World Cup 2023: ବିଶ୍ବକପ ବେଳେ ଦୀପାବଳି ପାଳନ କଲେ ଭାରତୀୟ ଖେଳାଳି, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1955611

World Cup 2023: ବିଶ୍ବକପ ବେଳେ ଦୀପାବଳି ପାଳନ କଲେ ଭାରତୀୟ ଖେଳାଳି, ଦେଖନ୍ତୁ ଫଟୋ

Diwali celebration 2023: ଚଳିତ ବିଶ୍ବକପ ୨୦୨୩ରେ (World Cup 2023) ଟିମ୍ ଇଣ୍ତିଆର (team india) ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳ ବର୍ତ୍ତମାନ ସୁଦ୍ଧା ଖେଳିଥିବା ସମସ୍ତ ୮ଟି ମ୍ୟାଚ୍ ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଆଜି ନେଦରଲ୍ୟାଣ୍ଡ ବିପକ୍ଷରେ ମୈଇଦାନକୁ ଓହ୍ଲାଇବ ଭାରତୀୟ ଦଳ। 

ସୌ(ସୋସିଆଲ ମିଡିଆ)

Team India Diwali celebration 2023: ଚଳିତ ବିଶ୍ବକପ ୨୦୨୩ରେ (World Cup 2023) ଟିମ୍ ଇଣ୍ତିଆର (team india) ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳ ବର୍ତ୍ତମାନ ସୁଦ୍ଧା ଖେଳିଥିବା ସମସ୍ତ ୮ଟି ମ୍ୟାଚ୍ ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଆଜି ନେଦରଲ୍ୟାଣ୍ଡ ବିପକ୍ଷରେ ମୈଇଦାନକୁ ଓହ୍ଲାଇବ ଭାରତୀୟ ଦଳ। ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳି ବେଶ ଧୁମଧାମରେ ଦୀପାବଳି ପାଳନ (Diwali Celebration) କରିଛନ୍ତି।

ସୂଚନାଥାଉ କି, ରବିବାର ଭାରତ ନେଦରଲ୍ୟାଣ୍ଡ (India vs Netherlands) ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମରେ (Bangalore Chinnaswamy Stadium) ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ବାଙ୍ଗାଲୋରର ଏକ ହୋଟେଲରେ ରହିଛନ୍ତି। ଦୀପାବଳି ଅବସରରେ ନେଦରଲ୍ୟାଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇବ ଭାରତ। ଏହି ମ୍ୟାଚ୍ ନେଇ ଭାରତୀୟ ଖେଳାଳିଙ୍କ ଉପରେ କୌଣସି ଚାପ ନାହିଁ, କାରଣ ଏହି ମ୍ୟାଚ୍ ଜିତିଲେ ବା ହାରିଲେ ଭାରତ ପଏଣ୍ଟ ଟେବୁଲ (Points table 2023) ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଦୀପାବଳି ଅବସରରେ ଭାରତୀୟ ଖେଳାଳିମାନେ ବେଶ ଧୁମଧାମରେ ଏହାକୁ ପାଳନ କରିଛନ୍ତି ।

ହୋଟେଲରେ ଆୟୋଜିତ ଏହି ଦୀପାବଳି (Diwali 2023) ଉତ୍ସବରେ ଭାରତୀୟ ଦଳର ଅଧିନାୟକ ଠାରୁ ଆରମ୍ଭ କରି ରାହୁଲ ଦ୍ରାବିଡ଼ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହିଥିଲେ। ତେବେ ଖେଳାଳିମାନେ ଦୀପାବଳି ପାଳନ ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଫଟୋରେ ଅଧିକାଂଶ ଖେଳାଳି କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ସମସ୍ତ ଖେଳାଳି ଓ କର୍ମଚାରୀଙ୍କ ଏକ ଗ୍ରୁଫ ଫଟୋ ମଧ୍ଯ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍କା ଶର୍ମା ଓ ରିତିକା ସଜଦେ ମଧ୍ଯ ସାମିଲ ହୋଇଥିଲେ ।

​Also Read-​ IND Vs NED: ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବାଦ ପଡ଼ିବେ ଏହି ୩ ଷ୍ଟାର ଖେଳାଳି!