'ଆମକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଆମେ ଭାରତକୁ ପରାସ୍ତ କରିପାରୁ'
Advertisement
Article Detail0/zeeodisha/odisha1300842

'ଆମକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଆମେ ଭାରତକୁ ପରାସ୍ତ କରିପାରୁ'

Dave Houghton on Team India: ଜିମ୍ବାୱେ ଦଳର କୋଚ୍ ଡେଭ୍ ହଫଟନ୍ (Dave Houghton) ଭାରତୀୟ ଦଳକୁ କଡା ଚେତାବନୀ ଦେଇଛନ୍ତି । ହଫଟନ୍ କହିଛନ୍ତି ଯେ ଭାରତ ତାଙ୍କ ଦଳକୁ ହାଲୁକାହାଲୁକା ଭାବେ ନେବାକୁ ଚେଷ୍ଟା କରନ୍ତୁ ନାହିଁ । କହିରଖୁଛୁ ଯେ ଜିମ୍ବାୱେ ସହ ଭାରତ ନଜର ପ୍ରଥମ ODI ଅଗଷ୍ଟ ୧୮ ରେ ଖେଳିବ ।

ଡେଭ୍ ହଫଟନ୍ (ଫାଇଲ ଫଟୋ)

India tour of Zimbabwe: ଭାରତୀୟ କ୍ରିକେଟ୍ ଦଳ (Team India) ଜିମ୍ବାୱେ ଅଭିମୁଖେ ଆଜି ଅର୍ଥାତ ଶନିବାର ଯାତ୍ରା କରିଛନ୍ତି, ଯେଉଁଠାରେ ଦଳକୁ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ । ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୮ ରେ ଖେଳାଯିବ, ବାକି ଦୁଇଟି ମ୍ୟାଚ୍ ଅଗଷ୍ଟ ୨୦ ଓ ୨୨ ରେ ଖେଳାଯିବ । ଜିମ୍ବାୱେ ଗସ୍ତରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ଅଧିନାୟକ ହେବେ । ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଆୟୋଜକ ଜିମ୍ବାୱେ ଦଳର (Zimbabwe Team) କୋଚ୍ ଡାଭେ ହଫଟନ୍ (Dave Houghton) ଭାରତୀୟ ଦଳକୁ କଡା ଚେତାବନୀ ଦେଇଛନ୍ତି । ହଫଟନ୍ କହିଛନ୍ତି ଯେ ଭାରତ ତାଙ୍କ ଦଳକୁ ହାଲୁକା ଭାବେ ନେବାକୁ ଚେଷ୍ଟା କରନ୍ତୁ ନାହିଁ ।

ନିକଟରେ ଜିମ୍ବାୱେ ବାଂଲାଦେଶ ବିପକ୍ଷରେ ODI ଓ T20I ରେ ସିରିଜ୍ ଜିତିଛି । ଏଭଳି ପରିସ୍ଥିତିରେ ଜିମ୍ବାୱେ ଦଳ ଭାରତ ବିପକ୍ଷରେ ନିଜର ଶତପ୍ରତିଶତ ଦେବ । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଜିମ୍ବାୱେ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ଓ ବର୍ତ୍ତମାନ ଏହା ଭାରତକୁ ଜୋରଦାର ଟକ୍କର ଦେବାକୁ ଯାଉଛି । ଭାରତ ଓ ଜିମ୍ବାୱେ ମଧ୍ୟରେ ହେବାକୁଥିବା ତିନୋଟି ODI ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ ।

ଡେଭ୍ ହଫଟନଙ୍କ କୋଚିଂରେ ଜିମ୍ବାୱେ ଦଳ ବର୍ତ୍ତମାନ ଭଲ ପ୍ରଦର୍ଶନ କରୁଛି । ହଫଟନ୍ କହିଛନ୍ତି ଯେ ଭାରତୀୟ ଦଳ ତାଙ୍କୁ ହଳୁକା ଭାବେ ନେବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ତାଙ୍କ ଦଳ ଭାରତୀୟ ଦଳକୁ ପରାସ୍ତ କରିବାର କ୍ଷମତା ରଖିଛି । ସେ କହିଛନ୍ତି, ଆମକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଆମେ ଭାରତକୁ ପରାସ୍ତ କରିପାରିବୁ । ଆମର ବୋଲିଂ ଓ ଫିଲ୍ଡିଂ ସେତିକି ଭଲ, ଯେତିକି ମୋ ସମୟ ପୂର୍ବରୁ ଭଲ ଥିଲା । ଏହା ବ୍ୟତୀତ ଆମର କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯେଉଁମାନେ ବାସ୍ତବରେ ଭଲ ବ୍ୟାଟିଂ କରୁଛନ୍ତି ।

କୋଚ୍ କହିଛନ୍ତି, "ବର୍ତ୍ତମାନ ସବୁ ଠିକ୍ ଚାଲିଛି କିନ୍ତୁ ଏହା ଭାରତ ବିପକ୍ଷରେ ଏକ ବଡ ପରୀକ୍ଷା ହେବ, କାରଣ ଆମେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦଳ ସହ ଖେଳୁଛୁ । ତଥାପି ଦଳ ଭଲ ପ୍ରଦର୍ଶନ କରିବାକୁ ଓ ବାସ୍ତବରେ ଭଲ ପ୍ରତିଯୋଗିତା ଦେବାକୁ ମୁଁ ଆଶା କରିବି ।"

ନୂତନ କୋଚ୍ ଡେଭ୍ ହଫଟନଙ୍କ ନିର୍ଦ୍ଦେଶନାରେ ଜିମ୍ବାୱେ ୨୦୧୭ ପରଠାରୁ ଏକ ଶୀର୍ଷ ଦେଶ ବିପକ୍ଷରେ ପ୍ରଥମ ODI ସିରିଜ୍ ଜିତିଛି । ଜିମ୍ବାୱେ ମଧ୍ୟ T20I ସିରିଜ୍ ୨-୧ ଜିତିଛି, ଯାହାକି ଏକ ଶୀର୍ଷ ଦଳ ବିପକ୍ଷରେ ଏହି ଫର୍ମାଟରେ ସେମାନଙ୍କର ପ୍ରଥମ ସିରିଜ୍ ବିଜୟ ।

ଏହା ବି ପଢ଼ନ୍ତୁ: Asia Cup 2022: ଭାରତ-ପାକିସ୍ଥାନ ମ୍ୟାଚରେ କେଉଁ ଦଳ ଜିତିବ? ପଣ୍ଟିଂ କଲେ ବଡ ଭବିଷ୍ୟବାଣୀ

ଏହା ବି ପଢ଼ନ୍ତୁ: ଆସାମକୁ ଯିବାକୁ ଚାହୁଁଥିଲେ ଆମୀର ଖାନ, ମନାକଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା; ଜାଣନ୍ତୁ କାରଣ