ପୁଲିସ ସହ ମାଓବାଦୀ ଗୁଳିବିନିମୟରେ ୯ ହାର୍ଡକୋର ମାଓବାଦୀ ମୃତ
Advertisement
Article Detail0/zeeodisha/odisha2413030

ପୁଲିସ ସହ ମାଓବାଦୀ ଗୁଳିବିନିମୟରେ ୯ ହାର୍ଡକୋର ମାଓବାଦୀ ମୃତ

Police encounter: ଗତ ଦୁଇ ଦିନ ହେଲା ମାଲକାନଗିରିର ଭେଜାଙ୍ଗିୱାଡା ଜଙ୍ଗଲ ଦୟାଲତୁଙ୍ଗି ଗାଁ ନିକଟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା।

ପୁଲିସ ସହ ମାଓବାଦୀ ଗୁଳିବିନିମୟରେ ୯ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୁଲିସ- ମାଓବାଦୀ ଗୁଳିବିନିମୟ ହୋଇଛି। ପୁଲିସ ଏନକାଉଣ୍ଟରରେ ୯ଜଣ ହାର୍ଡକୋର ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି। ଗାଁ ନିକଟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଏଥିରେ ଟିଫିନ ବୋମା, ଆଇଇଡି ତିନି ଲିଟର, ୨ଟି ଜିଲଟିନ ଷ୍ଟିକସ, ମାଓବାଦୀ ବ୍ୟାନର, ମାଓବାଦୀ ପାମ୍ପ୍ଲଲେଟସ, ଆଣ୍ଟିନା ସହ ବିଭିନ୍ନ ସାମଗ୍ରୀ ମିଳିଛି। 

ଗତ ଦୁଇ ଦିନ ହେଲା ମାଲକାନଗିରିର ଭେଜାଙ୍ଗିୱାଡା ଜଙ୍ଗଲ ଦୟାଲତୁଙ୍ଗି ଗାଁ ନିକଟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା। ସେହିପରି ଘଟଣାସ୍ଥଳରୁ SLR, 303 12ବୋର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ୧୪୨ ବିଏସଏଫ ବାଟାଲିଅନ କମ୍ବିଂ ବେଳେ ଏହାକୁ ଜବତ କରିଥିଲା। ସୁରକ୍ଷାବାହିନୀକୁ କ୍ଷତି ପହଞ୍ଚାଇବାକୁ ମାଓବାଦୀମାନେ ଏହାକୁ ରଖିଥିଲେ ବୋଲି ସନ୍ଦେହ ହୋଇଥିଲା।