Kalia Scheme: ଏହି ଦିନ ଆସିବାକୁ ଯାଉଛି କାଳିଆ ଯୋଜନାର ୨ୟ କିସ୍ତି..
Advertisement
Article Detail0/zeeodisha/odisha1875498

Kalia Scheme: ଏହି ଦିନ ଆସିବାକୁ ଯାଉଛି କାଳିଆ ଯୋଜନାର ୨ୟ କିସ୍ତି..

2nd Instalment of  Kalia Scheme: ନୂଆଖାଇରେ(Nuakhai) ମିଳିବାକୁ ଯାଉଛି କାଳିଆ ଟଙ୍କା। ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଓଡ଼ିଶାର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ(Kalia Scheme) ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ। 

Kalia Scheme: ଏହି ଦିନ ଆସିବାକୁ ଯାଉଛି କାଳିଆ ଯୋଜନାର ୨ୟ କିସ୍ତି..

2nd Instalment of  Kalia Scheme: ନୂଆଖାଇରେ(Nuakhai) ମିଳିବାକୁ ଯାଉଛି କାଳିଆ ଟଙ୍କା। ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଓଡ଼ିଶାର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ(Kalia Scheme) ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ। ଏହା ହେବ ଚଳିତ ବର୍ଷର ଦ୍ୱିତୀୟ କିସ୍ତି। ୪୪ ଲକ୍ଷ ୫୬ ହଜାର ୯୯୩ ଜଣ ଚାଷୀ ଏହି କିସ୍ତି ଦ୍ୱାରା ଲାଭାନ୍ୱିତ ହେବେ। ପୂର୍ବରୁ ଏପ୍ରିଲ୍‍ ୨୯ ତାରିଖରେ ସେମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା।

ରାଜ୍ୟ ସରକାରଙ୍କ(State Govt) ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଛି ଏହି କୃଷକ କଲ୍ୟାଣ ଯୋଜନା। ଏହି ଯୋଜନା ଅଧିନରେ ଅନ୍ତର୍ଭୁକ୍ତ ହଜାର ହଜାର ଚାଷୀ ପ୍ରତି ବର୍ଷ ଏହା ଦ୍ୱାରା ଲାଭାନ୍ୱିତ ହୋଇପାରୁଛନ୍ତି। ଯାହାକୁ ନେଇ ସେମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ(Small and marginal Farmers) ପ୍ରତି ରବି ଓ ଖରିଫ ଋତୁରେ(Ravi and Kharif Season) ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଏହି ଟଙ୍କା ସହାୟକ ହୋଇଥାଏ।

ରାଜ୍ୟ ବଜେଟରେ କାଳିଆ ଯୋଜନା ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ । ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ। ସୂଚନା ଅନୁସାରେ ରାଜ୍ୟର ୭୦ ପ୍ରତିଶତ କାଳିଆ ହିତାଧିକାରୀଙ୍କ ସମବାୟ ବ୍ୟାଙ୍କରେ ଖାତା ଖୋଲାଯାଇଛି ଏବଂ ପ୍ରତିବର୍ଷ ଏହାର ଲାଭ ଉଠାଇ ଲାଭବାନ ହୋଇପାରୁଛନ୍ତି।

Also Read: Gajapati News Today: ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