ICC World Cup 2023: ଷଷ୍ଠ ପରାଜୟ ପରେ ସପ୍ତମ ଥରରେ ବିଜୟୀ ହେଲା ବାଂଲାଦେଶ; ମୁକାବିଲାରୁ ବାଦ ପଡ଼ିଲା ଶ୍ରୀଲଙ୍କା
Advertisement
Article Detail0/zeeodisha/odisha1948011

ICC World Cup 2023: ଷଷ୍ଠ ପରାଜୟ ପରେ ସପ୍ତମ ଥରରେ ବିଜୟୀ ହେଲା ବାଂଲାଦେଶ; ମୁକାବିଲାରୁ ବାଦ ପଡ଼ିଲା ଶ୍ରୀଲଙ୍କା

Bangladesh vs Sri Lanka Match Result 2023: ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଂଲାଦେଶ ପାଖରୁ ପରାଜୟ ବରଣ କରିବା ପରେ ୨୦୨୩ କ୍ରିକେଟ ବିଶ୍ୱକପ୍ ମୁକାବିଲାରୁ ବାଦ ପଡ଼ିଛି ଶ୍ରୀଲଙ୍କା। ଅନ୍ୟପଟେ ଲଗାତାର ଷଷ୍ଠ ପରାଜୟ ପରେ ସପ୍ତମ ଥରରେ ବିଜୟୀ ହୋଇଛି ବାଂଲାଦେଶ। 

ICC World Cup 2023: ଷଷ୍ଠ ପରାଜୟ ପରେ ସପ୍ତମ ଥରରେ ବିଜୟୀ ହେଲା ବାଂଲାଦେଶ; ମୁକାବିଲାରୁ ବାଦ ପଡ଼ିଲା ଶ୍ରୀଲଙ୍କା

 
Bangladesh vs Sri Lanka Match Highlights 2023:
ଚଳିତ ବର୍ଷ ଆୟୋଜିତ ହୋଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍ ମୁକାବିଲାରୁ ବାଦ ପଡ଼ିଛି ଶ୍ରୀଲଙ୍କା। ନଭେମ୍ବର ୪ ତାରିଖ ସୋମବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ଖେଳାଯାଇଥିବା ବିଶ୍ୱକପ୍ ମୁକାବିଲାର ୩୮ ତମ ମ୍ୟାଚ୍ ରେ ବାଂଲାଦେଶ ଟିମ୍ ଶ୍ରୀଲଙ୍କା ଦଳକୁ ୩ ୱିକେଟ ବ୍ୟବଧାନରେ ପରାସ୍ତ କରିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଧାର୍ଯ୍ୟ ୫୦ ଓଭର୍ ମ୍ୟାଚ୍ ଖେଳି ୨୭୯ ରନ୍ ସଂଗ୍ରହ କରିଥିଲା। ହେଲେ ୨୮୦ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୪୧.୧ ଓଭର ମ୍ୟାଚ ଖେଳି ୭ ୱିକେଟ୍ ହରାଇ ୨୮୨ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା।  ୨୦୨୩ ବିଶ୍ୱକପ୍ ମୁକାବିଲାରେ ଲଗାତାର ୬ ମ୍ୟାଚ୍ ହାରିବା ପରେ ବାଂଲାଦେଶ ସୋମବାର ସପ୍ତମ ପ୍ରୟସାରେ ବିଜୟୀ ହୋଇଛି। ଅନ୍ୟପଟେ ପରାଜୟ ପରେ ବିଶ୍ୱକପ୍ ମୁକାବିଲାରୁ ବାଦ ପଡ଼ିଛି ଶ୍ରୀଲଙ୍କା। ବାଂଲାଦେଶ ପାଇଁ ନାଜମୁଲ ହାସନ ସାନ୍ତୋ ସର୍ବାଧିକ ୯୦ ରନ୍ ସଂଗ୍ରହ କରିଥିଲେ। ସେହିପରି ଦଳର ଅଧିନାୟକ ଶକିବ ଅଲ ହାସନ ୮୨ ରନ୍ ର ଇନିଂସ ଖେଳିଥିଲେ।

