Advertisement
Article Detail0/zeeodisha/odisha2128245
Zee OdishaOdisha Trending୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିର ପ୍ରଭାବ କ’ଣ ଥିଲା? ଜାଣନ୍ତୁ RBI ମତ

୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିର ପ୍ରଭାବ କ’ଣ ଥିଲା? ଜାଣନ୍ତୁ RBI ମତ

୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ପରେ RBI ପକ୍ଷରୁ ସୂଚନା ଦିଆଯାଇଛି,  ଫେବୃଆରୀ ୯ ତଥା ଶେଷ ହେବାକୁ ଥିବା ସପ୍ତାହରେ ଦେଶରେ ପ୍ରଚଳିତ ନୋଟ ସଂଖ୍ୟାରେ ଅଭିବୃଦ୍ଧି ୩.୭ ପ୍ରତିଶତକୁ ଖସି ଆସିଛି। ଯେତେବେଳେ କି ବର୍ଷେ ପୂର୍ବରୁ ଏହାର ପ୍ରତିଶତ ୮.୨ ପ୍ରତିଶତ ଥିଲା ।

୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିର ପ୍ରଭାବ କ’ଣ ଥିଲା? ଜାଣନ୍ତୁ RBI ମତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ (RBI) ୨୦୦୦ ଟଙ୍କିଆ ନୋଟର ମୁଦ୍ରଣ ବନ୍ଦ କରିବା ସହ ଗତ ବର୍ଷ ଉକ୍ତ ନୋଟକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ଏହି ନିଷ୍ପତ୍ତି ଜନସାଧାରଣ, ବ୍ୟାଙ୍କ ଏବଂ ଅର୍ଥନୀତି ଉପରେ କି ପ୍ରଭାବ ପକାଇଛି ସେ ସମ୍ବନ୍ଧରେ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ଏକ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି। ଫେବୃଆରୀ ୯ ତାରିଖରେ ଶେଷ ହେବାକୁ ଥିବା ସପ୍ତାହରେ ଦେଶରେ ପ୍ରଚଳିତ ନୋଟ ସଂଖ୍ୟାରେ ଅଭିବୃଦ୍ଧି ୩.୭ ପ୍ରତିଶତକୁ ଖସି ଆସିଛି। ଯେତେବେଳେ କି, ବର୍ଷେ ପୂର୍ବରୁ ଏହା ୮.୨ ପ୍ରତିଶତ ଥିଲା । ସର୍କୁଲେସନରେ ମୁଦ୍ରା ଅର୍ଥନୀତିରେ ବୁଲୁଥିବା ମୋଟ ନୋଟ୍ ଏବଂ ମୁଦ୍ରାକୁ ବୁଝାଏ । ଏଥିରେ ବ୍ୟାଙ୍କ ଗୁଡ଼ିକରେ ଜମା ହୋଇଥିବା ନଗଦ ଅର୍ଥକୁ ବାହାର କରି ଜନସାଧାରଣ ନିଜ ପାଖରେ କେତେ ସଂଖ୍ୟାର ଟଙ୍କା ରଖିଛନ୍ତି ।

ଆରବିଆଇ କହିଛି ଯେ, ୨ ହଜାର ଟଙ୍କିଆ ନୋଟ୍ ବିମୁଦ୍ରୀକରଣ ହେତୁ ବାଣିଜ୍ୟିକ ବ୍ୟାଙ୍କଗୁଡିକର ମୋଟ ଜମା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖାଇଛି। ଫେବୃଆରୀ ୯ ତାରିଖରେ ବ୍ୟାଙ୍କଗୁଡିକର ରିଜର୍ଭ ମୁଦ୍ରାର ଅଭିବୃଦ୍ଧି ୫.୮ ପ୍ରତିଶତକୁ ଖସି ଆସିଛି। ଗତ ବର୍ଷ ଏହା ୧୧.୨ ପ୍ରତିଶତ ଥିଲା । ରିଜର୍ଭ ମୁଦ୍ରା ଅର୍ଥ ହେଉଛି ସର୍କୁଲେସନ ମୁଦ୍ରା ସହିତ ଆରବିଆଇ ସହିତ ପଡ଼ିଥିବା ବ୍ୟାଙ୍କଗୁଡିକର ଜମା ଏବଂ ଅନ୍ୟାନ୍ୟ ଜମା ଟଙ୍କା ।

Add Zee News as a Preferred Source

ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦ ମଇ ୨୦୨୩ରେ ଘୋଷଣା କରାଯାଇଥିଲା ​​ଯେ, ୨ ହଜାର ଟଙ୍କା ନୋଟକୁ ସର୍କୁଲେସନରୁ ପ୍ରତ୍ୟାହାର କରାଯିବ। ଜନସାଧାରଣଙ୍କୁ ନୋଟଗୁଡ଼ିକୁ ବ୍ୟାଙ୍କରେ ଜମା କରିବା ପାଇଁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତା’ପରେ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ବ୍ୟାଙ୍କଗୁଡିକରେ ୨ ହଜାର ଟଙ୍କା ନୋଟ୍ ପରିବର୍ତ୍ତନ ହେଉ ନାହିଁ ।

ଜାନୁୟାରୀ ୩୧, ୨୦୨୪ ସୁଦ୍ଧା, ୨୦୦୦ ଟଙ୍କିଆ ନୋଟର ପ୍ରାୟ ୯୭.୫ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଛି। କିନ୍ତୁ ବର୍ତ୍ତମାନ ମଧ୍ୟ ୮,୮୯୭ କୋଟି ଟଙ୍କା ମୂଲ୍ୟର ନୋଟ୍ ଜନସାଧାରଣଙ୍କ ପାଖରେ ରହିଛି । ନଭେମ୍ବର ୨୦୧୬ରେ ୧ ହଜାର ଏବଂ ୫ ଶହ ଟଙ୍କିଆ ନୋଟ୍ ବନ୍ଦ ହୋଇଥିଲା । ସେହି ସମୟରେ ବଜାରରେ ୨ ହଜାର ଟଙ୍କିଆ ନୋଟ୍ ଆରବିଆଇ ପକ୍ଷରୁ ପ୍ରଚଳନ କରାଯାଇଥିଲା।

Also Read- PM Modi in Gujarat: ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କଠାରୁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ

Also Read- Crime News: ୨୨ ବର୍ଷ ଧରି ଫେରାର୍ ଥିବା ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ

About the Author