Crime News: ନିଜକୁ ଦିବ୍ୟାଙ୍ଗ ସଜେଇ ଭିକ ମାଗୁଥିଲେ ୪ ଯୁବକ, ଗିରଫ କଲା ପୋଲିସ୍
Advertisement
Article Detail0/zeeodisha/odisha2121770

Crime News: ନିଜକୁ ଦିବ୍ୟାଙ୍ଗ ସଜେଇ ଭିକ ମାଗୁଥିଲେ ୪ ଯୁବକ, ଗିରଫ କଲା ପୋଲିସ୍

Crime News: ଅନ୍ୟ ଆଖିରେ ନିଜକୁ ଦିବ୍ୟାଙ୍ଗ କରିବା ପାଇଁ ବ୍ୟବହାର କରୁଥିଲେ ଆଶାବାଡି ସହ ବିଭିନ୍ନ ଉପକରଣ । ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ୍ । ଉତ୍ତରପ୍ରଦେଶ ସୁଲତାନପୁର ନିକଟରୁ ୪ ଯୁବକ ଭିକ ମାଗିବା ପାଇଁ ଆସିଥିଲେ ଭୁବନେଶ୍ୱର । ସେହି ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Crime News: ନିଜକୁ ଦିବ୍ୟାଙ୍ଗ ସଜେଇ ଭିକ ମାଗୁଥିଲେ ୪ ଯୁବକ, ଗିରଫ କଲା ପୋଲିସ୍

ବ୍ରହ୍ମପୁର: ରୋଜଗାର ପାଇଁ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ ସୁସ୍ଥ ଯୁବକ । ଅନ୍ୟ ଆଖିରେ ନିଜକୁ ଦିବ୍ୟାଙ୍ଗ କରିବା ପାଇଁ ବ୍ୟବହାର କରୁଥିଲେ ଆଶାବାଡି ସହ ବିଭିନ୍ନ ଉପକରଣ । ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ୍ । ଉତ୍ତରପ୍ରଦେଶ ସୁଲତାନପୁର ନିକଟରୁ ୪ ଯୁବକ ଭିକ ମାଗିବା ପାଇଁ ଆସିଥିଲେ ଭୁବନେଶ୍ୱର । ସେହି ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ମୁତାବକ, ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ଏହି ଯୁବକମାନେ ଲୋକଙ୍କୁ ଭିକ ମାଗୁଥିଲେ । ସାଧାରଣ ଲୋକଙ୍କ ଆଖିରେ ସେମାନେ ଦିବ୍ୟାଙ୍ଗ ହୋଇଥିବାରୁ ଲୋକମାନେ ମଧ୍ୟ ତାଙ୍କୁ ବହୁ ପରିମାଣରେ ଭିକ୍ଷା ଦେଉଥିଲେ । ଯୁବକମାନଙ୍କ ମଧ୍ୟରୁ କିଏ ନିଜକୁ ମୂକ ବଧିର ଭାବେ ଉପସ୍ଥାପନା କରୁଥିଲା ତ ପୁଣି କିଏ ଛୋଟା ପରି ଦେଖେଇ ହେଉଥିଲା କିନ୍ତୁ ସମସ୍ତେ ଥିଲେ ସୁସ୍ଥ ଯୁବକ । ବ୍ରହ୍ମପୁର କମାପଲ୍ଲୀ ଛକ ନିକଟରେ ଭିକ୍ଷାବୃତ୍ତି କରିବା ସମୟରେ କିଛି ବ୍ୟକ୍ତି ଏମାନଙ୍କୁ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ସେମାନଙ୍କୁ ପ୍ରଥମେ ପଚରାଉଚରା ଏବଂ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା । ୪ ଯୁବକଙ୍କ ନାମ ଅଜୟ କୁମାର, ଯଶୋବନ୍ତ କୁମାର, ଅନୀଲ କୁମାର ଏବଂ ମେରୋ କୁମାର ବୋଲି ଜଣାପଡିଛି । ଠକେଇ ମାମଲାରେ ୪ ଯୁବକଙ୍କୁ ଗିରଫ କରାଯାଇଛି ।

Also Read- ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବାଦାମବାଡି ଥାନାରେ ଏତଲା

Also Read- Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