Advertisement
Article Detail0/zeeodisha/odisha2480265
Zee OdishaOdisha StateOdisha News: ବଜ୍ରପାତରେ ୫ ମଇଁସି ମୃତ ଓ ମଇଁସି ଚରାଉଥିବା ୩ ଗୁରୁତର

Odisha News: ବଜ୍ରପାତରେ ୫ ମଇଁସି ମୃତ ଓ ମଇଁସି ଚରାଉଥିବା ୩ ଗୁରୁତର

Odisha News: ଫଳରେ ପାରାଦୀପ ଉପକଣ୍ଠ ସମୁଦ୍ର କୂଳ ବୋସ୍କାଲିଷ୍ ପଏଣ୍ଟ ଠାରେ ବଜ୍ରପାତରେ ୫ଟି ମଇଁସି ମୃତ୍ୟୁ ବରଣ କରିଥିବା ବେଳେ ମଇଁସି ଚରାଉଥିବା ୫ଜଣଙ୍କ ମଧ୍ୟରୁ ୩ଜଣ ଗୁରୁତର ହୋଇ ପାରାଦୀପ ଅଠରବାଙ୍କୀ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଇଛି।

Odisha News: ବଜ୍ରପାତରେ ୫ ମଇଁସି ମୃତ ଓ ମଇଁସି ଚରାଉଥିବା ୩ ଗୁରୁତର

Odisha News:(ନାରାୟଣ ବେହେରା) ବଜ୍ରପାତରେ ୫ ମଇଁସି ମୃତ ଓ ମଇଁସି ଚରାଉଥିବା ୩ ଗୁରୁତର ଆହତ। ଆହାତଙ୍କୁ ପାରାଦୀପ ଅଠରବାଙ୍କୀ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ପାରାଦୀପ ଉପକଣ୍ଠ ବୋସ୍କାଲିଷ୍ ପଏଣ୍ଟ ନିକଟରେ ଗତକାଲି ସଂନ୍ଧ୍ୟା ସମୟରେ ମଇଁସି ଚରାଇ ମଇଁସିକୁ ନେଇ ପାରାଦୀପ ଫେରୁଥିବା ସମୟରେ ହଠାତ ଯୋରରେ ବର୍ଷା ସାଙ୍ଗକୁ ଘଡଘଡି ମାରିବା ଆରମ୍ଭ ହୋଇଥିଲା। ଫଳରେ ପାରାଦୀପ ଉପକଣ୍ଠ ସମୁଦ୍ର କୂଳ ବୋସ୍କାଲିଷ୍ ପଏଣ୍ଟ ଠାରେ ବଜ୍ରପାତରେ ୫ଟି ମଇଁସି ମୃତ୍ୟୁ ବରଣ କରିଥିବା ବେଳେ ମଇଁସି ଚରାଉଥିବା ୫ଜଣଙ୍କ ମଧ୍ୟରୁ ୩ଜଣ ଗୁରୁତର ହୋଇ ପାରାଦୀପ ଅଠରବାଙ୍କୀ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଇଛି।

 ତେବେ ବଜ୍ରପାତରେ ଗୁରୁତର ହୋଇଥିବା ୩ଜଣ ଙ୍କର ସ୍ବାସ୍ଥ୍ୟ ବସ୍ଥା ଭଲ ଥିବା ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତି ମାନେ ସମସ୍ତେ ପାରାଦୀପ ଷଣ୍ଢକୁଦ ଅଞ୍ଚଳର ହୋଇଥିବା ବେଳେ ପ୍ରତ୍ୟେକ ଦିନ ଏହିପରି ମଇଁସି ଚରାଇବା ପାଇଁ ସମୁଦ୍ର ଉପକୂଳ ବର୍ତି ଅଞ୍ଚଳ ବୋସ୍କାଲିଷ୍ ପଏଣ୍ଟ କୁ ଯାଇଥାନ୍ତି। ତେବେ ଗତକାଲି ବଜ୍ରପାତରେ ୫ ମଇଁସି ମୃତ୍ୟୁ ବରଣ କରିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ନିଜର କୌଳିକ ବୃତ୍ତିକୁ ରକ୍ଷା କରି ଆସୁଥିବା ମଇଁସି ଚରାଳି ବୋଲି ଜଣାପଡିଛି। ସମସ୍ତେ ଦୀର୍ଘ ବର୍ଷ ଧରି ପାରାଦୀପ ଷଣ୍ଢକୁଦ ଅଞ୍ଚଳରେ ରହି ମଇଁସିର ସେବା କରି ଆସୁଛନ୍ତି।

Add Zee News as a Preferred Source
About the Author