ODI World Cup 2023: ଆଫଗାନିସ୍ତାନକୁ ଭାରତ ଲଜ୍ଜାଜନକ ଭାବେ ପରାସ୍ତ କରିଛି । ଏହି ମ୍ୟାଚକୁ ଭାରତ ୮ ୱିକେଟରେ ଜିତି ନେଇଛି ।
Trending Photos
World Cup 2023: India Beat Afghanistan, ବିଶ୍ୱକପ୍ ୨୦୨୩ ର ଦଶମ ମ୍ୟାଚ୍ ରେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ବିଶ୍ୱକପର ଲଗାତାର ଦ୍ୱାତୀୟ ମ୍ୟାଚକୁ ଜିତି ନେଇଛି । କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ଧୂଆଁଧାର ଇନିଂସ ଖେଳିଥିଲେ । ରୋହିତ ମାତ୍ର ୮୪ ବଲରେ ୧୩୧ ରନର ଏକ ଇନିଂସ ଖେଳିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଛନ୍ତି । ଏହି ମ୍ୟାଚକୁ ଭାରତ ୮ ୱିକେଟରେ ଜିତି ନେଇଛି । ଯେଉଁଠାରେ ଆଫଗାନିସ୍ତାନ ବିଶ୍ୱକପରେ ନିଜର ଉଭୟ ମ୍ୟାଚ୍ରେ ହାରି ଯାଇଛି । ଏହି ମ୍ୟାଚରେ ରୋହିତ ଅନେକ ରେକର୍ଡ ଭାଙ୍ଗିଛନ୍ତି ।
ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା । ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭରେ ଲାଗୁଥିଲା ଯେ ଆଫଗାନିସ୍ତାନ ସଠିକ୍ ନିଷ୍ପତ୍ତି ନେଇଛି, କାରଣ ଭାରତ ଭଳି ଏକ ଶକ୍ତିଶାଳୀ ବୋଲିଂ ସାମ୍ନାରେ ଆଫଗାନିସ୍ତାନ ୫୦ ଓଭର ଖେଳିବା ପରେ ୨୭୨ ରନ୍ ସଂଗ୍ରହ କରି ଭାରତ ପାଇଁ ୨୭୩ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ପାଇଁ ଓପନିଂ କରିବାକୁ ଆସିଥିବା କ୍ୟାପଟେନ ରୋହିତ ଶର୍ମା ଓ ଇଶାନ କିଶନ ପ୍ରଥମ ଓଭରରୁ ଆଫଗାନିସ୍ତାନ ବୋଲରଙ୍କୁ ଧୂଳି ଚଟାଇଥିଲେ ।
କ୍ୟାପଟେନ ରୋହିତ ଶର୍ମା ୧୩୧ ରନର ଚମତ୍କାର ଇନିଂସ ଖେଳିଥିଲେ । ସେ ୮୪ ବଲରେ ସମ୍ମୁଖୀନ ହୋଇଥିଲେ । ରୋହିତ ନିଜ ଇନିଂସରେ ୧୬ଟି ଚୌକା ଓ ୫ଟି ଛକା ମାରିଥିଲେ । ବିରାଟ କୋହଲି ୫୫ ଓ ଶ୍ରେୟାସ ଆୟର ୨୫ ରନରେ ଅପରାଜିତ ରହିଥିଲେ ।
୨୭୩ ରନକୁ ପିଛାକରି ଟିମ୍ ଇଣ୍ଡିଆ ଏକ ଭଲ ଆରମ୍ଭ କରିଥିଲା । ରୋହିତ ଶର୍ମା ଓ ଇଶାନ କିଶନ ପ୍ରଥମ ୱିକେଟ୍ ପାଇଁ ଏକ ଶତକୀୟ ଭାଗିଦାରୀ କରିଥିଲେ । ଉଭୟ ୧୮.୪ ଓଭରରେ ୧୫୬ ରନ୍ ଯୋଡିଥିଲେ । ୪୭ ଟି ବଲରେ ଇଶାନ ୪୭ ରନ ସ୍କୋର କରିଥିଲେ । ସେ ରସିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ମଧ୍ୟ ରୋହିତ ଶର୍ମା ରନ୍ ସ୍କୋର କରିବା ପ୍ରକ୍ରିୟା ଜାରି ରଖିଥିଲେ । ସେ ଆଫଗାନିସ୍ତାନ ବୋଲରମାନଙ୍କୁ ନିର୍ଘାତ ପିଟିଥିଲେ । ସେ ୬୩ ଟି ବଲରେ ନିଜର ଶତକ ପୂରଣ କରିଥିଲେ । ୮୪ ବଲରେ ୧୩୧ ରନ୍ ସ୍କୋର କରିବା ପରେ ରୋହିତ ପାଭିଲିୟନକୁ ଫେରିଥିଲେ । ରସିଦ ଖାନ ତାଙ୍କୁ ଆଉଟ୍ କରିଥିଲେ ।
ପୂର୍ବତନ ଅଧିନାୟକ ବିରାଟ କୋହଲି ୫୫ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ବିଶ୍ୱକପ୍ରେ ଏହା କ୍ରମାଗତ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ । ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫ ରନର ଇନିଂସ ଖେଳିଥିଲେ । ଶ୍ରେୟସ୍ ଆୟର ମଧ୍ୟ ଫର୍ମକୁ ଫେରିଥିବାର ନଜର ଆସିଥିଲେ । ସେ ୨୩ ବଲରେ ୨୫ ରନ୍ କରିନଥିଲେ । ତୃତୀୟ ୱିକେଟ୍ ପାଇଁ କୋହଲି ଓ ଆୟର ୬୮ ରନ୍ ଭାଗିଦାରୀ କରିଥିଲେ ।