ବାଂଲାଦେଶ ଦଳକୁ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଶ୍ରୀଲଙ୍କା ଟିମ୍
ଚରିଥ ଅସଲଙ୍କାଙ୍କ ଶତକ ସତ୍ତ୍ୱେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷରେ ୨୭୯ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ନିଜର ଦ୍ୱିତୀୟ ଶତକରେ ଅସଲଙ୍କା ୧୦୫ ବଲ ଖେଳି  ୫ ଛକା ଏବଂ ୬ ଚୌକା ସହ ୧୦୮ ରନ୍ ସଂଗ୍ରହ କରିଥିଲେ। ସେ ଧନଞ୍ଜୟ ଡ଼ି ସିଲଭା (୩୪) ଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୭୮ ରନ୍ ଏବଂ ସଦିରା ସମରବିକ୍ରମା (୪୧) ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୬୩ ରନ୍ ଯୋଡିଥିଲେ। ହେଲେ ତାଙ୍କର ଦମଦାର ଶତକ ସତ୍ତ୍ୱେ ଶ୍ରୀଲଙ୍କା ୪୯.୩ ଓଭର ମ୍ୟାଚ ଖେଳି ଅଲ ଆଉଟ୍ ହୋଇଯାଇଥିଲା।

୩ ୱିକେଟ ନେଇଥିଲେ ତଞ୍ଜିମ ହାସନ 
ବାଂଲାଦେଶ ପାଇଁ ଦଳର ଦ୍ରୁତ ବୋଲର ତାଞ୍ଜିମ ହାସନ ସଫଳ ବୋଲର ହୋଇଥିଲେ। ଯିଏ ୮୦ ରନ୍ ବ୍ୟୟ କରି ୩ ୱିକେଟ୍ ନେଇଥିଲେ। ଶରିଫୁଲ ଇସଲାମ ୫୨ ରନ୍ ବ୍ୟୟ କରି ୨ ଏବଂ ଅଧିନାୟକ ଶକିବ ଅଲ ହାସନ ୫୭ ରନ୍ ବ୍ୟୟ କରି ୨ ୱିକେଟ୍ ନେଇଥିଲେ। ବାଂଲାଦେଶ ଦଳର ସଠିକ୍ ବୋଲିଂ ସାମ୍ନାରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରେ ଲାଗିଥିଲା। ଅସାଲଙ୍କା ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ।

କୁସଲ ପେରେରାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ ଶରିଫୁଲ ଇସଲାମ
ଆସନ୍ତା ୨୦୨୫ ବର୍ଷରେ ପାକିସ୍ତାନ ଠାରେ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆୟୋଜକ ପାକିସ୍ତାନ ବ୍ୟତୀତ ଟୁର୍ନାମେଣ୍ଟ୍ ର ଶ୍ରେଷ୍ଠ ୬ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବେ। ୨୦୨୩ ବିଶ୍ୱକପ୍ ପଏଣ୍ଟ ଟେବୁଲ ତାଲିକାରେ ଏବେ ୪ ପଏଣ୍ଟ ସହ ଶ୍ରୀଲଙ୍କା ବର୍ତ୍ତମାନ ସପ୍ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୨ ପଏଣ୍ଟ ସହ ନବମ ସ୍ଥାନରେ ରହିଛି। ବାଂଲାଦେଶ ଅଧିନାୟକ ଶକିବ ଅଲ ହାସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶରିଫୁଲ ଇସଲାମ ପ୍ରଥମ ଓଭର ବୋଲି କୁସଲ ପେରେରାଙ୍କୁ (୪ ରନ୍) ପାଭିଲିୟନକୁ ପଠାଇଥିଲେ। ତାଙ୍କ ଚମତ୍କାର କ୍ୟାଚ୍ ୱିକେଟ୍ କିପର ମୁଶଫିକୁର ରହୀମ ନେଇଥିଲେ।

ତାଞ୍ଜିମ ଙ୍କୁ ଛକା ମାରିଥିଲେ ମେଣ୍ଡିସ
ଓପନର୍ ପାଥୁମ୍ ନିସଙ୍କା (୪୧) ଭଲ ଫର୍ମ ରେ ରହିଥିବାର ଦେଖାଯାଉଥିଲେ। ସେ ଶରିଫୁଲଙ୍କ ଦୁଇଟି ଓଭର୍ ରେ ଚାରୋଟି ଚୌକା ମାରିଥିବା ବେଳେ ତାଞ୍ଜିମଙ୍କୁ କ୍ରମାଗତ ଭାବରେ ଦୁଇଟି ଚୌକା ସହ ସ୍ୱାଗତ କରିଥିଲେ। କ୍ୟାପଟେନ କୁସାଲ ମେଣ୍ଡିସ ଏକ ମନ୍ଥର ଆରମ୍ଭ କରି ୧୪ ତମ ବଲ୍ ରେ ଏକ ରନ୍ ସହ ତାଙ୍କ ଖାତା ଖୋଲିଥିଲେ। ମେଣ୍ଡିସ୍ ତାଞ୍ଜିମ ଙ୍କ ବଲ୍ ରେ ଇନିଂସର ପ୍ରଥମ ଛକା ମାରିଥିଲେ। ହେଲେ ଶକିବଙ୍କ ପରବର୍ତ୍ତୀ ଓଭର୍ ରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଶରିଫୁଲ ଧରି ନେଇଥିଲେ। ସେ ୩୦ ବଲ ଖେଳି ୧୯ ରନ୍ ସଂଗ୍ରହ କରିଥିଲେ।

