World Cup 2023: ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେ ଶୁବମନ୍ ଗିଲ୍
Advertisement
Article Detail0/zeeodisha/odisha1902467

World Cup 2023: ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେ ଶୁବମନ୍ ଗିଲ୍

World Cup 2023, IND vs AUS:ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା। ଏହି ସମୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏବେ ଏକ ଦୁଖଃଦ ଖବର ଆସିଛି। 

World Cup 2023: ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେ ଶୁବମନ୍ ଗିଲ୍

World Cup 2023, IND vs AUS:ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା। ଏହି ସମୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏବେ ଏକ ଦୁଖଃଦ ଖବର ଆସିଛି। ଟିମ୍ ଇଣ୍ଡିଆର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ସାମିଲ ହୋଇପାରିବେ ନାହିଁ ।

ଟିମ୍ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଜବରଦସ୍ତ ଫର୍ମରେ ଥିବା ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର୍ ଶୁବମନ ଗିଲଙ୍କୁ(Shubman Gill) ଡେଙ୍ଗୁ(Dengue) ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି। ବିଶ୍ୱକପରେ ଭାରତ ନିଜ ଇନିଂସ୍ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଏହା ହେଉଛି ଏକ ଚିନ୍ତାଜନକ ଖବର। ରକ୍ତନମୂନା ପରୀକ୍ଷା କରାଯିବା ପରେ ଶୁବମନ ଗିଲ୍ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ବାମହାତୀ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳିବା କଷ୍ଟକର। ସୂଚନା ଅନୁସାରେ ସେ ଏବେ ଚେନ୍ନାଇରେ ଅଛନ୍ତି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ଅଷ୍ଟ୍ରେଲିଆ(Australia) ବିପକ୍ଷ ମ୍ୟାଚ୍‌ରେ ଖେଳିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ନିଶ୍ଚିତକରଣ ହୋଇନାହିଁ।

ODI ର଼୍ୟାଙ୍କିଂରେ ଶୁବମାନ ଗିଲ ନମ୍ବର -2 ରେ ଅଛନ୍ତି। ସେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସବୁଠୁ ଭଲ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ଗିଲଙ୍କ ODI କ୍ୟାରିୟର ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି ।ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨୦ ଟି ମ୍ୟାଚରେ ୧,୨୩୦ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ମଧ୍ୟ ଏକ ଦୁଇଟି ଶତକ ରହିଛି।

Also Read: କନୱେ-ରଚିନଙ୍କ ଆଗରେ ମାଟି କାମୁଡ଼ିଲା ଇଂଲଣ୍ଡ, ବିଶ୍ୱକପର ପ୍ରଥମ ମ୍ୟାଚକୁ ସହଜରେ ଜତିନେଲା ନ୍ୟୁଜିଲ୍ୟାଣ୍ଡ