ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠବ ପୂର୍ବରୁ ଆଇନ ମନ୍ତ୍ରୀ ଦେଲେ ଏଭଳି ସୂଚନା...
Advertisement
Article Detail0/zeeodisha/odisha2324036

ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠବ ପୂର୍ବରୁ ଆଇନ ମନ୍ତ୍ରୀ ଦେଲେ ଏଭଳି ସୂଚନା...

Ratnabhandara: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସୁଛି କମିଟି। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ସରକାରଙ୍କ ପାଇଁ ସ୍ୱୀକାର୍ଯ୍ୟ।

ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠବ ପୂର୍ବରୁ ଆଇନ ମନ୍ତ୍ରୀ ଦେଲେ ଏଭଳି ସୂଚନା...

ଭୁବନେଶ୍ଵର: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠବ ଆରମ୍ଭ ହୋଇଯାଇଛି। ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଛି। ପୂର୍ବତନ ଜଷ୍ଟିସ ବିଶ୍ୱର ନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରୁଛନ୍ତି। ତା ପୂର୍ବରୁ ମନ୍ତବ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ, କେବେ ରତ୍ନଭଣ୍ଡାର ଖୋଲିବ, ମୋଡାଲିଟି କଣ ରହିବ ସେ ନିଷ୍ପତ୍ତି କମିଟି ନେବ। ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହାକୁ ମାନିବେ। 

ଆହୁରି କହିଛନ୍ତି ଯେ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସୁଛି କମିଟି। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ସରକାରଙ୍କ ପାଇଁ ସ୍ୱୀକାର୍ଯ୍ୟ। କମିଟିର ସବୁ ନିଷ୍ପତ୍ତି ଆମେ ପାଳନ କରିବୁ। ରଥ ଯାତ୍ରା ସମୟରେ କିମ୍ବା ତା’ ପରେ ଯେବେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଲେ ତାହାକୁ ଗ୍ରହଣ କରିବୁ। ଯାହା ଚ୍ୟାଲେଞ୍ଜ ଆସିବ ତାହାକୁ ସାମନା କରିବୁ। 

ଅନ୍ୟପଟେ ଗତକାଲି ଜଷ୍ଟିସ୍ ବିଶ୍ୱନାଥ ରଥ କହିଥିଲେ ଯେ, ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ। ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।