Odisha News:ପୁଣି ଅଶାନ୍ତ ପଦ୍ମକେଶରପୁର, ରାଜଧାନୀରେ ବୋମାମାଡ଼
Advertisement
Article Detail0/zeeodisha/odisha2198961

Odisha News:ପୁଣି ଅଶାନ୍ତ ପଦ୍ମକେଶରପୁର, ରାଜଧାନୀରେ ବୋମାମାଡ଼

Odisha News: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ପୁଣିଥରେ ଅଶାନ୍ତ ହୋଇଛି। ସୁଧକାରବାରକୁ ନେଇ ଗତକାଲି ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହାଦ୍ୱାରା ଦୁଇଜଣ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍କୁ ସ୍ଥାନାନ୍ତର କରାଯାଇଛି। ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି  ୨ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି। 

ସୌଜନ୍ୟ-ସୋସିଆଲ୍ ମିଡିଆ

 ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ପଦ୍ମକେଶରପୁରର ତଳ ସାହି ଓ ଉପସାହି ମଧ୍ୟରେ ପୁଣି ଉତ୍ତଜନା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ରାତି ୧୦ଟା ବେଳେ ଉପର ସାହିର ବାବୁଲା ଦାସ ଓ ତାପସ ଦାସ କିଛି ସହଯୋଗୀଙ୍କ ସହ ତଳ ସାହିର ସନାତନ ଦାସ ଓ ତାଙ୍କ ବୋହୂ ଖାଉଥିବା ସମୟରେ ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। 

ପୂର୍ବରୁ ନେଇଥିବା ଟଙ୍କାର ସୁଧ ଆଦାୟ ତାଙ୍କ ଲକ୍ଷ୍ୟ ରହିଥିଲା। ସନାତନଙ୍କୁ ହେଉଥିବା ଆକ୍ରମଣକୁ ବିରୋଧ କରିବାରୁ ତାଙ୍କ ବୋହୂ ଉପରେ ଚୋଟ ଲାଗିଥିଲା। ଏବେ ଦୁଇଜଣ କଟକ ମେଡିକାଲ୍‍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଦୁଇ ଦୁଇଥର ଏପରି ଦଙ୍ଗା ସୃଷ୍ଟି ହୋଇଛି। ପୋଲିସ ଉପସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଏକ ଶାନ୍ତି କମିଟି ଗଠନ କରାଯାଇଛି। ଶାନ୍ତ କମିଟିର ନିଷ୍ପତ୍ତି ଅନୁସାରେ ଅନାଦେୟ ଋଣ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କୌଣସି ନିଷ୍ପତ୍ତି ଶାନ୍ତି କମିଟି ଶୁଣାଇ ନଥିବା ବେଳେ ପୁଣିଥରେ ଏପରି ଏକ କାଣ୍ଡ ଆତଙ୍କ ସୃଷ୍ଟି କରିଛି।