦିନ ଠାରୁ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ଏହି ମ୍ୟାଚଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଓ ପ୍ରସାରଣକୁ ଆପଣ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ? ଆଜି ଆମେ ଆପଣଙ୍କୁ ଆଇପିଏଲ୍ ୨୦୨୪ ସମ୍ବନ୍ଧୀୟ ସମସ୍ତ ବିବରଣୀ କହିବୁ।

କେବେ, କେଉଁଠାରେ ଓ କିପରି ଦେଖିବେ IPL 2024 ର ସମସ୍ତ ମ୍ୟାଚ୍?
ଆପଣ ଜିଓ ସିନେମାରେ ଆଇପିଏଲ୍ ୨୦୨୪ ସିଜନର ସମସ୍ତ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ, ଆପଣ ଜିଓ ସିନେମାରେ ଅନ୍ୟ ଭାଷାରେ ମ୍ୟାଚ୍ ଉପଭୋଗ କରିବାକୁ ସମର୍ଥ ହେବେ। ଏଥିପାଇଁ ପ୍ରଶଂସକମାନଙ୍କୁ କୌଣସି ସବସ୍କ୍ରିପସନ୍ ନେବାକୁ ପଡିବ ନାହିଁ, ଅର୍ଥାତ୍ ସେମାନଙ୍କୁ ମ୍ୟାଟ ଦେଖିବାକୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଏହା ସମେତ ଆପଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ମ୍ୟାଚ୍ ର ଲାଇଭ୍ ପ୍ରସାରଣ ମଧ୍ୟ ଦେଖିପାରିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବ।

ଆଇପିଏଲ୍ ୨୦୨୪ ସିଜନର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ୨୨ ମାର୍ଚ୍ଚରେ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହେବ। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଏହି ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ଉଭା ହେବ। ଏହି ଦଳ ଗତ ସିଜନରେ ଗୁଜୁରାଟ ଟାଇଟାନ୍ସକୁ ଶେଷ ବଲରେ ପରାସ୍ତ କରି ଟାଇଟଲ ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ୍ ଟାଇଟଲ୍ ଜିତିଛି। ଏଥି ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏହାର ପ୍ରଥମ ଟ୍ରଫିକୁ ଅପେକ୍ଷା କରିଛି।

ପ୍ରଥମ ଟ୍ରଫି ଅପେକ୍ଷାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁୁରୁ
ବର୍ତ୍ତମାନ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ଥର ଫାଇନାଲ ଖେଳିଛି, କିନ୍ତୁ ଚାମ୍ପିୟନ ହେବାରେ ବିଫଳ ହୋଇଛି। ଏହି ଦଳ ଆଇପିଏଲ ୨୦୦୯ ସିଜନର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଫାଇନାଲରେ ହାଇଦ୍ରାବାଦ ଦ୍ୱାରା ପରାସ୍ତ ହୋଇଥିଲା। ଏହା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୧୧ ଓ ୨୦୧୬ ସିଜନରେ ଫାଇନାଲରେ ପ୍ରବେଶ କରିଥିଲା।