Jay Shah: ଜୟ ଶାହାଙ୍କ ପରେ BCCI ସମ୍ପାଦକ ପଦରେ ବସିବ କିଏ? ଟପ୍ ଲିଷ୍ଟରେ ଏମାନଙ୍କ ନାଁ...
Advertisement
Article Detail0/zeeodisha/odisha2397455

Jay Shah: ଜୟ ଶାହାଙ୍କ ପରେ BCCI ସମ୍ପାଦକ ପଦରେ ବସିବ କିଏ? ଟପ୍ ଲିଷ୍ଟରେ ଏମାନଙ୍କ ନାଁ...

Jay Shah: ବୋର୍ଡ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣଙ୍କ ସମର୍ଥନ ଥିବା ବେଳେ ସେ ଏହି ପଦର ଦାୟିତ୍ୱ ନେବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ଥିର କରିବା ପାଇଁ ତାଙ୍କୁ ୯୬ ଘଣ୍ଟାରୁ କମ୍ ସମୟ ମିଳିଛି। ବିସିସିଆଇ ସମ୍ପାଦକ ଭାବେ ତାଙ୍କର କ୍ରମାଗତ ଦ୍ବିତୀୟ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବାକି ରହିଛି। ଆଇସିସିର ନୂଆ ଅଧ୍ୟକ୍ଷ ଡିସେମ୍ବର ୧ରେ ଦାୟିତ୍ୱ ଗ୍ରହଣ କରିବେ।

Jay Shah: ଜୟ ଶାହାଙ୍କ ପରେ BCCI ସମ୍ପାଦକ ପଦରେ ବସିବ କିଏ?  ଟପ୍ ଲିଷ୍ଟରେ ଏମାନଙ୍କ ନାଁ...
Jay Shah: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହାଙ୍କୁ ଆଇସିସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ଆଇସିସିର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ୱାର୍କଲେ ନଭେମ୍ବର ୩୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ଦୌଡ଼ରୁ ଓହରି ଯାଇଥିଲେ, ଯାହା ଫଳରେ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଯଦିଓ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ପ୍ରକାଶ ପାଇନାହିଁ, ତେବେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୭ ତାରିଖ ଅର୍ଥାତ ଆସନ୍ତା ମଙ୍ଗଳବାର ରହିଛି। 
 
ଜୟ ଶାହାଙ୍କୁ ଅଧିକାଂଶ ସଦସ୍ୟଙ୍କ ସମର୍ଥନ ?
ଜୟ ଶାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ସେ ବିଶ୍ୱ କ୍ରିକେଟ ସଂସ୍ଥାର ପରିଚାଳନା ଦାୟିତ୍ୱ ଗ୍ରହଣ କରିବେ କି ନାହିଁ, କିନ୍ତୁ ଆଇସିସି ସଭାପତି ହେଲେ ତାଙ୍କ ସ୍ଥାନରେ କିଏ ବିସିସିଆଇ ସମ୍ପାଦକ(BCCI Chairman) ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଶାହାଙ୍କୁ ଆଇସିସିର ୧୬ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣଙ୍କ ସମର୍ଥନ ଥିବା ବେଳେ ସେ ଏହି ପଦର ଦାୟିତ୍ୱ ନେବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ଥିର କରିବା ପାଇଁ ତାଙ୍କୁ ୯୬ ଘଣ୍ଟାରୁ କମ୍ ସମୟ ମିଳିଛି। ବିସିସିଆଇ ସମ୍ପାଦକ ଭାବେ ତାଙ୍କର କ୍ରମାଗତ ଦ୍ବିତୀୟ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବାକି ରହିଛି। ଆଇସିସିର ନୂଆ ଅଧ୍ୟକ୍ଷ ଡିସେମ୍ବର ୧ରେ ଦାୟିତ୍ୱ ଗ୍ରହଣ କରିବେ।
 
ରାଜୀବ ଶୁକ୍ଳା, ଆଶିଷ ଶେଲାର କିମ୍ବା କୌଣସି ନୂଆ ନାମ, ଶାହାଙ୍କ ସ୍ଥାନରେ କିଏ?
ଅକ୍ଟୋବର ୨୦୨୫ରେ ଶାହାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କ୍ରିକେଟ୍ ବୋର୍ଡକୁ (Cricket Board) ଫେରିବା ପାଇଁ ବାଧ୍ୟତାମୂଳକ ତିନି ବର୍ଷର କୁଲିଂ ଅଫ୍ ପିରିୟଡ ଆରମ୍ଭ ହେବ। କିନ୍ତୁ ବିସିସିଆଇରେ ଶାହାଙ୍କ ସ୍ଥାନ କିଏ ନେବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, କାରଣ ସେ ଏବଂ ତାଙ୍କ ନିକଟତମ ବ୍ୟକ୍ତିମାନେ ଏପର୍ଯ୍ୟନ୍ତ ତୁରନ୍ତ ଯୋଜନା ପ୍ରକାଶ କରିନାହାଁନ୍ତି। ତେବେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରାଜୀବ ଶୁକ୍ଳା, ଆଶିଷ ଶେଲାର, ଅରୁଣ ଧୁମାଲଙ୍କ ଭଳି ନାମ ରହିଛି, ଯେଉଁମାନେ ବର୍ତ୍ତମାନ ଶାହାଙ୍କ ସହ ବିସିସିଆଇ ର କର୍ମକର୍ତ୍ତା ଅଛନ୍ତି। 
 
ରାଜୀବ ଶୁକ୍ଳା ଦୀର୍ଘ ଦିନ ଧରି ବିସିସିଆଇରେ(BCCI) ଅଛନ୍ତି ଏବଂ ଶାହାଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଗଲେ କେହି ଆପତ୍ତି କରିବେ ନାହିଁ। ଶୁକ୍ଳା ବର୍ତ୍ତମାନ ବିସିସିଆଇର ଉପାଧ୍ୟକ୍ଷ ଅଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପ୍ରଶାସନର ଏକ ବଡ଼ ନାମ କୋଷାଧ୍ୟକ୍ଷ ଆଶିଷ ଶେଲାର ରହିଛନ୍ତି। ଆଇପିଏଲ୍ ଅଧ୍ୟକ୍ଷ ଧୁମାଲଙ୍କ ନିକଟରେ ବୋର୍ଡ ପରିଚାଳନାର ଅଭିଜ୍ଞତା ରହିଛି। ଏହା ବ୍ୟତୀତ ଏମିତି କିଛି ନାମ ରହିଛି ଯାହା ସରପ୍ରାଇଜ୍ ପ୍ୟାକେଜ୍ ହୋଇପାରେ । ଏମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଦେବଜିତ୍ ସାଇକିଆ, ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍ (ଡିଡିସିଏ) ସଭାପତି ରୋହନ ଜେଟଲୀ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ପୂର୍ବତନ ସଭାପତି ଅଭିଷେକ ଡାଲମିଆ ରହିଛନ୍ତି।