୨୦ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ
Advertisement

୨୦ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ

Governor Medal: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳ ୨୦ ଜଣ ପୋଲିସଙ୍କୁ ସମ୍ମାନୀତ କରିବେ । ସେମଧ୍ୟରେ ପ୍ରଥମ ବର୍ଗରେ ରହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ । ଦ୍ୱିତୀୟ ବର୍ଗରେ ଗଞ୍ଜାମ ଏସପି ଜଗମୋହନ ମୀନା ଏବଂ ସମ୍ୱଲପୁର ଏସପି ମୁକେଶ ଭାମୁଙ୍କୁ ରାଜ୍ୟପାଳ ପଦକ ମିଳିବ ।

୨୦ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ

Governor Medal: ଚଳିତ ବର୍ଷ ପାଇଁ ୨୦ ଜଣ ପୋଲିସ କର୍ମୀଙ୍କୁ ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ମିଳିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳ ୨୦ ଜଣ ପୋଲିସଙ୍କୁ ସମ୍ମାନୀତ କରିବେ । ସେମଧ୍ୟରେ ପ୍ରଥମ ବର୍ଗରେ ରହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ । ଦ୍ୱିତୀୟ ବର୍ଗରେ ଗଞ୍ଜାମ ଏସପି ଜଗମୋହନ ମୀନା ଏବଂ ସମ୍ୱଲପୁର ଏସପି ମୁକେଶ ଭାମୁଙ୍କୁ ରାଜ୍ୟପାଳ ପଦକ ମିଳିବ ।

ସେହିପରି ତୃତୀୟ ବର୍ଗରେ ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ଏବଂ ଏସପି ମାନସ ଗଡନାୟକଙ୍କୁ ପୁରସ୍କାର ମିଳିବ । ଚତୁର୍ଥ ବର୍ଗରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲ ଆନନ୍ଦ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ସମ୍ୱଲପୁର ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକଙ୍କୁ ରାଜ୍ୟପାଳ ପଦକ ମିଳିବ ।

ପଞ୍ଚମ ବର୍ଗରେ ରାଉରକେଲା ଚତୁର୍ଥ ବାଟାଲିୟନର ପୋଲିସ୍‌ ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଂଜୟ ପଟ୍ଟନାୟକଙ୍କୁ ଏହି ପୁରସ୍କାର ମିଳିବ । ଷଷ୍ଠ ବର୍ଗରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଏବଂ ପ୍ରଶାନ୍ତ ବିଶ୍ୱାଳଙ୍କୁ ସମ୍ମାନଜନକ ରାଜ୍ୟପାଳ ପଦକ ମିଳିବ । ସପ୍ତମ ବର୍ଗରେ କନଷ୍ଟେବଳ ନରେଶ କୁମାର ଚୌଧୁରୀ, ରମେଶ ସାହୁ, ସନାତନ ସାହୁ, ସିପାହୀ କେଦାରନାଥ ମିଶ୍ର ଏବଂ ବିଶ୍ୱକର୍ମା ମୁଣ୍ଡାଙ୍କୁ ପଦକ ମିଳିବା ନେଇ ଚୟନ କରାଯାଇଛି ।

Also Read- Kangana Ranaut: ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ

Also Read- Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