ବିଜେଡିରେ ଯୋଗଦେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର
Advertisement

ବିଜେଡିରେ ଯୋଗଦେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର

ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ଶଙ୍ଖ ଭବନଠାରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡିରେ ଯୋଗଦେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର

ଭୁବନେଶ୍ୱର: ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ଶଙ୍ଖ ଭବନଠାରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ୪ ବିଜେପି କର୍ପୋରେଟରଙ୍କୁ ମାନସ ମଙ୍ଗରାଜ ଏବ ସସ୍ମିତ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି କର୍ପୋରେଟରଙ୍କ ଯୋଗଦାନ ଫଳରେ ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମଙ୍ଗରାଜ ଏବଂ ଡଃ ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡିରେ ସାମିଲ୍ ହୋଇଥିବା ବିଜେପିର ୪ କର୍ପୋରେଟର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଦୀର୍ଘବର୍ଷ ହେଲା ଆମେ ବିଜେପି ଦଳ ପାଇଁ ଦିନ ରାତି କଠିନ ପରିଶ୍ରମ କରୁଥିଲୁ । ହେଲେ ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେ ଦଳ ଆମକୁ ଅଣଦେଖା କଲା । ଗରିବ ଯୁବକ ଓ ଯୁବତୀଙ୍କଠାରୁ ଚାକିରି ନାଁରେ ଠକେଇ କରିଥିବା ଜନବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି । ଏହାକୁ ଆମେ ବିରୋଧ କରି ବିଜେପି ଦଳରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଲୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ନୂଆ ଓଡ଼ିଶା ଗଠନ ଦିଗରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ମହାନଗର ନିଗମ ୨୦ନଂ କର୍ପୋରେଟର ଶ୍ରୀମତୀ ରଞ୍ଜିତା ବେହେରା, ୨୧ନଂ ୱାର୍ଡ କର୍ପୋରେଟର ଡି. କରୁଣାକର, ୨୨ ନଂ ୱାର୍ଡ କର୍ପୋରେଟର ପ୍ରଦୀପ କୁମାର ଶତପଥୀ ଓ ୨୭ ନଂ ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁ ବିଜେଡିରେ ସାମିଲ୍ ହୋଇଥିଲେ ।ଏହି ମିଶ୍ରଣ ପୂର୍ବରୁ ଦଳରେ ଯୋଗ ଦେଇଥିବା ସ୍ୱାଧୀନ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ନୃସିଂହ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Also Read- Sun Transit 2024: ମୀନରେ ଚଳନ କରିବେ ସୂର୍ଯ୍ୟଦେବ, ୪ ରାଶିଙ୍କୁ ମିଳିବ ଏହି ଲାଭ...

Also Read- ୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିର ପ୍ରଭାବ କ’ଣ ଥିଲା? ଜାଣନ୍ତୁ RBI ମତ