Odisha News: ଖାକି ପୋଷାକର ସାଧୁତା ନେଇ ଉଠିଲା ପ୍ରଶ୍ନ? ୧୧ ମାସରେ ବନ୍ଧା ହେଲେଣି ୧୫ ପୋଲିସ ଅଫିସର୍
Advertisement
Article Detail0/zeeodisha/odisha1985038

Odisha News: ଖାକି ପୋଷାକର ସାଧୁତା ନେଇ ଉଠିଲା ପ୍ରଶ୍ନ? ୧୧ ମାସରେ ବନ୍ଧା ହେଲେଣି ୧୫ ପୋଲିସ ଅଫିସର୍

Odisha News: ଚର୍ଚ୍ଚାରେ ପୋଲିସ୍ ଅଫିସର୍ (Police Officer) ।  ଭିଜିଲାନ୍ସ, (Vigilance) ଜାଲରେ ନିୟମିତ ବ୍ୟବଧାନରେ କେହିନା କେହି ଅଫିସର ନିୟମିତ ଭାବେ ଧରାପଡୁଛନ୍ତି। ଚଳିତ ବର୍ଷ ଜାନୁଆରୀରୁ ଏପର୍ଯନ୍ତ ଅର୍ଥାତ୍ ୧୧ ମାସ ଭିତରେ ୧୫ ଜଣ ପୋଲିସ୍ ଅଫିସରକୁ ଭିଜିଲାନ୍ସ ସଂସ୍ଥା ଦୁର୍ନିତୀ ନିବାରଣ ଆଇନ୍ ବଳରେ ଗିରଫ କରିଥିବା ସୂଚନା ମିଳିଛି । 

Odisha News: ଖାକି ପୋଷାକର ସାଧୁତା ନେଇ ଉଠିଲା ପ୍ରଶ୍ନ? ୧୧ ମାସରେ ବନ୍ଧା ହେଲେଣି ୧୫ ପୋଲିସ ଅଫିସର୍

Odisha News: ଚର୍ଚ୍ଚାରେ ପୋଲିସ୍ ଅଫିସର୍ (Police Officer) । ଅଫିସରଙ୍କୁ  (Officer)ଘାରିଛି କୋଟିପତି ହେବାର ନିଶା। ଆଉ କୋଟିପତି ହେବା ଆଶାରେ ବେଆଇନ୍ କାର୍ଯ୍ୟକୁ ଆପଣେଇ ଫସୁଛନ୍ତି। ଭିଜିଲାନ୍ସ, (Vigilance) ଜାଲରେ ନିୟମିତ ବ୍ୟବଧାନରେ କେହିନା କେହି ଅଫିସର ନିୟମିତ ଭାବେ ଧରାପଡୁଛନ୍ତି। ଗତ ଅଢେଇ ବର୍ଷରେ  ୬୦ ଜଣ ଦୁର୍ନୀତିଗ୍ରସ୍ତ ପୋଲିସ୍ ଅଫିସର ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି। ଏଥିରୁ ଚଳିତ ବର୍ଷ ଜାନୁଆରୀରୁ ଏପର୍ଯନ୍ତ ଅର୍ଥାତ୍ ୧୧ ମାସ ଭିତରେ ୧୫ ଜଣ ପୋଲିସ୍ ଅଫିସରକୁ ଭିଜିଲାନ୍ସ ସଂସ୍ଥା ଦୁର୍ନିତୀ ନିବାରଣ ଆଇନ୍ ବଳରେ ଗିରଫ କରିଥିବା ସୂଚନା ମିଳିଛି (15 police Officers arrest by Vigilance in last 11 month)। 

Also Read: Shukra Gochar: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?

ଭିଜିଲାନ୍ସ ହାତରେ  (Vigilance) ଧରାପଡିବା ପରେ ହିଁ ଲାଞ୍ଚୁଆ ପୋଲିସ୍ ବେଆଇନ୍ ସୂତ୍ରରୁ ଠୁଳ କରିଥିବା ଗୁପ୍ତଧନର ସନ୍ଧାନ ମିଳୁଛି। ଥାନା ଅଧିକାରୀମାନଙ୍କ କାର୍ଯ୍ୟକଳାପର ଭିତିରି ଅନୁସନ୍ଧାନ କରାଗଲେ ରାଜ୍ୟରେ ଅନେକ କୁବେର ଥାନା ଅଧିକାରୀଙ୍କ କୋଟିକୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇ ପାରିବ ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରୁ ଅନେକ ଏବେ ଭିଜିଲାନ୍ସ ସ୍କାନରରେ ଥିବା ସୂଚନା ମିଳିଛି। ଲାଞ୍ଚ ଟଙ୍କା ନେଇ ସିଧାସଳଖ ଧରାପଡିବା। ଏବଂ ବେଆଇନ୍ ଭାବେ ଟଙ୍କା ପଇସା ଆଦି ଧନ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଥିବା ଦୁର୍ନୀତିଗ୍ରସ୍ତ ପୋଲିସ୍ ଅଧିକାରୀଙ୍କ ମଧ୍ୟରେ ଏଏସଆଇରୁ କମାଣ୍ତାଣ୍ଟ ପାହ୍ୟର ଅଫିସର ରହିଛନ୍ତି। ଧରାପଡିଥିବା ୬ଜଣ ଲାଞ୍ଚୁଆ ଥାନା ଅଧିକାରୀଙ୍କ ମଧ୍ୟରେ ବୈୁପାରିଗୁଡାର ସୁଶାନ୍ତ ଶତପଥୀ ଏବଂ ଢେଙ୍କାନାଳ ସ୍ଥିତ ଓଏସଏପି ପ୍ରଥମ ବାଟେଲିୟନ୍ ର କମାଣ୍ତାଣ୍ଟ ସୁନିଲ୍ ବେହେରା ସମାନ୍ ଢଙ୍ଗରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। 

ଓଏସଏପି ପ୍ରଥମ ବାଟେଲିୟନ୍ ର କମାଣ୍ତାଣ୍ଟ ସୁନିଲ୍ ବେହେରା ବାଟେଲିୟନର ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା  ଲାଞ୍ଚ ନେଇ କଟକ ଆସିବା ବାଟରେ ଭିଜିଲାନ୍ସ, ଜାଲରେ ପଡିଥିଲେ। ତାଙ୍କ ସରକାରୀ କ୍ବାଟର୍ସରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।  ଏହାର ମାସେ ନ ପୁରୁଣୁ ବୈପାରିଗୁଡା ଥାନା ଇନ୍ସପେକ୍ଟର ଶୁସାନ୍ତ ଶତପଥୀ ( Susanta Satpathy, inspector in charge of Boipariguda police station) ଲାଞ୍ଚ ପାଇଥିବା ଲକ୍ଷାଧିକ ଟଙ୍କାକୁ କଟକ ସ୍ଥିତ କ୍ବାଟର୍ସରେ ରଖିବା ପାଇଁ ବସରେ ଆସିବା ବାଟରେ କୋରାପୁଟ୍ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଟିମ୍ ତାଙ୍କୁ ପୋଲିସ୍ ମୁଖ୍ୟାଳୟ ନିକଟସ୍ତ ମହିଳା ଥାନା ପଛପଟ ସୁଶାନ୍ତଙ୍କ କ୍ବଟର୍ସରୁ ନଗଦ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ କରି ସାରିଛି। ଜଣକ ପରେ ଜଣେ ପୋଲିସ୍ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା ଅଫିସରମାନଙ୍କ ସାଧୁତା ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।