ସମରବିକ୍ରମ ଏବଂ ଅସଲଙ୍କା ଇନିଂସ ପରିଚାଳନା କରିଥିଲେ
ତଞ୍ଜିମ ହାସନ ପରବର୍ତ୍ତୀ ଓଭର୍ ରେ ପାଥୁମ ନିସାଙ୍କା ମଧ୍ୟ ୱିକେଟ୍ ଉପରେ ବଲ୍ ଖେଳିଥିଲେ। ଯେଉଁ କାରଣରୁ ୧୩ ତମ ଓଭର ସମୟରେ ଶ୍ରୀଲଙ୍କା ୩ ୱିକେଟ ହରାଇ ୭୨ ରନ୍ ସ୍କୋର କରିଥିଲା। ପାଥୁମ ନିସାଙ୍କା ୩୬ ବଲ ଖେଳି ୮ ଚୌକା ମାରିଥିଲେ। ଏହା ପରେ ସମରବିକ୍ରମ ଏବଂ ଅସଲଙ୍କା ଇନିଂସ ସାମ୍ଭାଳିଥିଲେ। ଅସଲଙ୍କା ଶାକିବ ଏବଂ ତାଞ୍ଜିମ ଙ୍କ ବଲ୍ ରେ ମାରିଥିଲେ। ସମରବିକ୍ରମ ୧୮ ତମ ଓଭର ସମୟରେ ୧୦୦ ରନ୍ ଅତିକ୍ରମ କରି ମେହେଦୀ ହାସନ ମିରାଜଙ୍କ ଠାରୁ ଲଗାତାର ୨ ଚୌକା ମାରିଥିଲେ। ଯେତେବେଳେ ସମରବିକ୍ରମ ଫର୍ମ ରେ ରହିଥିଲେ ସେତେବେଳେ ଶକିବଙ୍କ ବଲ୍ ରେ ତାଙ୍କ କ୍ୟାଚ୍ ମହମୁଦୁଲ୍ଲା ଧରି ନେଇଥିଲେ। ସେ ୪୨ ବଲ ଖେଳି ୪  ଚୌକା ମାରିଥିଲେ।

ଟାଇମ ଆଉଟ ହୋଇଥିଲେ ଆଞ୍ଜେଲୋ ମାଥ୍ୟୁସ୍ 
ଏହା ପରେ ଆଞ୍ଜେଲୋ ମାଥ୍ୟୁସ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଟାଇମ୍ ଆଉଟ୍ ହୋଇଥିଲେ। ମାଥ୍ୟୁସ୍ କ୍ରିଜ୍ ରେ ପହଞ୍ଚି ହେଲମେଟ ପିନ୍ଧି ପାଳି ଆରମ୍ଭ କରିବା ମାତ୍ରେ ଏହାର ଷ୍ଟ୍ରିପ୍ ଭାଙ୍ଗି ଯାଇଥିଲା। ସେ ଡ୍ରେସିଂ ରୁମ୍ ରୁ ଆଉ ଏକ ହେଲମେଟ ଆଣିବାକୁ ସଙ୍କେତ ଦେଇଥିଲେ। ହେଲେ ଏଥିାପଇଁ ୨ ମିନିଟ ଠାରୁ ଅଧିକ ସମୟ ବ୍ୟୟ ହୋଇଥିଲା। ଏହି ସମୟରେ ଶକିବ, ମାଥ୍ୟୁସଙ୍କ ବିରୋଧରେ ଟାଇମ ଆଉଟ  ଅପିଲ କରିଥିଲେ। ଅମ୍ପାୟାର ମାରାଇସ ଏରାସମୁସ ତାଙ୍କୁ ଆଉଟ୍ ଘୋଷଣା କରିଥିଲେ।

