Yashasvi Jaiswal Profile And Career: ଆଇପିଏଲରୁ ଟିମ୍ ଇଣ୍ଡିଆରେ ପହଞ୍ଚିଛନ୍ତି ଯଶସ୍ୱି ଜୈସୱାଲ, ଜାଣନ୍ତୁ ତାଙ୍କ କ୍ୟାରିୟର ଠାରୁ ଆରମ୍ଭ କରି ସବୁକିଛି
Advertisement
Article Detail0/zeeodisha/odisha1776792

Yashasvi Jaiswal Profile And Career: ଆଇପିଏଲରୁ ଟିମ୍ ଇଣ୍ଡିଆରେ ପହଞ୍ଚିଛନ୍ତି ଯଶସ୍ୱି ଜୈସୱାଲ, ଜାଣନ୍ତୁ ତାଙ୍କ କ୍ୟାରିୟର ଠାରୁ ଆରମ୍ଭ କରି ସବୁକିଛି

Yashasvi Jaiswal Profile: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଯଶସ୍ୱୀ ଜୌସୱାଲଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ବର୍ତ୍ତମାନ ପ୍ରଥମ ମ୍ୟାଚ୍‌ରେ ତାଙ୍କର ଆନ୍ତର୍ଜାତୀୟ ଡେବ୍ୟୁ ପ୍ରାୟ ନିଶ୍ଚିତ ।

ସୌ: ସୋସିଆଲ ମିଡିଆ

Yashasvi Jaiswal Profile And Career: ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଯଶସ୍ୱି ଜୌସୱାଲ (Yashasvi Jaiswal) ୨୦୨୩ ରେ ଖେଳାଯାଇଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୬ ତମ ସିଜନରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ତାଙ୍କ ଫ୍ୟାନ କରାଇଦେଇଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଏକ ଶତକ ମଧ୍ୟ ହାସଲ କରିଥିଲେ । ଆଇପିଏଲ ୨୦୨୩ ପୂର୍ବରୁ ମଧ୍ୟ ଯଶସ୍ୱୀ ଜୌସୱାଲ ଘରୋଇ କ୍ରିକେଟରେ ନିଜର ପ୍ରଦର୍ଶନ ସହିତ ନିଜକୁ ପ୍ରମାଣିତ କରିଛନ୍ତି । ଉତ୍ତରପ୍ରଦେଶରେ ଜନ୍ମିତ ଜୟସୱାଲ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳନ୍ତି ।

ଜୟସୱାଲ ଏପର୍ଯ୍ୟନ୍ତ ଇଣ୍ଡିଆ ଅଣ୍ଡର-୧୯ ଏ, ଇଣ୍ଡିଆ ଅଣ୍ଡର-୧୯, ଇଣ୍ଡିଆ ଅଣ୍ଡର-୨୩, ମୁମ୍ବାଇ ପ୍ରଥମ ଶ୍ରେଣି ଓ ରେଷ୍ଟ ଅଫ୍ ଇଣ୍ଡିଆ ପାଇଁ ଖେଳିଛନ୍ତି । ଏହା ବ୍ୟତୀତ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି । ୨୧ ବର୍ଷୀୟ ଜୌସୱାଲ ୨୮ ଡିସେମ୍ବର ୨୦୨୧ ରେ ଜନ୍ମଗ୍ରହଣ କରିଥିଲେ । ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ୍ ଇଣ୍ଡିଆର ଜାତୀୟ ଦଳରେ ସାମିଲ କରାଯାଇଛି ।

ବିଜୟ ହଜାରେ ଟ୍ରଫି ଓ ଇରାନୀ କପରେ ଜୟସୱାଲ ଏପର୍ଯ୍ୟନ୍ତ ଡବଲ ଶତକ ମାରିବାର ସଫଳତା ହାସଲ କରିଛନ୍ତି । ସେ ୨୦୧୯ ମସିହାରେ ବିଜୟ ହଜାରେ ଟ୍ରଫିରେ ୨୦୩ ରନ୍ ସ୍କୋର କରିଥିଲେ ଓ ୨୦୨୨-୨୩ ମସିହାରେ ମଧ୍ୟପ୍ରଦେଶ ଓ ରେଷ୍ଟ ଇଣ୍ଡିଆ ମଧ୍ୟରେ ଇରାନ କପ୍‌ରେ ରେଷ୍ଟ ଇଣ୍ଡିଆ ପାଇଁ ଖେଳି ପ୍ରଥମ ଇନିଂସରେ ୨୧୪ ରନ୍ ସ୍କୋର କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ରହିଛି କ୍ୟାରିୟର
ଜାନୁଆରୀ ୨୦୧୯ ରେ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିବା ଯଶସ୍ୱି ଜୌସୱାଲ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକରୁ ୨୬ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୮୦.୨୧ ହାରାହାରିରେ ୧୮୪୫ ରନ୍ ସ୍କୋର କରିଥିଲେ । ସେ ଏହି ସମୟରେ ୯ଟି ଶତକ ଓ ୨ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି ।

ଏହା ବ୍ୟତୀତ ଜୌସୱାଲ ୩୨ଟି ଲିଷ୍ଟ-ଏ ମ୍ୟାଚ୍ ଖେଳି ହାରାହାରି ୫୩.୯୬ ରେ ୧୫୧୧ ରନ୍ ସ୍କୋର କରିଛନ୍ତି । ଏହି ସମୟ ମଧ୍ୟରେ ସେ ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥି ସହିତ, ଏପର୍ଯ୍ୟନ୍ତ ଖେଳିଥିବା ୫୭ଟି ଟି-୨୦ ମ୍ୟାଚରେ ଜୌସୱାଲ ହାରାହାରି ୨୯.୭୭ ରେ ୧୫୭୮ ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୩.୮୪ ରହିଛି । ଏଥିରେ ସେ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଛନ୍ତି ।

ତାଙ୍କର ଆଇପିଏଲ୍ କ୍ୟାରିୟର ବିଷୟରେ କଥାବାର୍ତ୍ତା କଲେ ରାଜସ୍ଥାନ ରୟାଲ୍ସ ୨୦୨୦ ମସିହାରେ ଜୟସୱାଲଙ୍କୁ ୨.୪ କୋଟିରେ କିଣିଥିଲା । ସେହି ବର୍ଷ (୨୦୨୦) ସେ ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ । ଏପର୍ଯ୍ୟନ୍ତ ସେ ୩୭ଟି ଆଇପିଏଲ ମ୍ୟାଚ୍ ଖେଳି ସାରିଛନ୍ତି, ଯେଉଁଥିରେ ସେ ହାରାହାରି ୩୨.୫୬ ହାରାହାରିରେ ୧୧୭୨ ରନ୍ କରିଛନ୍ତି ଓ ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୮.୭୩ ରହିଛି ।

ଏହା ବି ପଢ଼ନ୍ତୁ: Asia Cup: ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ! ଗୋଟିଏ ଭେନ୍ୟୁରେ ଉଭୟ ଦେଶ ଖେଳିବେ ୩ଟି ମ୍ୟାଚ୍

ଏହା ବି ପଢ଼ନ୍ତୁ: BCCI Apex Council Meeting: ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର୍ ପକାଇପାରିବେ ବୋଲର; ବିସିସିଆଇ ବୈଠକରେ ନିଆଯାଇଛି ଏସବୁ ବଡ଼ ନିଷ୍ପତ୍ତି