ଆସନ୍ତାକାଲିଠାରୁ ୫ଦିନ ବନ୍ଦେ ଭାରତ ସହ ୬ ଟ୍ରେନ୍‌ ବାତିଲ
Advertisement
Article Detail0/zeeodisha/odisha2444122

ଆସନ୍ତାକାଲିଠାରୁ ୫ଦିନ ବନ୍ଦେ ଭାରତ ସହ ୬ ଟ୍ରେନ୍‌ ବାତିଲ

trains cancelled: ଏଥିରେ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ (୨୦୮୭୧) ଆସନ୍ତା ୨୫, ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। 

ଆସନ୍ତାକାଲିଠାରୁ ୫ଦିନ ବନ୍ଦେ ଭାରତ ସହ ୬ ଟ୍ରେନ୍‌ ବାତିଲ

ରାଉରକେଲା: ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରେଳ ଲାଇନ୍ ର ବିକାଶମୂଳକ କାର୍ଯ୍ୟ ପାଇଁ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ୬ଟି ଟ୍ରେନ୍ ବାତିଲ ହୋଇଛି। ଆସନ୍ତା ୨୫ତାରିଖରୁ ୨୯ ତାରିଖ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୪ ଦିନ ବାତିଲ ହୋଇଛି। ଏଥିରେ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ (୨୦୮୭୧) ଆସନ୍ତା ୨୫, ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। 

ସେହିପରି ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ (୨୦୮୭୨) ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଟାଟାନଗର-ବ୍ରହ୍ମପୁର ବନ୍ଦେଭାରତ ଏକ୍ସପ୍ରେସ୍‌ (୨୦୮୯୧) ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।

ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ (୨୦୮୯୨) ଆସନ୍ତା ୨୬, ୨୭,୨୮ ଓ ୨୯ ତାରିଖ ବାତିଲ ହୋଇଛି। ଟାଟାନଗର-ଜୟନଗର ଏକ୍ସପ୍ରେସ୍‌ ଆସନ୍ତା ୨୭ରେ ବାତିଲ ହୋଇଛି। ଜୟୟନଗର-ଟାଟାନଗର ଏକ୍ସପ୍ରେସ୍‌ ଆସନ୍ତା ୨୮ରେ ବାତିଲ ହୋଇଛି। ପୁରୀ-ଯୋଗନଗରି ଋଷିକେଶ ଏକ୍ସପ୍ରେସ୍‌ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାୟା ଝାରସୁଗୁଡା ଇବ୍‌ ଥର୍ମାଲ ଦେଇ ଚାଲିବ।