ମାଥ୍ୟୁସ୍ ଅମ୍ପାୟାର ଏବଂ ଶକିବଙ୍କ ସହ କଥା ହୋଇଥିଲେ
ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ଥିଲା ଯେ ପରବର୍ତ୍ତୀ ବଲ୍ ବୋଲିଂ ହେବା ପୂର୍ବରୁ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେ। ମାଥ୍ୟୁସ୍ ଅମ୍ପାୟାର ଏବଂ ଶକିବଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ହେଲମେଟ୍ ର ଭାଙ୍ଗିଯାଇଥିବା ଷ୍ଟ୍ରିପ୍ ମଧ୍ୟ ଦେଖାଇଥିଲେ। ହେଲେ ବାଂଲାଦେଶ ଅଧିନାୟକ ଏହି ଆବେଦନ ପ୍ରତ୍ୟାହାର କରିବାକୁ ମନା କରିଦେଇଥିଲେ। ଯାହା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଙ୍କୁ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥିଲା। ଏହା ସହ ଶ୍ରୀଲଙ୍କା ୫ ୱିକେଟ ହରାଇ ୧୩୫ ରନ୍ ସ୍କୋର କରିଥିଲା। ଅସଲଙ୍କା ୫୬ ବଲ ଖେଳି ତାଞ୍ଜିମ୍ ଙ୍କ ବଲ୍ ରେ ୪ ଚୌକା ସହ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ଏହି ଦ୍ରୁତ ବୋଲର ଜଣଙ୍କ ପରବର୍ତ୍ତୀ ଓଭର୍ ରେ ଦୁଇଟି ଚୌକା ମାରିଥିଲେ।

ଶତକ ହାସଲ କରିଥିଲେ ଅସଲଙ୍କା 
ଧନଞ୍ଜୟ ଡ଼ି ସିଲଭା, ଚରିଥ ଅସଲଙ୍କାକୁ ଭଲ ଭାବରେ ସମର୍ଥନ କରୁଥିଲେ। ସେ ମଧ୍ୟ ଶକିବ ଙ୍କ ବଲ୍ ରେ ଛକା ମାରିଥିଲେ। ହେଲେ ମେହଦୀ ହାସନ ମିରାଜଙ୍କ ବଲ୍ କୁ ଆଗକୁ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ଷ୍ଟମ୍ପ ଆଉଟ ହୋଇଯାଇଥିଲେ। ଏହା ପରେ ଅସଲଙ୍କା ତୀକ୍ଷଣାଙ୍କ ସହ ଇନିଂସ ଆଗକୁ ନେଇଥିଲେ। ଉଭୟ ୪୫ ତମ ଓଭର ସମୟରେ ଦଳୀୟ ସ୍କୋର ୨୫୦ ରନ୍  ପାର କରାଇଥିଲେ। ମାତ୍ର ୩୧ ବଲ ଖେଳି ୨୨ ରନ୍ ସଂଗ୍ରହ କରିଥିବା ତୀକ୍ଷଣା ଶରିଫୁଲଙ୍କ ବଲ୍ ରେ ନାସୁମ୍ ଅହମ୍ମଦଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ଅସଲଙ୍କା ୪୮ ତମ ଓଭର୍ ରେ ଶରିଫୁଲ ବଲ୍ ରେ ଚୌକା ମାରିଥିଲେ ଏବଂ ପରେ ୨ ରନ୍ ସ୍କୋର ସହ ନିଜର ଶତକ (୧୦୧ ରନ୍) ପୂରଣ କରିଥିଲେ। ପରବର୍ତ୍ତୀ ଓଭର୍ ରେ ସେ ତାଞ୍ଜିମ ଙ୍କ ବଲ୍ ରେ ଛକା ମାରିଥିଲେ। ହେଲ ପରବର୍ତ୍ତୀ ବଲ୍ ରେ ଲିଟନ୍ ଦାସଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ସମାନ ଓଭରରେ ତଞ୍ଜିମ କାସୁନ୍ ରଜିତା (୦ ରନ୍) ଙ୍କୁ ଆଉଟ କରିଥିଲେ ଏବଂ ପରେ ଦୁଷ୍ମାନ୍ତା ଚମିରା (୦୪ ରନ୍) ସହ ଶ୍ରୀଲଙ୍କ ପାଳି ଶେଷ ହୋଇଥିଲା।